Categories: ସ୍ପେଶାଲ

ପାକିସ୍ତାନ ଏବଂ ଚୀନ୍‌ ସମତେ ବିଶ୍ୱର ୮୪ ଟି ଦେଶରେ ରହିଛି ମହାତ୍ମା ଗାନ୍ଧିଙ୍କ ପ୍ରତିମା

ମହାନ ରାଷ୍ଟ୍ରନାୟକ ତଥା ଜାତିର ଜନକ ମହାତ୍ମା ଗାନ୍ଧିଙ୍କର ବଳିଦାନ ଅତୁଳନୀୟ। ଅହିଂସାର ବାର୍ତ୍ତା ଦେଇଥିବା, ସ୍ୱାଧୀନତା ସଂଗ୍ରାମର ଏହି ମୁଖ୍ୟ ପୁରୋଧାଙ୍କର ଅନେକ ପ୍ରଶଂସକ ରହିଛନ୍ତି। କେବଳ ଭାରତରେ ନୁହେଁ, ପୂରା ବିଶ୍ୱରେ ମହାତ୍ମା ଗାନ୍ଧିଙ୍କର ଚର୍ଚ୍ଚା ହୁଏ। ମହାତ୍ମା ଗାନ୍ଧି ଜଣେ ବିରଳ ମହାପୁରୁଷ ଯାହାଙ୍କ ପ୍ରଶଂସକ ପାକିସ୍ତାନ, ଚୀନ, ବ୍ରିଟେନ୍, ଆମେରିକା ଏବଂ ଜର୍ମାନୀ ଠାରୁ ଆରମ୍ଭ କରି ଅନେକ ଆଫ୍ରିକା ଦେଶରେ ମଧ୍ୟ ରହିଛନ୍ତି। ଏହିକାରଣରୁ ୮୪ଟି ଦେଶରେ ତାଙ୍କର ୧୧୦ରୁ ଅଧିକ ମୂର୍ତ୍ତି ସ୍ଥାପନ କରାଯାଇଛି।

ବିଦେଶ ମନ୍ତ୍ରାଳୟର ୱେବ୍ସାଇଟ୍ରେ ଥିବା ସୂଚନାର ଆଧାରରେ, ଆମେରିକାରେ ମହାତ୍ମା ଗାନ୍ଧିଙ୍କର ୮ଟି ମୂର୍ତ୍ତି ରହିଛି। ଜର୍ମାନୀର ବ୍ରିମେନ୍ ସହରରେ ୧୧ଟି ମୂର୍ତ୍ତି ରହିଥିବା ବେଳେ ଋଷ, ଚୀନ ଏବଂ କମ୍ୟୁନିଷ୍ଟ ଦେଶରେ ମଧ୍ୟ ଗାନ୍ଧିଙ୍କ ପ୍ରତିମୂର୍ତ୍ତି ସ୍ଥାପନା ହୋଇଛି। ସ୍ପେନ୍ର ବୁର୍ଗସ ସହରରେ, ବ୍ରିଟେନ୍ର ଲିସେଷ୍ଟର ଏବଂ ଆମେରିକାର ୱାସିଂଟନର ବେଲେବୁଏରେ ମଧ୍ୟ ବାପୁଙ୍କର ମୂର୍ତ୍ତି ରହିଛି।

ସୂଚନା ଅନୁଯାୟୀ, ଦକ୍ଷିଣ ଆଫ୍ରିକାରେ ମହାତ୍ମା ଗାନ୍ଧିଙ୍କର ତିନୋଟି ମୂର୍ତ୍ତି ରହିଛି। ଶ୍ରୀଲଙ୍କାର ଜାଫନା କ୍ଷେତ୍ରରେ ବାପୁଙ୍କର ପ୍ରତିମା ରହିଛି। କାନାଡାର ଅଣ୍ଟାରିଓ ସହରରେ ବାପୁଙ୍କର ୩ଟି ମୂର୍ତ୍ତି ରହିଛି। ସେହିପରି ଇଟାଲି, ଆର୍ଜେଣ୍ଟିନା, ବ୍ରାଜିଲ୍ ଏବଂ ଅଷ୍ଟ୍ରେଲିଆରେ ଗାନ୍ଧିଙ୍କର ଦୁଇ ଦୁଇଟି ମୂର୍ତ୍ତି ସ୍ଥାପିତ ହୋଇଛି। ଏହା ବ୍ୟତୀତ ରୁଷର ମାସ୍କୋ ଏବଂ ସ୍ୱିଜରଲ୍ୟାଣ୍ଡର ଜିନିବାରେ ବାପୁଙ୍କର ଆଜି ବି ସତ୍ୟ ଏବଂ ଅହିଂସାର ପ୍ରତୀକ ସଦୃଶ ମୂର୍ତ୍ତି ସ୍ଥାପନା କରାଯାଇଛି।

ଏହାସହ ପଢନ୍ତୁ: ଏପରି ଏକ ମନ୍ଦିର, ଯେଉଁଠି ଦିନକୁ ତିନି ଥର ପୂଜା କରାଯାଏ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି

ଏଥିସହ ବିଦେଶ ମନ୍ତ୍ରାଳୟର ସୂଚନା ଅନୁଯାୟୀ ବାପୁଙ୍କ ପ୍ରତିମା ଇରାକ, ଇଣ୍ଡୋନେସିଆ, ଫ୍ରାନ୍ସ, ଇଜିପ୍ଟ, ଫିଜି, ଇଥିଓପିଆ, ଘାନା, ଗୁୟାନା, ହଂଙ୍ଗେରି, ଜାପାନ, ବେଲାରସ୍, ବେଲ୍ଜିୟମ, କୋଲମ୍ବିଆ, କୁୱେତ୍, ନେପାଳ, ମାଲୱି, ନ୍ୟୁଜଲାଣ୍ଡ, ପୋଲାଣ୍ଡ, ସାଉଥ୍ କୋରିଆ, ସିଙ୍ଗାପୁର, ସେରବିଆ, ମଲେସିଆ, ୟୁଏଇ, ୟୁଗାଣ୍ଡା, ପେରୁ, ତୁର୍କମେନିସ୍ତାନ, କ୍ୟାଟର, ଭିଏତନାମ, ସାଉଦି ଆରବ, ସ୍ପେନ୍, ସୁଦାନ, ତାଞ୍ଜାନିଆ ପରି ଦେଶରେ ମଧ୍ୟ ରହିଛି।

KNews Bureau

Recent Posts

ସର୍ଜରୀ ପରେ ମହିଳାଙ୍କ ପେଟରୁୁ ବାହାରିଲା ୨.୫ କେଜିର ଚୁଟି

ଆଜିକାଲି ରୋଗରେ ପିଡ଼ିତ ହେବା ସାଧାରଣ କଥା ହୋଇଗଲାଣି । ଷ୍ଟୋନ୍‌ ଆଉ ଟ୍ୟୁମର ପ୍ରାୟତଃ ସମସ୍ତଙ୍କୁ ହେଉଛି ।…

2 mins ago

ଅରୁଣାଚଳ ପ୍ରଦେଶରେ ବାଜି ମାରିଲା ବିଜେପି, ୪୬ ସିଟରେ ମିଳିଲା ବିଜୟ

ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପୁଣିଥରେ ଅରୁଣାଚଳ ପ୍ରଦେଶରେ ୪୬ ସିଟରେ ବିଜୟ…

6 mins ago

ଏହି ସବୁ ଜୀବ ଘର ପାଇଁ ହୋଇଥାନ୍ତି ଅଶୁଭ, ଦେଇଥାନ୍ତି ବିପତ୍ତିର ସଙ୍କେତ

ଯେତେବେଳେ ବି ଆମେ କୌଣସି କାର୍ଯ୍ୟ କରିବା ପାଇଁ ବାହାରିଥାଉ, ଆମ ମୂଳ ଉଦ୍ଦେଶ୍ୟ ହୋଇଥାଏ ସେହି କାର୍ଯ୍ୟକୁ ସଂପୂର୍ଣ୍ଣ…

10 mins ago

ଗତକାଲି ଡ୍ୟୁଟି ସାରି ଘରକୁ ଫେରିଥିଲେ, ଆଜି ଡାକ୍ତରଙ୍କ ମିଳୁନି ପତ୍ତା

କାଲିମେଳା : ଘରେ ମୋବାଇଲ ଆଉ ବାଇକ୍ ଅଛି । ହେଲେ ଘରେ ନାହାଁନ୍ତି ଡାକ୍ତର ବାବୁ । ଗତକାଲି…

24 mins ago

ନାକରେ ଟାଇପିଂ କରି ହାସଲ କଲେ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ, ଚାରିଆଡ଼େ ହେଉଛି ଚର୍ଚ୍ଚା

ଅନେକ ଲୋକ ଏପରି ଅଛନ୍ତି ଯେଉଁମାନଙ୍କ ଟାଇଫିଂ ସ୍ପିଡ୍‌ ବହୁତ ଅଧିକ ରହିଥାଏ । ଆପଣ ବି କେବେ ନା…

37 mins ago

ନାବାଳିକା ସହ ଦୁଷ୍କର୍ମ ପରେ ମାରିଦେବା ଅଭିଯୋଗ, ଜଙ୍ଗଲରୁ ମୃତଦେହ ଜବତ

ମୟୂରଭଞ୍ଜ : ନାବାଳିକା ସହ ଦୁଷ୍କର୍ମ ପରେ ମାରିଦେବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଥାନାରେ ଅଟକ । ଘଟଣା…

40 mins ago