Categories: ସ୍ପେଶାଲ

ସାବତ ବାପାର ପାପ, ଏମିତି କୁକର୍ମ କରୁଥିଲା ଯାହାକୁ ଶୁଣିବା ମାତ୍ରେ କାନରେ ହାତ ଦେଇଦେବେ

ବାପା । ଯାହାର ତୁଳନା ଆକାଶ ସହ କରାଯାଇଛି। ଯିଏ ସନ୍ତାନକୁ ଶିକ୍ଷିତ କରିବାକୁ ଯାଇ ନିଜର ସବୁ କିଛି ଉତ୍ସର୍ଗ କରିଦଏ। ନିଜ ରକ୍ତରୁ ଜନ୍ମିତ ସନ୍ତାନକୁ ମଣିଷ ପରି ମଣିଷଟିଏ କରିବା ପାଇଁ ଅହରହ ବାପା ହିଁ ବ୍ୟଗ୍ର ଥାଏ । ବିଶେଷ କରି ପୁଅ ଅପକ୍ଷୋ ଝିଅଟିର ବେଶି ଯତ୍ନ ନିଏ ବାପା। ହେଲେ କୁହାଯାଏ ଏଇ ମଣିଷ ଭିତରେ ଦେବତା ଅଛି ଆଉ ଏଇ ମଣିଷ ଭିତରେ ଶୈତାନ ବି ଅଛି । ଏମିତି ଜଣେ ଲୋକ ଯିଏକି ବାପା ଶବ୍ଦରେ କଳଙ୍କ ଲଗାଇଛି । ଇଂଲଣ୍ଡର ଏହି ବ୍ୟକ୍ତି ର ନାଁ ହେଉଛି ଆଣ୍ଡର‍୍ୟୁ। ସେ ଯାହା କରିଛି ତାହା ଶୁଣିବା ମାତ୍ରେ ଯେ କେହିବି କାନରେ ହାତ ଦେଇ ଦେବେ। ଯାହାକୁ କାହାଣୀ ଭାବେ କହିବା ମଧ୍ୟ ଆମ ପାଇଁ ମଧ୍ୟ କଷ୍ଟସାଧ୍ୟ ।

କାରଣ ଆମ ସଭ୍ୟ ସମାଜ ପାଇଁ ଏହି ଘଟଣା କେବେ ବି ଗ୍ରହଣୀୟ ନୁହେଁ। ବାପ ତ ନୁହେଁ ଥିଲା ସାକ୍ଷାତ ଯୌନ ପିଶାଚ। ଯାହାର କୁକର୍ମ କାହାଣୀକୁ ଝିଅ କାହା ଆଗରେ ବି କହିପାରୁ ନଥିଲା। ହେଲେ ଶେଷରେ ନ୍ୟାୟ ପାଇଛି ଝିଅ ।

ମାତ୍ର ୯ ବର୍ଷ ବୟସରୁ ପାଶବିକ ଅତ୍ୟାଚରର ସାମ୍ନା କରିଆସୁଥିଲା ଝିଅ ରଚେଲ ଗ୍ରୀ। କିନ୍ତୁ ଆଣ୍ଡର‍୍ୟୁ ରଚେଲର ନିଜ ବାପା ନଥିଲା ବରଂ ଥିଲା ସାବତ ବାପା। ଯେଉଁଥି ପାଇଁ ରଚେଲକୁ ଯନ୍ତ୍ରଣା ଦେବା ବେଳେ ଟିକିଏ ବି ଅନୁତାପ କରୁନଥିଲା ସଇତାନ । ଦେହର ଭୋକ ମେଣ୍ଟାଇ ଝିଅକୁ ତିନି ତିନି ଥର ଅନ୍ତଃସତ୍ତ୍ବା କରିଥିଲା ଓ କଥା ପ୍ରଘଟ ନହେବା ପାଇଁ ଗର୍ଭପାତ ମଧ୍ୟ କରାଇଥିଲା ।

 

ରଚେଲ ମାତ୍ର ୪ ବର୍ଷ ବୟସରେ ନିଜ ବାପାଙ୍କୁ ହରାଇଥିଲେ।ପରେ ୨୦୦୦ ମସିହାରେ ମା ମେରୀ ଲୁଇଜା ଏନୋକି ଆଣ୍ଡର‍୍ୟୁର ସମ୍ପର୍କରେ ଆସିଲେ। ପାଞ୍ଚ ମାସ ପରେ ୨୦୦୦ ମସିହା ଜୁଲାଇ ମାସରେ ମେରୀ ଓ ଆଣ୍ଡର‍୍ୟୁଙ୍କର ବାହାଘର ହେଲା । ରଚେଲ ଭାରି ଖୁସିଥିଲା । କାରଣ ବାପର ସ୍ନେହ ପାଇ ନଥିବା ରଚେଲ ଭାବିଥିଲା ତାକୁ ବାପା ମିଳିଗଲେ ସେ ଦୂନିଆର ସବୁ ଖୁସି ପାଇଯିବ। ଅନ୍ୟ ପିଲାମାନଙ୍କ ଭଳି ସବୁ ଅଳି ଅର୍ଦ୍ଦଳିକୁ ପୂର୍ଣ୍ଣ କରିପାରିବ। ହେଲେ ରଚେଲର ସବୁ ଆଶା ଓ ସ୍ୱପ୍ନ ପାଣିରେ ମିଳେଇ ଗଲା। ଆଉ ଦୁଃସ୍ୱପ୍ନ ପାଲଟିଗଲା ବାପା ଶବ୍ଦ । ମା’ ଘରେ ନଥିବା ବେଳେ ଆଣ୍ଡର‍୍ୟୁ ଝିଅ ରଚେଲ ସହ ଦୁଷ୍କର୍ମ କଲା । ବାରମ୍ବାର କୁକର୍ମ କରିଚାଲିଲା ଝିଅ ସହ । ପରିଣାମ ସ୍ୱରୂପ ୨୦୦୩ ମସିହାରେ ମାତ୍ର ୧୨ ବର୍ଷ ବୟସରେ ରଚେଲ ଗର୍ଭବତୀ ହେଲା। ବାପାର ପାପ କର୍ମକୁ ମା ଆଗରେ କହିଥିଲା ରଚେଲ। ଭାବିଥିଲା ମା ଠାରୁ ତାକୁ ନ୍ୟାୟ ମିଳିବ । ହେଲେ ମା’ର ଆଚରଣ ତାକୁ ଆହୁରି ତାଜୁବ କରିଦେଲା।

 

ନ୍ୟାୟ କି ଆଶ୍ୱାସନା ଦେବା ବଦଳରେ ବାପର ପାପକୁ ଗର୍ଭରୁ ନଷ୍ଟ କରିଦେବା ପାଇଁ ମା କହିଲା। ଶେଷରେ ସେଇଆ ହିଁ ହେଲା। ଯହେତୁ ମା ମେରୀର ସାବତ ବାପା ପ୍ରତି ସମର୍ଥନ ଥିଲା। ସେହି କାରଣରୁ ଆଣ୍ଡର‍୍ୟୁ ଲଗାତାର ଭାବେ ରଚେଲକୁ ଶାରୀରିକ ନିର୍ଯାତନା ଦେଇ ଚାଲିଲା । ଆଉ ପୁଣି ଦୁଇଥର ରଚେଲ ଗର୍ଭବତୀ ହେଲା ଏବଂ ପୁଣି ତାକୁ ଗର୍ଭନଷ୍ଟ କରିବାକୁ ପଡ଼ିଲା । ଏଥିରେ ସହାୟତା କଲେ ମା ମେରୀ।
ରଚେଲକୁ ଯେତେବେଳେ ୧୮ ବର୍ଷ ହୋଇଗଲା ସେତେବେଳେ ସେ ପାଠପଢା ପାଇଁ ଘର ଛାଡିଲା। ଏହା ପରେ ନିଜ ମା ବାପାଙ୍କ ଠାରୁ ଦୂରେଇଗଲା । କାରଣ ଏମାନଙ୍କ ପ୍ରତି ତାର ମନରେ ଅତ୍ୟନ୍ତ ଘୃଣା ଭାବ ରହିଥିଲା ।

ଆଉ ସେମାନଙ୍କୁ ଉଚିତ ଦଣ୍ଡ ଦେବା ପାଇଁ ଯୋଜନା କଲା। ଏବେ ରଚେଲଙ୍କୁ ୨୮ ବର୍ଷ । ସେ ନିଜ ପୁରୁଷ ବନ୍ଧୁଙ୍କ ସାହାଯ୍ୟ ନେଇ ବାପା ମାଙ୍କ ବିରୋଧରେ କେସ କରିଥିଲେ। ଫଳରେ ସାବତ ବାପାକୁ ଯୌନ ନିର୍ଯାତନା ଅଭିଯୋଗରେ ୨୦ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ସେହି ଭଳି ଦୁଷ୍କର୍ମରେ ସାହାଯ୍ୟ କରୁଥିବା ଓ ଗର୍ଭପାତ କରାଇଥିବା ମା’କୁ ୫ ବର୍ଷ ଜେଲ୍‌ ଦଣ୍ଡ ହୋଇଛି । ଏହି ଘଟଣା ପରେ ରଚେଲ କହିଛନ୍ତି ଏମିତି ବାପା ମା କେଉଁ ସନ୍ତାନକୁ ନମିଳନ୍ତୁ ।

Sasmita

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

33 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

35 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

41 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

50 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

50 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago