Categories: ରାଜ୍ୟ

ଉଚ୍ଛେଦ ହେବ ଆଉଟସୋର୍ସିଂ କନସଲଟାଣ୍ଟ ବ୍ୟବସ୍ଥା, ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର

ଭୁବନେଶ୍ବର(କେନ୍ୟୁଜ୍): ଉଚ୍ଛେଦ ହେବ ପ୍ରଶାସନିକ ବ୍ୟବସ୍ଥାରେ ପ୍ରଚଳିତ ଆଉଟସୋର୍ସିଂ କନସଲଟାଣ୍ଟ ବ୍ୟବସ୍ଥା। ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ବିଭିନ୍ନ ବିଭାଗ ପକ୍ଷରୁ କାର୍ଯ୍ୟରତ ନିୟମିତ ଚାକିରିଆଙ୍କୁ ଦକ୍ଷ କରି ସେମାନଙ୍କ ହାତରେ ପରାମର୍ଶଦାତାଙ୍କୁ ଦିଆଯାଇଥିବା PMUସେଲ୍‌ ଦାୟିତ୍ୱ ଦିଆଯିବ। ଏହାଦ୍ୱାରା ପ୍ରଶାସନିତ ବ୍ୟବସ୍ଥାରେ ସ୍ୱଚ୍ଛତା ଆସିବା ସହ ଉତ୍ତରଦାୟିତ୍ୱ ରହିବ। ଏନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ସବୁ ବିଭାଗୀୟ ସଚିବଙ୍କୁ ଚିଠି ଲେଖିଛନ୍ତି।

ଆହୁରି ପଢନ୍ତୁ:  ନୂଆ ଟ୍ରାଫିକ ନିୟମ ନମାନିବାରୁ ଗୋରୁ ଗାଇ ଭଳି ପିଟିଲା ପୋଲିସ,  ଦେଖନ୍ତୁ ଭିଡିଓ

ଯେଉଁଥିରେ ଉଲ୍ଲେଖ ରହିଛି, ବିଭିନ୍ନ ବିଭାଗ ଅଧୀନରେ କାର୍ଯ୍ୟରତ ପ୍ରକଳ୍ପ ତଦାରଖ ୟୁନିଟ୍‌ ବା PMUରେ ନିୟୋଜିତ କନସଲଟାଣ୍ଟଙ୍କୁ ବାହାର କରି ବିଭାଗର ଦକ୍ଷ କର୍ମଚାରୀଙ୍କୁ ସେହି ଦାୟିତ୍ୱ ଦିଆଯାଉ। ମୁଖ୍ୟ ଶାସନ ସଚିବ କହିଛନ୍ତି, ପୂର୍ବରୁ ପ୍ରଶାସନରେ ମାନବ ସମ୍ବଳ ଅଭାବ ଯୋଗୁ ଆଉଟସୋର୍ସଂ ଜରିଆରେ ପରାମର୍ଶଦାତା ନିୟୋଜିତ କରାଯାଉଥିଲା। ଏହି ବ୍ୟବସ୍ଥା ଉପରେ ସରକାର ଦିନକୁ ଦିନ ଅଧିକ ନିର୍ଭରଶୀଳ ହେଉଛନ୍ତି। ଅଧିକାଂଶ ବିଭାଗରେ ବିଶେଷ କାମ ନଥାଇ ମଧ୍ୟ ପରାମର୍ଶଦାତା ରହୁଥିବାରୁ ବହୁ ପ୍ରକଳ୍ପର ଉତ୍ତରଦାୟିତ୍ୱ ମୁଣ୍ଡାଉଛନ୍ତି ସରକାର। ଏହି ସମସ୍ୟାକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି। ତେଣୁ ବିଭାଗ ଭିତରୁ କର୍ମଚାରୀ ଓ ଅଧିକାରୀଙ୍କୁ ଅଧିକ ତାଲିମ ଦେଇ ଦକ୍ଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

ଆହୁରି ପଢନ୍ତୁ:  ଦୁନିଆର ସବୁଠାରୁ ସ୍ୱତନ୍ତ୍ର ବଲ୍‌ବ, ଯାହା ୧୧୭ ବର୍ଷ ହେବ ଲଗାତାର ଭାବେ ଜଳୁଛି

ଏହାଦ୍ୱାରା ପରାମର୍ଶଦାତା ବାବଦ ଖର୍ଚ୍ଚକୁ ରୋକାଯାଇ ପାରିବ। କାର୍ଯ୍ୟରେ ବି ରହିବ ଉତ୍ତରଦାୟିତ୍ୱ। ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କ ମଧ୍ୟରେ ସମନ୍ଵୟ ରହିବ। PMU ସେଲ୍‌ ରହିବା ଦ୍ୱାରା ବିଭାଗର ବହୁ କାମ ପରାମର୍ଶଦାତାଙ୍କ ଜରିଆରେ ହେଉଥିବାରୁ ମାନବ ସମ୍ବଳର ଠିକଣା ବିନିଯୋଗ ବି ହୋଇ ପାରୁ ନାହିଁ। ଯଦି ସବୁ ବିଭାଗ ନିୟମିତ କର୍ମଚାରୀଙ୍କୁ ଦକ୍ଷ କରି ସେହି କାମରେ ନିୟୋଜିତ କରିବେ ତେବେ ମାନବସମ୍ବଳର ସୁବିନିଯୋଗ ହୋଇପାରିବ। ବୈଷୟିକ ଜ୍ଞାନ ଥିବା ସେଭଳି କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କ ହାତରେ PMU ସେଲ୍‌ ଦାୟିତ୍ୱ ଦେବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ। ମୁଖ୍ୟମନ୍ତ୍ରୀଙ୍କ 5-T ଏଜେଣ୍ଡା ଦିଗରେ ଏହା ସହାୟକ ହେବ ବୋଲି କୁହାଯାଉଛି।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

7 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

10 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

11 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

11 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

11 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

11 hours ago