ସ୍ପେଶାଲ

ସମାଜକୁ ସୁଧାରିବାର ମଙ୍ଗ ଧରିଲେ ଛାତ୍ରୀ, ଦଣ୍ଡ ନୃତ୍ୟରେ ବାଣ୍ଟିଲେ ସଚେତନତା ବାର୍ତ୍ତା

ସୁବର୍ଣ୍ଣପୁର(କେନ୍ୟୁଜଛ :  ବାହାରାଛି ଦଣ୍ଡପାର୍ଟୀ । ଢୋଲ ସାଙ୍ଗକୁ ଛତି ଛତ୍ର ଓ ବିଣାବାଡି ଧରି ଶୋଭାଯାତ୍ରାରେ ବାହାରିଛନ୍ତି କଳାକାର। ଆଉ ପରେ ପରେ ଆରମ୍ଭ ହେଉଛି ପୂଜାପାଠ ଓ ପାଣିଦଣ୍ଡ। ଦଣ୍ଡୁଆଙ୍କ ମୁହଁରୁ ବାହାରୁଛି- ଋଷି ପୁତ୍ରେ ହୋ…. ଆଇଲେ ହର,ଦେଲେ ବର, ଏ ସେବା ଛାଡି , ଅନ୍ୟସେବା କର। ହେଲେ ଏବେ ଏମିତି ଅବେଳାରେ ଦଣ୍ଡପାର୍ଟୀ ବାହରିଲା କାହିଁକି। କାରଣ ଚୈତ୍ର ମାସରେ ହିଁ ଦଣ୍ଡଯାତ୍ରା ବାହରିଥାଏ। ପୁଣି ସେଇଟାବି ପୁରୁଷମାନେ କରନ୍ତି ।

ହେଲେ ଏଭଳି ଝିଅ ଦଣ୍ଡପାର୍ଟୀ ବାହରିଲା କଣ ପାଇଁ? ଏ ଦୃଶ୍ୟ ଦେଖିଲେ ଆପଣଙ୍କୁ ଏହା ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ। ହେଲେ ଏମାନେ କୌଣସି ଦଣ୍ଡପାର୍ଟୀର କଳାକାର ନୁହଁନ୍ତି। ଏମାନେ ସବୁ ହେଉଛନ୍ତି କଲେଜ ଛାତ୍ରୀ । ଲୋକଙ୍କୁ ସଚେତନତାର ବାର୍ତା ଦେବାକୁ ସୋନପୁର ବ୍ଲକ ଛକରେ ଏମାନେ କରୁଛନ୍ତି ଏହିଭଳି ଦଣ୍ଡନୃତ୍ୟ । ଜଣେ ଜଣେ ପୋଖତ ଦଣ୍ଡକଳାକାରଙ୍କ ଭଳି ଦଣ୍ଡନୃତ୍ୟ ଶୈଳୀରେ ଦେଉଛନ୍ତି ସଚେତନତାର ବାର୍ତ୍ତା। ଏବେ ବିଭିନ୍ନ ମହାବିଦ୍ୟାଳୟରେ ନୁଆଁ ଓଡିଶା ଯୁବ ଓଡିଶା କାର୍ଯ୍ୟକ୍ରମ ଚାଲିଥିବାବେଳେ ଧର୍ମଶାଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନେ ବିଭିନ୍ନ ଗାଁରେ ସଚେତନତାର ବାର୍ତା ଦେବାପରେ ଏବେ ସୋନପୁର ବ୍ଲକ ଛକରେ ପହଂଚି ଷ୍ଟ୍ରିଟ ପ୍ଲେ ମାଧ୍ୟମରେ ଦେଉଛନ୍ତି ସଚେତନତାର ବାର୍ତ୍ତା।

ଗାଁ ଗହଳିରେ ଲୋକେ ସଚେତନ ନୁହଁନ୍ତି। ଯାହା ଫଳରେ ସ୍ଵଚ୍ଛତା ଅଭାବରୁ ବିଭିନ୍ନ ରୋଗ ବ୍ୟାପୁଛି। ସେହିଭଳି ପିଲାଙ୍କୁ ପାଠପଢା ହେଉ କି ନିଶା କାରବାର ଯୋଗୁଁ ପଥଭ୍ରଷ୍ଟ ହେଉଛନ୍ତି ଯୁବପିଢୀ। ସେପଟେ ଦିନକୁ ଦିନ ଜଙ୍ଗଲ ଧ୍ୱଂସ ଅନାବୃଷ୍ଟିର କାରଣ କିଭଳି ସାଜୁଛି ଏବଂ ତାକୁ ରୋକିବାକୁ ହେଲେ କଣ କରିବାକୁ ପଡିବ ସେନେଇ ନୃତ୍ୟରେ ଓ ଗୀତରେ ସମାଜକୁ ଦଉେଛନ୍ତି ସଚେତନତାର ବାର୍ତା। ଜଣେ ସଚେତନ ନାଗରିକ ହିସାବରେ ସମାଜକୁ ସୁଧରିବାର ଦାଇତ୍ଵ ତାଙ୍କ ହାତରେ ବୋଲି କହିଛନ୍ତି ଏହି ଝିଅନମାନେ। ଦଣ୍ଡ ସଂସ୍କୃତି ପଶ୍ଚିମ ଓଡିଶାର ଏକ ପ୍ରମୁଖ ସଂସ୍କୃତି ହୋଇଥିବାବେଳେ ଗାଁ ଗହଳିର ଲୋକେ ଦଣ୍ଡକୁ ଭଲ ପାଆନ୍ତି । ଏଣୁ ଦଣ୍ଡନୃତ୍ୟ ମାଧ୍ୟମରେ ଲୋକଙ୍କୁ ସଚେତନ କଲେ ତାହା ଲୋକଙ୍କୁ ଆକୃଷ୍ଟ କରିବବୋଲି ଏହିଭଳି କରିଥିବା କହିଛନ୍ତି ନିର୍ଦ୍ଦେଶକ ।

କୌଣସି କାମରେ ପଛରେ ନାହଁନ୍ତି ମହିଳା । ପାଣି ପହଁରିବା ହେଉ କି ଆକଶେ ଉଡିବା ସବୁଠି ଆଗରେ ସେମାନେ। ଏହି ପରିପେକ୍ଷୀ ଏବେ ସମାଜକୁ ସୁଧାରିବାର ମଙ୍ଗ ଧରିଛନ୍ତି ଏହି କଲେଜ ଛାତ୍ରୀ। ଦଣ୍ଣନୃତ୍ୟ ମାଧ୍ୟମରେ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇ ହୋଇପାରିଛନ୍ତି ଉଚ୍ଚ ପ୍ରଶଂସିତ।

 

Sonalisa

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

31 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

33 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago