ସମାଜକୁ ସୁଧାରିବାର ମଙ୍ଗ ଧରିଲେ ଛାତ୍ରୀ, ଦଣ୍ଡ ନୃତ୍ୟରେ ବାଣ୍ଟିଲେ ସଚେତନତା ବାର୍ତ୍ତା
ଏଭଳି ଝିଅ ଦଣ୍ଡପାର୍ଟୀ ବାହରିଲା କଣ ପାଇଁ? ଏ ଦୃଶ୍ୟ ଦେଖିଲେ ଆପଣଙ୍କୁ ଏହା ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ। ହେଲେ ଏମାନେ କୌଣସି ଦଣ୍ଡପାର୍ଟୀର କଳାକାର ନୁହଁନ୍ତି। ଏମାନେ ସବୁ ହେଉଛନ୍ତି କଲେଜ ଛାତ୍ରୀ ।
ସୁବର୍ଣ୍ଣପୁର(କେନ୍ୟୁଜଛ : ବାହାରାଛି ଦଣ୍ଡପାର୍ଟୀ । ଢୋଲ ସାଙ୍ଗକୁ ଛତି ଛତ୍ର ଓ ବିଣାବାଡି ଧରି ଶୋଭାଯାତ୍ରାରେ ବାହାରିଛନ୍ତି କଳାକାର। ଆଉ ପରେ ପରେ ଆରମ୍ଭ ହେଉଛି ପୂଜାପାଠ ଓ ପାଣିଦଣ୍ଡ। ଦଣ୍ଡୁଆଙ୍କ ମୁହଁରୁ ବାହାରୁଛି- ଋଷି ପୁତ୍ରେ ହୋ…. ଆଇଲେ ହର,ଦେଲେ ବର, ଏ ସେବା ଛାଡି , ଅନ୍ୟସେବା କର। ହେଲେ ଏବେ ଏମିତି ଅବେଳାରେ ଦଣ୍ଡପାର୍ଟୀ ବାହରିଲା କାହିଁକି। କାରଣ ଚୈତ୍ର ମାସରେ ହିଁ ଦଣ୍ଡଯାତ୍ରା ବାହରିଥାଏ। ପୁଣି ସେଇଟାବି ପୁରୁଷମାନେ କରନ୍ତି ।
ହେଲେ ଏଭଳି ଝିଅ ଦଣ୍ଡପାର୍ଟୀ ବାହରିଲା କଣ ପାଇଁ? ଏ ଦୃଶ୍ୟ ଦେଖିଲେ ଆପଣଙ୍କୁ ଏହା ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ। ହେଲେ ଏମାନେ କୌଣସି ଦଣ୍ଡପାର୍ଟୀର କଳାକାର ନୁହଁନ୍ତି। ଏମାନେ ସବୁ ହେଉଛନ୍ତି କଲେଜ ଛାତ୍ରୀ । ଲୋକଙ୍କୁ ସଚେତନତାର ବାର୍ତା ଦେବାକୁ ସୋନପୁର ବ୍ଲକ ଛକରେ ଏମାନେ କରୁଛନ୍ତି ଏହିଭଳି ଦଣ୍ଡନୃତ୍ୟ । ଜଣେ ଜଣେ ପୋଖତ ଦଣ୍ଡକଳାକାରଙ୍କ ଭଳି ଦଣ୍ଡନୃତ୍ୟ ଶୈଳୀରେ ଦେଉଛନ୍ତି ସଚେତନତାର ବାର୍ତ୍ତା। ଏବେ ବିଭିନ୍ନ ମହାବିଦ୍ୟାଳୟରେ ନୁଆଁ ଓଡିଶା ଯୁବ ଓଡିଶା କାର୍ଯ୍ୟକ୍ରମ ଚାଲିଥିବାବେଳେ ଧର୍ମଶାଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନେ ବିଭିନ୍ନ ଗାଁରେ ସଚେତନତାର ବାର୍ତା ଦେବାପରେ ଏବେ ସୋନପୁର ବ୍ଲକ ଛକରେ ପହଂଚି ଷ୍ଟ୍ରିଟ ପ୍ଲେ ମାଧ୍ୟମରେ ଦେଉଛନ୍ତି ସଚେତନତାର ବାର୍ତ୍ତା।
ଗାଁ ଗହଳିରେ ଲୋକେ ସଚେତନ ନୁହଁନ୍ତି। ଯାହା ଫଳରେ ସ୍ଵଚ୍ଛତା ଅଭାବରୁ ବିଭିନ୍ନ ରୋଗ ବ୍ୟାପୁଛି। ସେହିଭଳି ପିଲାଙ୍କୁ ପାଠପଢା ହେଉ କି ନିଶା କାରବାର ଯୋଗୁଁ ପଥଭ୍ରଷ୍ଟ ହେଉଛନ୍ତି ଯୁବପିଢୀ। ସେପଟେ ଦିନକୁ ଦିନ ଜଙ୍ଗଲ ଧ୍ୱଂସ ଅନାବୃଷ୍ଟିର କାରଣ କିଭଳି ସାଜୁଛି ଏବଂ ତାକୁ ରୋକିବାକୁ ହେଲେ କଣ କରିବାକୁ ପଡିବ ସେନେଇ ନୃତ୍ୟରେ ଓ ଗୀତରେ ସମାଜକୁ ଦଉେଛନ୍ତି ସଚେତନତାର ବାର୍ତା। ଜଣେ ସଚେତନ ନାଗରିକ ହିସାବରେ ସମାଜକୁ ସୁଧରିବାର ଦାଇତ୍ଵ ତାଙ୍କ ହାତରେ ବୋଲି କହିଛନ୍ତି ଏହି ଝିଅନମାନେ। ଦଣ୍ଡ ସଂସ୍କୃତି ପଶ୍ଚିମ ଓଡିଶାର ଏକ ପ୍ରମୁଖ ସଂସ୍କୃତି ହୋଇଥିବାବେଳେ ଗାଁ ଗହଳିର ଲୋକେ ଦଣ୍ଡକୁ ଭଲ ପାଆନ୍ତି । ଏଣୁ ଦଣ୍ଡନୃତ୍ୟ ମାଧ୍ୟମରେ ଲୋକଙ୍କୁ ସଚେତନ କଲେ ତାହା ଲୋକଙ୍କୁ ଆକୃଷ୍ଟ କରିବବୋଲି ଏହିଭଳି କରିଥିବା କହିଛନ୍ତି ନିର୍ଦ୍ଦେଶକ ।
କୌଣସି କାମରେ ପଛରେ ନାହଁନ୍ତି ମହିଳା । ପାଣି ପହଁରିବା ହେଉ କି ଆକଶେ ଉଡିବା ସବୁଠି ଆଗରେ ସେମାନେ। ଏହି ପରିପେକ୍ଷୀ ଏବେ ସମାଜକୁ ସୁଧାରିବାର ମଙ୍ଗ ଧରିଛନ୍ତି ଏହି କଲେଜ ଛାତ୍ରୀ। ଦଣ୍ଣନୃତ୍ୟ ମାଧ୍ୟମରେ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇ ହୋଇପାରିଛନ୍ତି ଉଚ୍ଚ ପ୍ରଶଂସିତ।