ସ୍ପେଶାଲ

ଲକ୍ ଡାଉନର ପ୍ରଭାବ : ପାଠ ଛାଡି ଟ୍ରି ହାଉସରେ ମଉଜ କରୁଛନ୍ତି ଛାତ୍ରଛାତ୍ରୀ

ବେଗୁନିଆ: କରୋନା ସଂକ୍ରମଣ ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ଏଥିରେ ପ୍ରଭାବିତ ହେଉଥିବା ଲୋକଙ୍କ ସମସ୍ଯା ମଧ୍ଯ ସେହି ଅନୁପାତରେ ବଢିଚାଲିଛି । ଆଉ ସବୁଠାରୁ ବେଶୀ ପ୍ରଭାବିତ ହେଉଛନ୍ତି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ମାନେ । କାରଣ ସେମାନଙ୍କ ପାଖରେ ନା ଅଛି ଇଣ୍ଟରନେଟ୍ ନା ଅଛି ସ୍ମାର୍ଟଫୋନ୍ । ତେଣୁ ଏଠାରେ ପାଠପଢା କମ୍ ଖେଳକୁଦ ବେଶୀ ହେବାରେ ଲାଗିଛି ।

ଆପଣ ଶୁଣିଥିବେ ଘଞ୍ଚ ଜଙ୍ଗଲରେ ଜଙ୍ଗଲୀ ଜନ୍ତୁଙ୍କ ପ୍ରାଦୁର୍ଭାବରୁ ରକ୍ଷାପାଇବା ପାଇଁ ଲୋକମାନେ ଗଛ ଉପରେ କୁଡିଆ ଘର ତିଆରି କରିଥାନ୍ତି । କିନ୍ତୁ ଏ କେଉଁ ଜଙ୍ଗଲ ନୁହେଁ ବରଂ ପିଲାମାନେ ସେମାନଙ୍କ ଖେଳ ଖଟି ପାଇଁ ତିଆରି କରିଛନ୍ତି ଏହି ଟ୍ରି ହାଉସ୍ ।  ଆମେ କଥା ହେଉଛେ ବୋଲଗଡ ଅଞ୍ଚଳ ବିଷୟରେ । ଯେଉଁଠି ଏହି ଟ୍ରି ହାଉସ୍ ଦେଖିବାକୁ ମିଳେ ।

ଗୋଟିଏ ନୁହେଁ ବୋଲଗଡ ଗ୍ରାମାଞ୍ଚଳ ବୁଲିଲେ ଆପଣ ଦେଖିବାକୁ ପାଇବେ ଦୁଇ ଦୁଇଟି ଟ୍ରି ହାଉସ୍ । ଯେଉଁଠି ପାଠ ଛାଡି ପିଲାମାନେ ମଉଜ ମଜଲିସ୍ କରୁଥିବାର ଦେଖିବାକୁ ପାଇବେ । ଏଠାରେ ଲକ୍ ଡାଉନର ଭରପୂର ଫାଇଦା ଉଠାଉଛନ୍ତି ଦେଶର ଭବିଷ୍ଯତ ମାନେ । ସ୍କୁଲ୍, ଟିଉସନ୍ ସବୁ ବନ୍ଦ ଥିବାରୁ ଦିନ ରାତି ୨୪ ଘଣ୍ଟା ଏମାନଙ୍କର ଖେଳ କୁଦରେ ସମୟ ବିତୁଛି । ଆଉ କିଛି ପିଲା ଗଛରେ ବିଭିନ୍ନ ଚିତ୍ର ମଧ୍ଯ ଆଙ୍କୁଥିବାର ଦେଖିବାକୁ ମିଳିଛି । ଯାହାକୁ ଦେଖିବାକୁ କିଛି ଲୋକ ପାଖ ଗାଁରୁ ମଧ୍ଯ ଆସୁଛନ୍ତି ।

ତେବେ ଗ୍ରମାଞ୍ଚଳର ଏହି ପିଲାମାନଙ୍କ ପାଠପଢାକୁ ନଜର ଦେବା ସହିତ ଏପରି ଟ୍ରି ହାଉସ୍ ନିର୍ମାଣକୁ ଦେଖି ଏମାନଙ୍କୁ ଉତ୍ସାହିତ କରିବା ମଧ୍ଯ ଆବଶ୍ଯକ ।

ବେଗୁନିଆରୁ ଦୁର୍ଗା ପ୍ରସାଦ ଦାସଙ୍କ ରିପୋର୍ଟ, କେନ୍ୟୁଜ୍

Sonalisa

Recent Posts

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ, ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବରେ ସାମିଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ…

1 hour ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା, ଥାନା ଅଧିକାରୀଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଫେରାଦ ହେଲା ନାବାଳକ ପୁଅ

ନୟାଗଡ଼ (କେନ୍ୟୁଜ୍‌) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର…

1 hour ago

ଜବତ ବୋମାକୁ ନିଷ୍କ୍ରିୟ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ?

କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା…

2 hours ago

କିଟରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର

ଭୁବନେଶ୍ୱର : କିଟ ବିଶ୍ଵବିଦ୍ୟାଳୟ ପରିସରରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର ଉଦଘାଟିତ ହୋଇଛି ।…

3 hours ago

ଗଛରେ ପିଟି ହୋଇ ହୁତୁ ହୁତୁ ହୋଇ ଜଳିଗଲା କାର, ୩ ଆହତ

କରଞ୍ଜିଆ : କରଞ୍ଜିଆରୁ ଭୁବନେଶ୍ୱର ଯାଉଥିବା ଏକ କାର ଠାକୁରମୁଣ୍ଡା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ହୁତୁ ହୁତୁ ହୋଇ ଜଳିଯାଇଛି…

3 hours ago

ପୋଖରୀକୁ ଗାଧୋଇବାକୁ ଯାଇ ଏକା ସାଙ୍ଗେ ଚାଲିଗଲେ ମା’ ଝିଅ

ଉମରକୋଟ୍‌:  ଆଜି ହେଉଛି ପହିଲି ରଜ । ଗାଁ ଠୁ ସହର ଉତ୍ସବ ମୁଖର ପରିବେଶ । ଚାରିଆଡ଼େ ପୋଡ଼…

3 hours ago