Below header

ଲକ୍ ଡାଉନର ପ୍ରଭାବ : ପାଠ ଛାଡି ଟ୍ରି ହାଉସରେ ମଉଜ କରୁଛନ୍ତି ଛାତ୍ରଛାତ୍ରୀ

ବେଗୁନିଆ: କରୋନା ସଂକ୍ରମଣ ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ଏଥିରେ ପ୍ରଭାବିତ ହେଉଥିବା ଲୋକଙ୍କ ସମସ୍ଯା ମଧ୍ଯ ସେହି ଅନୁପାତରେ ବଢିଚାଲିଛି । ଆଉ ସବୁଠାରୁ ବେଶୀ ପ୍ରଭାବିତ ହେଉଛନ୍ତି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ମାନେ । କାରଣ ସେମାନଙ୍କ ପାଖରେ ନା ଅଛି ଇଣ୍ଟରନେଟ୍ ନା ଅଛି ସ୍ମାର୍ଟଫୋନ୍ । ତେଣୁ ଏଠାରେ ପାଠପଢା କମ୍ ଖେଳକୁଦ ବେଶୀ ହେବାରେ ଲାଗିଛି ।

ଆପଣ ଶୁଣିଥିବେ ଘଞ୍ଚ ଜଙ୍ଗଲରେ ଜଙ୍ଗଲୀ ଜନ୍ତୁଙ୍କ ପ୍ରାଦୁର୍ଭାବରୁ ରକ୍ଷାପାଇବା ପାଇଁ ଲୋକମାନେ ଗଛ ଉପରେ କୁଡିଆ ଘର ତିଆରି କରିଥାନ୍ତି । କିନ୍ତୁ ଏ କେଉଁ ଜଙ୍ଗଲ ନୁହେଁ ବରଂ ପିଲାମାନେ ସେମାନଙ୍କ ଖେଳ ଖଟି ପାଇଁ ତିଆରି କରିଛନ୍ତି ଏହି ଟ୍ରି ହାଉସ୍ ।  ଆମେ କଥା ହେଉଛେ ବୋଲଗଡ ଅଞ୍ଚଳ ବିଷୟରେ । ଯେଉଁଠି ଏହି ଟ୍ରି ହାଉସ୍ ଦେଖିବାକୁ ମିଳେ ।

artଗୋଟିଏ ନୁହେଁ ବୋଲଗଡ ଗ୍ରାମାଞ୍ଚଳ ବୁଲିଲେ ଆପଣ ଦେଖିବାକୁ ପାଇବେ ଦୁଇ ଦୁଇଟି ଟ୍ରି ହାଉସ୍ । ଯେଉଁଠି ପାଠ ଛାଡି ପିଲାମାନେ ମଉଜ ମଜଲିସ୍ କରୁଥିବାର ଦେଖିବାକୁ ପାଇବେ । ଏଠାରେ ଲକ୍ ଡାଉନର ଭରପୂର ଫାଇଦା ଉଠାଉଛନ୍ତି ଦେଶର ଭବିଷ୍ଯତ ମାନେ । ସ୍କୁଲ୍, ଟିଉସନ୍ ସବୁ ବନ୍ଦ ଥିବାରୁ ଦିନ ରାତି ୨୪ ଘଣ୍ଟା ଏମାନଙ୍କର ଖେଳ କୁଦରେ ସମୟ ବିତୁଛି । ଆଉ କିଛି ପିଲା ଗଛରେ ବିଭିନ୍ନ ଚିତ୍ର ମଧ୍ଯ ଆଙ୍କୁଥିବାର ଦେଖିବାକୁ ମିଳିଛି । ଯାହାକୁ ଦେଖିବାକୁ କିଛି ଲୋକ ପାଖ ଗାଁରୁ ମଧ୍ଯ ଆସୁଛନ୍ତି ।

studentତେବେ ଗ୍ରମାଞ୍ଚଳର ଏହି ପିଲାମାନଙ୍କ ପାଠପଢାକୁ ନଜର ଦେବା ସହିତ ଏପରି ଟ୍ରି ହାଉସ୍ ନିର୍ମାଣକୁ ଦେଖି ଏମାନଙ୍କୁ ଉତ୍ସାହିତ କରିବା ମଧ୍ଯ ଆବଶ୍ଯକ ।

ବେଗୁନିଆରୁ ଦୁର୍ଗା ପ୍ରସାଦ ଦାସଙ୍କ ରିପୋର୍ଟ, କେନ୍ୟୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.