IBPSରେ ଚାକିରି ପାଇଁ ବମ୍ପର ଭର୍ତ୍ତି, ଜଲଦି କରନ୍ତୁ ଆବେଦନ

ଇଣ୍ଡିଆନ ଇଷ୍ଟିଚ୍ଯୁଟ ଅଫ୍ ବ୍ଯାକିଂଗ ପର୍ସନଲ (ଆଇବିପିଏସ) ପକ୍ଷରୁ ଗ୍ରୁପ୍ ଏ ଅଫିସର ସ୍କେଲ I, II, III ଏବଂ ଗ୍ରୁପ୍ ବି ଅଫିସ ଆସିଷ୍ଟାଣ୍ଟ (ମଲ୍ଟିପର୍ପଜ) ନିଯୁକ୍ତି ପାଇଁ ସୂଚନା ଜାରି କରାଯାଇଛି। ଗ୍ରୁପ୍ ଏ ଅଫିସର ଏବଂ ଅଫିସ ଆସଷ୍ଟାଣ୍ଟର ୯୬୦୦ରୁ ଅଧିକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ଦେଶର ୪୩ କ୍ଷେତ୍ରୀୟ ଗ୍ରାମୀଣ ବ୍ଯାଙ୍କରେ କରାଯିବ। ନିଯୁକ୍ତି ପାଇଁ ଆଜିଠାରୁ ଅନଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ ହୋଇଥିବା ବେଳେ ଏହାର ଶେଷ ତାରିଖ ଆସନ୍ତା ୨୧ ଜୁଲାଇ ରହିଛି। ସେହିଭଳି ଅନଲାଇନ୍ ଫ୍ରିଲିମ୍ସ ପରୀକ୍ଷା ସେପ୍ଟେମ୍ବର ଏବଂ ଅକ୍ଟୋବରରେ ଆୟୋଜିତ ହେବ, ଯାହାର ଆଡମିଟ କାର୍ଡ ଆସନ୍ତା ଅଗଷ୍ଟ ମାସରେ ଜାରି ହେବ।

abpsସୂଚନା ମୁତବାକ ଏହି ଜରିଆରେ ଉତ୍ତର ବିହାର ଗ୍ରାମୀଣ ବ୍ଯାଙ୍କ, ରାଜସ୍ଥାନ ମୁରୁଧାରା ଗ୍ରାମୀଣ ବ୍ଯାଙ୍କ, ସର୍ବ ହରିୟାଣା ଗ୍ରାମୀଣ ବ୍ଯାଙ୍କ, ପ୍ରଥମ ୟୁପି ଗ୍ରାମୀଣ ବ୍ଯାଙ୍କ, ମଧ୍ଯ ପ୍ରଦେଶ ଗ୍ରାମୀଣ ବ୍ଯାଭ୍କ, ମଧ୍ଯାଞ୍ଚଳ ଗ୍ରାମୀଣ ବ୍ଯାଙ୍କ, ଝାଡଖଣ୍ଡ ରାଜ୍ଯ ଗ୍ରାମୀଣ ବ୍ଯାଙ୍କ, ହିମାଚଳ ପ୍ରଦେଶ ଗ୍ରାମୀଣ ବ୍ଯାଙ୍କ, ବଡୌଦା ୟୁପି ବ୍ଯାଙ୍କ, ଦକ୍ଷିଣ ବିହାର ଗ୍ରାମୀଣ ବ୍ଯାଙ୍କ ପାଟଣା ବିହାର, ଆର୍ଯବର୍ତ ବ୍ଯାଙ୍କ ଲକ୍ଷ୍ନୌ, ଛତିଶଗଢ ରାଜ୍ଯ ଗ୍ରାମୀଣ ଏବଂ ବଡୌଦା ରାଜସ୍ଥାନ କ୍ଷେତ୍ରୀୟ ଗ୍ରାମୀଣ ବ୍ଯାଙ୍କରେ ନିଯୁକ୍ତି ହେବ।

ବୟସ ସୀମା

studentsଅଫିସ ଆସିଷ୍ଟାଣ୍ଟ (ମଲ୍ଟିପର୍ପଜ)- ୧୮ ରୁ ୨୮ ବର୍ଷ

ଅଫିସର ସ୍କେଲ- III (ସିନିୟର ମ୍ଯାନେଜର)- ୨୧ ରୁ ୪୦ ବର୍ଷ

ଅଫିସର ସ୍କେଲ- II (ମ୍ଯାନେଜର)- ୨୧ରୁ ୩୨ ବର୍ଷ

ଅଫିସର ସ୍କେଲ- I (ଆସିଷ୍ଟାଣ୍ଟ ମ୍ଯାନେଜର)- ୧୮ ରୁ ୩୦ ବର୍ଷ

ବୟସ ସୀମାରେ ହ୍ରାସ

ibps-ଏସସି/ଏସଟି ବର୍ଗଙ୍କ ପାଇଁ- ୫ବର୍ଷ

ଓବିସି- ୩ ବର୍ଷ

ଦିବ୍ଯାଙ୍ଗ- ୧୦

ଶିକ୍ଷାଗତ ଯୋଗ୍ଯତା

ibps2ଅଫିସ ଆସିଷ୍ଟାଣ୍ଟ- କୌଣସି ଷ୍ଟ୍ରିମରେ ଗ୍ରାଜୁଏସନ ଏବଂ କମ୍ପ୍ଯୁଟରରେ ଅଭିଜ୍ଞତା ଥିବା ଆବଶ୍ଯକ।

ଅଫିସର ସ୍କେଲ- I ଆସିଷ୍ଟାଣ୍ଟ ମ୍ଯାନେଜର- କୌଣସି ବିଷୟରେ ଗ୍ରାଜୁଏସନ ଏବଂ କମ୍ପ୍ଯୁଟରରେ ଅଭିଜ୍ଞତା ଥିବା ଆବଶ୍ଯକ।

ଅଫିସର ସ୍କେଲ- II ଜେନେରାଲ ବ୍ଯାକିଂଗ ଅଫିସର ମ୍ଯାନେଜର-୫୦ ପ୍ରତିଶତ ଅଙ୍କ ସହ କୌଣସି ବି ବିଷୟରେ ଗ୍ରାଜୁଏସନ କରିଥିବା ଆବଶ୍ଯକ।

ଅଫିସର ସ୍କେଲ- III ସିନିୟର ମ୍ଯାନେଜର- ୫୦ ପ୍ରତିଶତ ମାର୍କ ସହ ବ୍ଯାଚଲର ଡିଗ୍ରୀ କରିଥିବା ଆବଶ୍ଯକ।

ଚୟନ

IBPS-recuitmentଅଫିସ ଆସିଷ୍ଟାଣ୍ଟ ଚୟନର ଫାଇନାଲ ମେରିଟ ଲଟେ ମନେ ଏଗଜାମ୍ ଆଧାରରେ କରାଯିବ। ଏହି ପରୀକ୍ଷାରେ ପ୍ରଥମ ପ୍ରିଲିମ୍ସ ପରୀକ୍ଷା ହେବା ପରେ ମେନ୍ ପରୀକ୍ଷା ହେବ।

ଅଫିସର ସ୍କେଲ- I- ମେନ ଏଗଜାମରେ ପ୍ରଦର୍ଶନ ଆଧାରରେ ଆବେଦନକାରୀଙ୍କୁ ଇଣ୍ଟରଭ୍ଯୁ ପାଇଁ ସର୍ଟଲଯେ କରାଯିବ ଏବଂ ସେହି ଆଧାରରେ ଫାଇନାଲ ମେରିଟ୍ ପ୍ରସ୍ତୁତ ହେବ।

ଅଫିସର ସ୍କେଲ- II ଏବଂ ଅଫିସର ସ୍କେଲ- III- ଏକକ ସ୍ତରୀୟ ପରୀକ୍ଷା ହେବ। ମାର୍କ ଆଧାରରେ ଇଣ୍ଟରଭ୍ଯୁ ପାଇଁ ଆବେଦନକାରୀଙ୍କୁ ଡକାଯିବା ପରେ ଫାଇନାଲ ମେରିଟ ଲିଷ୍ଟ ହେବ।

ଆବେଦନ ଶୁଳ୍କ

IBPS-1ଅଫିସର ( I, IIଏବଂ III)

SC/ST/PWBD ବର୍ଗଙ୍କ ପାଇଁ- ୧୭୫ ଟଙ୍କା

ଅନ୍ଯ ସମସ୍ତଙ୍କ ପାଇଁ- ୮୫୦ ଟଙ୍କା

କିପରି କରିବେ ଆବେଦନ

www.ibps.in ଜରିଆରେ ଆବେଦନ କରିପାରିବେ। ଆବେଦନକାରୀ ନିଜର ଫଟୋଗ୍ରାଫ, ସିଗ୍ନେଚର, ଲେପ୍ଟ ଥମ୍ବ ଇଂପ୍ରେସନ, ହାତ ଲେଖା ଡିକ୍ଲେୟରେସନ ସ୍କାନ କରି ଅପଲୋଡ୍ କରିବାକୁ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.