Below header

୯ ଘଣ୍ଟା ଜେରା ପରେ ସଞ୍ଜନା ସଙ୍ଘି ଖୋଲିଲେ ସୁଶାନ୍ତଙ୍କ ସହିତ ଜଡିତ ଅନେକ ରାଜ୍‌, ଡିପ୍ରେସନରେ କହିଲେ ଏମିତି କଥା

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ନେଇ ମୁମ୍ବାଇ ପୁଲିସ ଜୋରଦାର ତଦନ୍ତ କରୁଛି।ପୋଲିସ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ଏପର୍ଯ୍ୟନ୍ତ ଅନେକ ଲୋକଙ୍କୁ ପଚରାଉଚରା କରୁଛି। ଏପର୍ଯ୍ୟନ୍ତ ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀଙ୍କ ସମେତ ତାଙ୍କ ବନ୍ଧୁ ମୁକେଶ ଛାବ୍ରା ଓ ରୋହିଣୀ ଅୟରଙ୍କ ମଧ୍ୟ ପୁଲିସ ଜେରା କରିଛି।

ଏହି କ୍ରମରେ ‘ଦିଲ୍ ବେଚାରା’ର ଅଭିନେତ୍ରୀ ସଞ୍ଜନା ସାଙ୍ଘି ବାନ୍ଦ୍ରା ପୁଲିସ ଷ୍ଟେସନରେ ପହଞ୍ଚି ନିଜ ବୟାନ ରେକର୍ଡ କରିଛନ୍ତି। ପୋଲିସ ସଞ୍ଜନାଙ୍କୁ ୯ ଘଣ୍ଟା ଜେରା କରିଛି। ଏହି ସମୟରେ ସଞ୍ଜନା ସୁଶାନ୍ତଙ୍କ ସହିତ ଜଡିତ ଅନେକ କଥାରୁ ପର୍ଦା ଉଠାଇଛନ୍ତି। ସୁଶାନ୍ତଙ୍କ ସହିତ ପ୍ରଥମ ଥର ପାଇଁ ଏହି ଫିଲ୍ମରେ ନଜର ଆସିଥାନ୍ତେ। ୨୦୧୮ରେ ଅଡିସନ ପରେ କାଷ୍ଟିଂ ଡାଇରେକ୍ଟର ମୁକେଶ ଛାବ୍ରା ମୋତେ ଚୟନ କରିଥିଲେ। ସଞ୍ଜନା କହିଥିଲେ, ‘ ସୁଶାନ୍ତ କେବେ ବି ତାଙ୍କ ସହିତ ଖରାପ ବ୍ୟବହାର କରିନାହାନ୍ତି। ସେ କେବେ ବି ସୁଶାନ୍ତଙ୍କ ବିରୋଧରେ ମି ଠୁ ଆରୋପ ଲଗାଇନଥିଲେ। କିନ୍ତୁ ୨୦୧୮ରେ ମିଥ୍ୟା ଗୁଜବ ଉଠିଥିଲା। ଯୁଏସରୁ ଫେରିବା ପରେମୁଁ କଥା ଜାଣିବାକୁ ପାଇଥିଲେ। ତା’ ପରେ ମୁଁ ସୋସିଆଲ ମିଡିଆରେ ମୋର ମନ୍ତବ୍ୟ ରଖିଥିଲି କି, ଏସବୁ ମିଛ। ସୁଶାନ୍ତ ଏହି ଘଟଣା ପରେ ବହୁତ ଡିପ୍ରେସନରେ ଥିଲେ। କିନ୍ତୁ କିଭଳି ମି ଠୁ ମାମଲାରେ ତାଙ୍କୁ ଫସାଯାଇ ବଦନାମ କରାଯାଉଥିଲା ସେ ମୋତେ କହିଥିଲେ।

33

ସେ ଆହୁରି ମଧ୍ୟ କହିଛନ୍ତି, ସୁଶାନ୍ତ ନିଜକୁ ସମ୍ଭାଳିବା ପାଇଁ ବହୁତ ସମୟ ଲାଗିଥିଲା। ସେ କେବେ ବି ମୋତେ ପର୍ସନାଲ କଥା ମୋତେ କହିନାହାନ୍ତି। କିନ୍ତୁ ତାଙ୍କ ଜୀବନରେ କ’ଣ ଚାଲିଥିଲା କେବଳ ସେ ଜାଣିଥିଲେ। କିଛି ଦିନ ତଳେ ଅଭିନେତ୍ରୀ ସଞ୍ଜନା ସାଙ୍ଘି ଇନ୍ଷ୍ଟାଗ୍ରାମ୍ରେ ସୁଶାନ୍ତଙ୍କ ସହ ତାଙ୍କର କିଛି ପୁରୁଣା ଫଟୋ ସେୟାର କରିଥିବା ସହ ଭାବାପୂର୍ଣ୍ଣ ଲେଖାଟିଏ ଲେଖିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.