ସ୍ପେଶାଲ

ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ଏ ଭାଇନାଙ୍କୁ ନ ଚିହ୍ନେ କିଏ

ଡାକ ପଡିଲା, ଭାଇନା ଟିକେ ଆସିଲେ, ଶବଟିକୁ ଷ୍ଟ୍ରେଚରରେ ନେଇ ପୋଷ୍ଟମର୍ଟମ ରୁମ୍‌ ପାଖରେ ରଖିଦେବେ l ଠିକ ଏତିକି କଥା ପାଟିରୁ ନସରୁଣୁ ଜଣେ ଵୟସ୍କ ପତଳା ଲୋକଟିଏ ଷ୍ଟ୍ରେଚର ଗୋଟିଏ ଧରି ପହଞ୍ଚି ଗଲେ l ପାଟିରେ ପାନ ଆଉ ହସ ହସ ମୁହଁ । ଶବ ସଂରକ୍ଷଣ ଘର ଭିତରେ ଥିବା ଡିପ ଫ୍ରିଜର ଭିତରୁ ଜଣଙ୍କର ମୃତଦେହକୁ ଷ୍ଟ୍ରେଚରରେ ଥୋଇଲେ । ଆଉ ଗଡେଇ ଗଡେଇ ଟାଣି ନେଇ ଚାଲିଲେ ଶବ ବ୍ୟବଛେଦ ଗୃହ ଭିତରକୁ l  ଇଏ ତାଙ୍କର ଦିନ ସାରା ଓ ନିତି ଦିନିଆ କାମ । ବୋହି ଚାଲନ୍ତି ଆମା ନଥିବା ଦେହଗୁଡ଼ିକୁ । ନା ମୁହଁରେ ବିରକ୍ତି ଭାବ ନା ଥକି ପଡ଼ିବାର ଲକ୍ଷଣ ତାଙ୍କ ଠାରେ ଦେଖିବାକୁ ମିଳେ l ଯିଏ ଆସନ୍ତି ସିଏ ଡାକି ନିଅନ୍ତି ଭାଇ ଆମ ଲୋକର ଡେଡବଡି ଟିକେ ନେଇଯାଅ l

ଆଜିର ଦୁନିଆରେ ଏସମାଜରେ ଏମିତି କେତେଜଣ ମଣିଷ ଅଛନ୍ତି ଯିଏ ଏଭଳି କାମ ଏ ବୟସରେ କରି ପାରିବେ l ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ । କାହିଁକି ଶବ ବାହକ ସାଜିଛନ୍ତି ସେ । ବାଧ୍ୟ ବାଧକତାରେ ନା ମନରେ ଆଉ କିଛି ଅଛି ।  ତାଙ୍କ ନାଁ ସୁଧୀର ନାୟକ l ଘର ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ରାମଚଣ୍ଡୀରେ l ସୁଧୀର ଅନେକ ବର୍ଷ ହେଲା ଭୁବନେଶ୍ୱରରେ ପରିବାର ସହିତ ରହି ଆସୁଛନ୍ତି l ପରିବାର କହିଲେ ଝିଅ ପୁଅ ତିନିଜଣ ଆଉ ସ୍ୱାମୀ ସ୍ତ୍ରୀ ମିଶି ପାଞ୍ଚ ଜଣ l ସୁଧୀର ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଅନ୍ୟ ବିଭାଗରେ କାମ କରୁଥିଲେ l ପରେ ଦାୟିତ୍ୱ ନେଲେ ଶବ ବାହକ ଭାବରେ । ସେବେଠାରୁ ଚାଲିଛି ଶବ ବୁହା କାମ । ସକାଳୁ ଘରୁ ବାହାରି ଆସନ୍ତି l କ୍ୟାପିଟାଲ ହସପିଟାଲରେ ପହଞ୍ଚିବା ପରେ ତାଙ୍କ କାମ ଆରମ୍ଭ ହୋଇଯାଏ । ଶବ ବ୍ୟବଚ୍ଛେଦ ଗୃହକୁ ଯେତେବେଳେ ଶବ ଆସେ ସେ ସବୁକୁ କେବେ ସଂରକ୍ଷଣ ଗୃହ ଭିତରେ ରଖନ୍ତି ତ ଆଉ କେଉଁ ମୃତଦେହକୁ ବାହାର କରି ବ୍ୟବଚ୍ଛେଦ ରୁମରେ ପହଞ୍ଚାଇ ଦିଅନ୍ତି । ବ୍ୟବଚ୍ଛେଦ ସରିଲା ପରେ ତାଙ୍କ କାମ ହେଲା, ମୃତକଙ୍କ ପରିବାରକୁ ଶବର ମୁହଁ ଖୋଲି ଚି଼ହ୍ନଟ କରାନ୍ତି l ଆଉ ଯେତେବେଳେ କୌଣସି ମୃତକର କେହି ଦାବିଦାର ନଥାନ୍ତି ସୁଧୀରଙ୍କ କାମ ଆଉ ଟିକେ ବଢ଼ିଯାଏ । ମୃତଦେହଟି ସଂସ୍କାର ପାଇଁ ମଶାଣିକୁ ଗଲା ଯାଏ ତା ଦାୟିତ୍ୱ ନିଅନ୍ତି l ନିଜେ ଅଜଣା ଶବର ସାଥୀ ସାଜି ମୃତ ଶରୀରକୁ ବିଏମସି ଗାଡିରେ ଲଦି ମଶାଣିକୁ ପଠାନ୍ତି l

ଆଜକୁ ଦୀର୍ଘ ଦଶ ବର୍ଷ ହେଲାଣି ସୁଧୀର ଭାଇ ପାଖାପାଖି ଦଶ ହଜାର ଶବ ଏମିତି ନିଜ ହାତରେ ବୋହି ନେଇଛନ୍ତି l ଖାଲି ସେତିକି ନୁହେଁ ଏହା ସହିତ ମୃତ ଶରୀର ପରୀକ୍ଷା ପାଇଁ ଦେହର ଯେଉଁ ଅଂଶକୁ କଟା ଯାଇଥାଏ ତାର ରକ୍ଷଣା ବେକ୍ଷଣ କରିବାକୁ ଆଦୌ ଭୁଲନ୍ତିନି l ସେଥିପାଇଁ ଦଶ ହଜାର ଶବ ବୋହିଥିବା ସୁଧୀରଭାଇ ସମସ୍ତଙ୍କର ଭାରି ପ୍ରିୟ l ପୋଲିସ ଆସିଲେ ଖୋଜି ବୁଲନ୍ତି ସୁଧୀର ଭାଇ ଗଲେ କୁଆଡେ l ଏମିତି କି କରୋନା ସମୟରେ ଅନେକ କରୋନାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ମୃତଦେହକୁ ସେ ଏମିତି ବୋହି ନେଇଛନ୍ତି । ପଚାରିଲେ କୁହନ୍ତି ଡରଭୟ କଣ ? ସବୁ ସେହି କାଳିଆ ଜାଣେ l

Sasmita

Recent Posts

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

3 mins ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

37 mins ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

2 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

2 hours ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

2 hours ago

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

2 hours ago