ସ୍ପେଶାଲ

ଶ୍ରାବଣରେ ଦାଢ଼ି ଓ ବାଳ କାଟିବାକୁ କାହିଁକି ବାରଣ କରାଯାଏ, ଜାଣନ୍ତୁ କାରଣ

ଆଷାଢ଼ ପୂର୍ଣ୍ଣିମା ପରେ ଶ୍ରାବଣ ମାସ ପଡ଼ିଥାଏ। ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଖୁବ୍ ପବିତ୍ର ବୋଲି ବିବେଚନା କରାଯାଏ। ଚଳିତ ବର୍ଷ ଏହି ପବିତ୍ର ମାସର ଆରମ୍ଭ ଜୁଲାଇ ୧୪ ଅର୍ଥାତ୍ ଗୁରୁବାର ଠାରୁ ହେଉଛି। ଶ୍ରାବଣ ମାସକୁ ଭଗବାନ ଶିବଙ୍କର ସବୁଠୁ ପ୍ରିୟ ମାସ ବୋଲି କୁହାଯାଏ।

ଧାର୍ମିକ ମାନ୍ୟତା ଅନୁସାରେ, ଏହି ମାସରେ ଦେବ ଦେବ ମହାଦେବଙ୍କୁ ବିଧିପୂର୍ବକ ପୂଜାର୍ଚ୍ଚନା କରିବା ଦ୍ୱାରା ଭୋଳାନାଥ ପ୍ରସନ୍ନ ହୋଇଥାନ୍ତି ଓ ଭକ୍ତ ଜୀବନରୁ ସବୁ କଷ୍ଟ ଦୂର କରିଥାନ୍ତି।କୁହାଯାଏ ଶ୍ରାବଣରେ କିଛି କାର୍ଯ୍ୟ କରିବା ଉଚିତ୍‌ ନୁହେଁ । କାରଣ ଏହି କାର୍ଯ୍ୟ କଲେ ଭଗବାନ ଶିବ ଅସନ୍ତୁଷ୍ଟ ହୋଇ ଯାଆନ୍ତି । ଏହି ସବୁ କାର୍ଯ୍ୟ ଭିତରେ ରହିଛି ଦାଢ଼ି ଓ ବାଳ କାଟିବା ।

ଶ୍ରାବଣ ମାସରେ ଏହି କାର୍ଯ୍ୟ କରନ୍ତୁ ନାହିଁ

୧. ଶ୍ରାବଣ ମାସରେ ବାଳ ଓ ଦାଢ଼ି କାଟିବାକୁ ବାରଣ କରାଯାଇଛି । ଯଦି ଆପଣ ଶ୍ରାବଣ ବ୍ରତ ରଖିଥାନ୍ତି,ତେବେ ବାଳ ଓ ଦାଢ଼ି କାଟିବାରୁ ବିରତ ରୁହନ୍ତୁ ।

୨. ନଖ କାଟିବା ଓ ଶରୀରରେ ତେଲ ମାରିବା ମଧ୍ୟ ବାରଣ କରାଯାଇଛି । ଏମିତି କରିବା ଦ୍ୱାରା ଗ୍ରହ ଦୋଷ ଲାଗିଥାଏ ଓ ଶ୍ରାବଣ ବ୍ରତ ଫଳଦାୟୀ ହୋଇ ନଥାଏ ।

୩. ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଦାଢ଼ି ଓ ବାଳ କାଟିବା ନିୟମ ସମସ୍ତଙ୍କ ଉପରେ ଲାଗୁ ହୋଇଥାଏ । ଏହା ଇଚ୍ଛାଗତ ତେବେ ବାଧ୍ୟବାଧକତା ନୁହେଁ ।

୪. ଶ୍ରାବଣ ମାସରେ ପିଆଜ ରସୁଣ ଖାଇବା କିମ୍ବା ମଦ ମାଂସ ସେବନ କରିବା ମନା ହୋଇଥାଏ ।

୫. ଭୋଳାନାଥଙ୍କୁ ଜଳ ଓ ବେଲପତ୍ର ଚଢ଼ାଇବା ହୋଇଥାଏ ଉତ୍ତମ ।

୬. ଶ୍ରାବଣ ମାସରେ କେବେ ମନରେ ନକରାତ୍ମକ ଭାବନା ଆଣନ୍ତୁ ନାର୍ହି ।

୭. ଯଦି ଆପଣ ମହାଦେବଙ୍କ ଆଶିର୍ବାଦ ପାଇବାକୁ ଚାହୁଁଛନ୍ତି,ତେବେ ଏହି ମାସରେ ଆପଣ ନିଜର ପିତା-ମାତା ଓ ଗୁରୁଙ୍କୁ ସମ୍ମାନ କରନ୍ତୁ ।

୮. ଶ୍ରାବଣ ମାସରେ ପୂଜା କଲାବେଳେ ଶୁଦ୍ଧତା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ।

Niharanjan

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

45 seconds ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

4 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

37 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

39 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago