ରାଜ୍ୟ

ସନ୍ତରଣର ବିକାଶ ନେଇ କିସ୍‌ ଓ ଗ୍ଲେନ୍‌ମାର୍କ ଫାଉଣ୍ଡେସନ୍‌ ମଧ୍ୟରେ ବୁଝାମଣା: ଓଡ଼ିଶାରୁ ବାହାରିବେ ବିଶ୍ୱସ୍ତରୀୟ ସନ୍ତରଣକାରୀ

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାରୁ ବାହାରିବେ ବିଶ୍ୱସ୍ତରୀୟ ସନ୍ତରଣକାରୀ। ସନ୍ତରଣର ବିକାଶ ନେଇ କିସ୍‌ ଓ ଗ୍ଲେନ୍‌ମାର୍କ ଫାଉଣ୍ଡେସନ୍‌ ମଧ୍ୟରେ ବୁଝାମଣା। ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସନ୍ତରଣ ପ୍ରତିଯୋଗିତା ନିମନ୍ତେ ତୃଣମୂଳସ୍ତରରୁ ସନ୍ତରଣକାରୀ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଗ୍ଲେନ୍‌ମାର୍କ ଫାର୍ମାସିଉଟିକାଲ୍‌ ଲିମିଟେଡର ସିଏସ୍‌ଆର୍‌ କାର୍ଯ୍ୟକ୍ରମ ଗ୍ଲେନ୍‌ମାର୍କ ଆକ୍ୱାଟିକ୍‌ ଫାଉଣ୍ଡେସନ୍‌ ଓ କିସ୍‌ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ରରେ ଗ୍ଲେନ୍‌ମାର୍କ ଆକ୍ୱାଟିକ୍‌ ଫାଉଣ୍ଡେସନ୍‌ ପକ୍ଷରୁ ଏହାର ଅପରେସନ୍‌ ମୁଖ୍ୟ ବିଜୟ ଭରଦ୍ୱାଜ ଓ କିସ୍‌ ପକ୍ଷରୁ କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ସ୍ୱାକ୍ଷର କରିଥିଲେ। ଓଡ଼ିଶାରେ ତୃଣମୂଳସ୍ତରରୁ ସନ୍ତରଣକାରୀ ସୃଷ୍ଟି କରିବା ପାଇଁ ଗ୍ଲେନ୍‌ମାର୍କ ଓ କିସ୍‌ ମଧ୍ୟରେ ୧୨ବର୍ଷିଆ ଚୁକ୍ତି ସ୍ୱାକ୍ଷର ହୋଇଛି। ଏହି ବୁଝାମଣାପତ୍ର ଅନୁଯାୟୀ କିଟ୍‌ ଓ କିସ୍‌ର ଛାତ୍ରଛାତ୍ରୀଙ୍କୁ ସନ୍ତରଣରେ ତାଲିମ ପ୍ରଦାନ କରାଯିବା ସହ ଏହାକୁ ଏକ ପ୍ରତିଯୋଗୀମୂଳକ କ୍ରୀଡ଼ା ଭାବେ ଗ୍ରହଣ କରିବା ନେଇ ପ୍ରୋତ୍ସାହିତ କରାଯିବ।

ଦକ୍ଷିଣ ଆଫ୍ରିକାର ଅଭିଜ୍ଞ କୋଚ ଇଆନ୍‌ ଏଲ୍‌ସ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେବେ। ଏହି ବୁଝାମଣାପତ୍ର ଅନୁସାରେ ଦୀର୍ଘକାଳୀନ କ୍ରୀଡ଼ାବିତଙ୍କ ବିକାଶ ନିମନ୍ତେ ବିଶ୍ୱ ନୀତି ଅନୁସରଣ କରି ଓଡ଼ିଶା ଓ ଭାରତ ପାଇଁ ଅନ୍ତର୍ଜାତୀୟ ସନ୍ତରଣକାରୀ ସୃଷ୍ଟି କରାଯିବ। ଏହି ବୁଝାମଣା ଅନୁଯାୟୀ ଗ୍ଲେନ୍‌ମାର୍କ ଆକ୍ୱାଟିକ୍‌ ଫାଉଣ୍ଡେସନ୍‌ କିଟ୍‌ ଓ କିସ୍‌ରେ ସନ୍ତରଣକାରୀଙ୍କୁ ତାଲିମ ଯୋଗାଇ ଦେବା ସହ ସନ୍ତରଣ କୋଚଙ୍କୁ ତାଲିମ୍‌ ଏବଂ ସନ୍ତରଣ କୋଚ୍‌ ହେବା ପାଇଁ ଲକ୍ଷ୍ୟ ରଖିଥିବା ସନ୍ତରଣକାରୀଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ହାତକୁ ନେବ। ପ୍ରଥମ ପର୍ଯ୍ୟାୟରେ କିସ୍‌ର ୧୦ଜଣ ପ୍ରାକ୍ତନ ସନ୍ତରଣକାରୀଙ୍କୁ ଏଥିରେ ନିଆଯାଇ କୋଚ୍‌ ଭାବେ ତାଲିମ ପ୍ରଦାନ କରାଯିବ। ଏହି ଅବସରରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କହିଲେ, କିସ୍‌ ସର୍ବଦା କ୍ରୀଡ଼ାକୁ ଗୁରୁତ୍ୱ ଦେଇ ଆସିଛି।

ଓଡ଼ିଶା ସରକାର ମଧ୍ୟ କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ପ୍ରୋତ୍ସାହନ ଦିଗରେ ସହଯୋଗ କରିଆସିଛନ୍ତି। କିଟ୍‌ ଓ କିସ୍‌ର କ୍ରୀଡ଼ାବିତମାନେ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟ ତଥା ଦେଶକୁ ଗୌରବ ଆଣି ଦେଉଥିବା ବେଳେ ଏହା ଦ୍ୱାରା ଆମ କ୍ରୀଡ଼ାବିତ୍‌ମାନେ ସନ୍ତରଣ କ୍ଷେତ୍ରରେ ମଧ୍ୟ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ। କିସ୍‌ ଓ ଗ୍ଲେନ୍‌ମାର୍କ ଫାଉଣ୍ଡେସନ୍‌ର ମିଳିତ ପ୍ରୟାସରେ କିସ୍‌ ଓ ଓଡ଼ିଶାରୁ ବିଶ୍ୱସ୍ତରୀୟ ସନ୍ତରଣକାରୀ ବାହାରିପାରିବେ ବୋଲି ଡ. ସାମନ୍ତ ଆଶା ବ୍ୟକ୍ତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଗ୍ଲେନ୍‌ମାର୍କ ଫାର୍ମାସିଉଟିକାଲ୍‌ ଲିମିଟେଡ୍‌ର ପ୍ରତିଷ୍ଠାତା ଗ୍ଲେନ୍‌ ସାଲଦାନା, ଆକ୍ୱାଟିକ୍‌ ଫାଉଣ୍ଡେସନର ପ୍ରତିଷ୍ଠାତା ନେହା ସାଲଦାନା, ସୁଇମିଂ ଫେଡେରେସନ୍‌ ଅଫ୍‌ ଇଣ୍ଡିଆର ସଭାପତି ଆର. ଏନ୍‌ ଜୟପ୍ରକାଶ, ଉପସଭାପତି କମଳେଶ ନାନାବତୀ, ମହାସଚିବ ମୋନାଲ ଚୋକ୍ସୀ ପ୍ରମୁଖ ଉପସ୍ଥିତ ଥିଲେ।

KNews Bureau

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

3 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

7 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

40 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

42 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago