ପ୍ରତ୍ୟେକ ମାସ କୃଷ୍ଣପକ୍ଷର ଶେଷ ଦିନରେ ଅମାବାସ୍ୟା ପଡିଥାଏ। ଚୈତ୍ର ମାସ ଅମାବାସ୍ୟା ଆଜି ପଡୁଛି। ଚୈତ୍ର ମାସ ଅମାବାସ୍ୟା ଚୈତ୍ର ଅମାବାସ୍ୟା ନାମରେ ଜଣାଶୁଣା। ଅମାବାସ୍ୟା ପରେ ହିଁ ଚୈତ୍ର ଶୁକ୍ଳପକ୍ଷ ଆରମ୍ଭ ହୁଏ।
ଅମାବାସ୍ୟା ଦିନ ସ୍ନାନ ଏବଂ ଦାନ ସୂର୍ଯ୍ୟୋଦୟ ତିଥି ଅନୁସାରେ ହୋଇଥାଏ। ତେଣୁ ଅମାବାସ୍ୟା ଦିନ ସ୍ନାନ ଏବଂ ଦାନର ବିଶେଷ ମହତ୍ତ୍ୱ ରହିଥାଏ। ଏହିଦିନ ପିତୃ ପୁରୁଷକୁ ତର୍ପଣ ଏବଂ ପିଣ୍ଡ ଦାନ କରି ପୂଜା କରାଯାଏ। କେବଳ ଏତିକି ନୁହେଁ, ଏହି ଦିନ କାଳସର୍ପ ଦୋଷ ଏବଂ ପିତୃଦୋଷରୁ ମୁକ୍ତି ପାଇଁ ବହୁତ ଖାସ୍ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହାର ଉପାୟ।
କାଳସର୍ପ ଦୋଷ ଏବଂ ପିତୃ ଦୋଷରୁ ମୁକ୍ତି ପାଇବାର ଉପାୟ :
ଧାର୍ମିକ ମାନ୍ୟତା ଅନୁସାରେ, ଚୈତ୍ର ଅମାବାସ୍ୟା ଦିନ ଭଗବାନ ଶିବଙ୍କ ପୂଜା କରିବା ଦ୍ୱାରା ବ୍ୟକ୍ତି କାଳସର୍ପ ଦୋଷରୁ ମୁକ୍ତି ପାଇଥାଏ। ଏହି ଦିନ ଶିବ ମନ୍ଦିରରେ ରୁଦ୍ରାଭିଷେକ କରିବା ସହିତ ଶିବଲିଙ୍କର କ୍ଷୀର ଏବଂ ମିଶ୍ରି ଅର୍ପଣ କଲେ ମଧ୍ୟ କାଳସର୍ପ ଦୋଷ ଦୂର ହୋଇଥାଏ।
ଏହି ଦିନ ପବିତ୍ର ଗଙ୍ଗା ନଦୀରେ ସ୍ନାନ କରିବା ଦ୍ୱାରା ବିଶେଷ ଫଳ ମିଳିଥାଏ। ସ୍ନାନ କରିବା ପରେ ରୁପାରେ ତିଆରି ହୋଇଥିବା ନାଗ ନାଗୁଣିଙ୍କ ପୂଜା କରାଯାଏ। ଏହାପରେ କାଳସର୍ପ ଦୋଷରୁ ମୁକ୍ତି ପାଇଁ ପ୍ରାର୍ଥନା କରାଯାଏ। ତା’ ପରେ ନାଗ ନାଗୁଣିକୁ ଜଳରେ ବିସର୍ଜନ କରାଯାଏ।
କୁହାଯାଏ ଅମାବାସ୍ୟା ଦିନ ଶିବ ତାଣ୍ଡବ ସ୍ତ୍ରୋତ ପାଠ କରିବା ମଧ୍ୟ ଶୁଭଫଳଦାୟୀ। ଏହାଦ୍ୱାରା କାଳସର୍ପ ଦୋଷରୁ ମୁକ୍ତି ମିଳିଥାଏ। ଏହି ଦିନ ରାହୁ ପୂଜା କରିବା ଦ୍ୱାରା କାଳସର୍ପ ଦୋଷରୁ ମୁକ୍ତି ମିଳିଥାଏ।
ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ଚୈତ୍ର ଅମାବାସ୍ୟା ଦିନ ସକାଳୁ ବ୍ରହ୍ମ ଯୋଗ ରହିଥାଏ। ଏହା ପରେ ଇନ୍ଦ୍ରଯୋଗ ରହି ସକାଳ ୧୦.୪୦ ମିନିଟରୁ ସର୍ବାର୍ଥ ସିଦ୍ଧ ଯୋଗ ଏବଂ ଅମୃତ ସିଦ୍ଧି ଯୋଗ ରହିଥାଏ। ମାନ୍ୟତା ଅନୁସାରେ ଏହି ଶୁଭ ଯୋଗରେ କୌଣସି କାର୍ଯ୍ୟ କଲେ ମଧ୍ୟ ବ୍ୟକ୍ତିକୁ ସଫଳତା ମିଳିଥାଏ।
ମେଷ: ଆସନ୍ତାକାଲି ଏକ ଭଲ ଦିନ ହେବ । ସ୍ୱାସ୍ଥ୍ୟ ଭଲ ରହିବ । କୌଣସି ଶାରୀରିକ ଯନ୍ତ୍ରଣା ହେବ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ତୁଳସୀ ପାହାଡରେ BSF ଜବାନଙ୍କୁ ମିଳିଛି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ କୁମ୍ବିଙ୍ଗ ଅପରେସନ…
ଆନନ୍ଦପୁର : ପୋଖରୀରେ ବୁଡି ବୃଦ୍ଧ ମୃତ । ରାମଚନ୍ଦ୍ରପୁର ଥାନା ନର୍ଦା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଘଟଣ…
ଜଳେଶ୍ୱର : ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି । ଦକ୍ଷିଣ-ପୂର୍ବ ରେଳ ପଥର ବାଲେଶ୍ବର ଜିଲ୍ଲା…
କେନ୍ୟୁଜ (ବ୍ୟୁରୋ) : ଓଡ଼ିଶାରେ ସରକାର ଗଠନ କରିବାକୁ ବିଜେପି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି । ଆଜି ରାଜ୍ୟ…
ଆନନ୍ଦପୁର(କେନ୍ୟୁଜ୍): ଅସହ୍ୟ କଲା ଗରମ ଗୁଳୁଗୁଳି । ପୋଖରୀକୁ ଗାଧୋଇବାକୁ ଯାଇଥିଲେ ବୃଦ୍ଧ । ଗୋଡ଼ ଖସିଗଲା ପାଣିରେ ବୁଡି…