ସ୍ପେଶାଲ

ସାଇବର ଠକଙ୍କ ଠାରୁ ବି ଫେରିପାଇବେ ଟଙ୍କା, ଗୋଲ୍ଡେନ୍‌ ସମୟ ଭିତରେ ନିଅନ୍ତୁ ଏହି ପଦକ୍ଷପ

କେନ୍ୟୁଜ୍: ପ୍ରତିଦିନ ଲୋକମାନେ ସାଇବର ଠକାମୀର ଶିକାର ହେଉଛନ୍ତି । ମେସେଜ, ହ୍ଵାଟସଆପ ଏବଂ ଇମେଲ ମାଧ୍ୟମରେ ସାଇବର ଠକଙ୍କ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି ।କହିବାକୁ ଗଲେ ଗାଁ ଠୁ ସହର ଚାରିଆଡ଼େ ମାତିଛନ୍ତି ଏହି ସାଇବର ଲୁଟେରା । ଗରିବ ଧନୀ କାହାକୁ ବି ଛାଡ଼ୁ ନାହାନ୍ତି । ଲୋକଙ୍କ ଆକାଉଣ୍ଟକୁ ଖାଲି କରିବା ପାଇଁ ଏଭଳି ପନ୍ଥା ଆପଣାଉଛନ୍ତି ଯେ ସାଧାରଣ ଲୋକଟିଏ ଏମାନଙ୍କ ଚାଲ୍ କୁ ବୁଝିବା କଷ୍ଟ ସାଧ୍ୟ ହୋଇପଡୁଛି । ପ୍ରଥମେ ଲୋକଙ୍କ ପାଖରୁ ଫେକ୍ କଲ୍ କରୁଛନ୍ତି, ତାପରେ କଥାରେ ଫସାଉଛନ୍ତି ଆଉ ତାପରେ ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ଗାୟବ କରି ଛୁ ମାରୁଛନ୍ତି ।

ତେବେ ଏହି ଅଦୃଶ୍ୟ ଲୁଟେରାଙ୍କ ପାଇଁ ଲୋକେ ତ୍ରାହି ତ୍ରାହି ଡାକିଲେଣି । ଏହାକୁ ନଜରରେ ରଖି କ୍ରାଇମବ୍ରାଞ୍ଚ ପକ୍ଷରୁ ସାଧାରଣ ଲୋକଙ୍କ ପାଇଁ ହେଲ୍ପଲାଇନ କଲ ସେଣ୍ଟର ରହିଛି । ଆପଣଙ୍କୁ ଭିତରୁ ଯଦି କିଏ ଏଭଳି ଠକଙ୍କ ପାଲରେ ପଡି ଟଙ୍କା ହରାଉଛନ୍ତି ତେବେ ତୁରନ୍ତ ୧୯୩୦ରେ କଲ୍ କରି ଅଭିଯୋଗ କରନ୍ତୁ । ଯାହାଫଳରେ ସାଇବର ଠକ ନେଇଥିବା ଆପଣଙ୍କ ଟଙ୍କାକୁ ତୁରନ୍ତ ଫ୍ରିଜ୍ କରିଦିଆଯିବ । କିନ୍ତୁ ଏଥିପାଇଁ ଆପଣଙ୍କୁ ଦରକାର ପଡିବ ଟ୍ରାଜାକ୍ସନ୍ ଆଇଡି । ଏହି ଆଇଡି ଦେଲେ ଯାଇ ଆପଣଙ୍କ ଅର୍ଥକୁ ଫ୍ରିଜ୍ କରାଯାଇପାରିବ ।

ତେଣୁ ଯେଉଁମାନେ ସାଇବର ଠକେଇର ଶିକାର ହେଉଛନ୍ତି ଥାନାକୁ ଯିବା ପୂର୍ବରୁ ପ୍ରଥମେ ୧୯୩୦କୁ କଲ କରି ଜଣାଇଲେ ଠକର ମୋବାଇଲ ନମ୍ବର‌ ସହ ଯେଉଁ କଲରୁ କଲ ଆସୁଛି ତାର ଆଇପି ଆଡ୍ରେସ ବା ଆଇଏମଆଇ ନମ୍ବରକୁ ଶୀଘ୍ର ବ୍ଲକ କରିଦିଆଯିବ । ଫଳରେ ତୁରନ୍ତ ଠକଙ୍କୁ ଚିହ୍ନଟ ସହ ତା ଉପରେ କାର୍ଯ୍ୟନୁଷ୍ଠାନ ହୋଇପାରିବ । ଯେ କୌଣସି ସ୍ଥାନରୁ ଡାଏଲ କରି ଆପଣ ଅଭିଯୋଗ କରିପାରିବେ । ଏହି କଲସେଣ୍ଟର ୨୪ ଘଣ୍ଟା କାମ କରିବ । ଅର୍ଥ ଫେରିପାଇବା ନେଇ ତୁରନ୍ତ ପଦକ୍ଷେପ ନେବ ଏହି କଲସେଣ୍ଟର । ଅର୍ଥାତ୍ କେହି ଠକେଇର ଶିକାର ହୋଇଥିଲେ ସେ ଏହି ୧୯୩୦ ହେଲ୍ପ ଡେସ୍କକୁ କଲ କଲେ ତୁରନ୍ତ ତାକୁ ସହାୟତା ଯୋଗାଇବେ ସାଇବର ହେଲ୍ପ ଡେସ୍କ କର୍ମଚାରୀ ।

ଏହାସହ ଆପଣ ଘରେ ଥାଇ ବି ଅନଲାଇନ୍ ରେ ଅଭିଯୋଗ କରିପାରିବେ । ଏଥିପାଇଁ ଆପଣ sanchar saathi.gov.in ଯାହା ଏକ ସରକାରୀ ପୋଟାର୍ଲ ଏହାକୁ ଲଗ୍ ଇନ୍ କରି ଏଠାରେ ଥିବା ଚକ୍ଷୁ ଆପ୍ଳିକେସନ୍ କୁ ଯାଇ ସେଠାରେ ରିପୋର୍ଟ କରିପାରିବେ । ଆପଣ ଏଠାରେ ଗୋଟେ ନମ୍ବର ଦେଲେ ବି ଯଦି ସେହି ନମ୍ବର ଆଉ କିଏ ବ୍ଯବହାର କରୁଥିବେ ସେହି ନମ୍ବରକୁ ବ୍ଳକ୍ କରିଦିଆଯିବ । ଯଦି ଆପଣଙ୍କ ପାଖକୁ ବହୁତ ଫେକ୍ କଲ୍, ମେସେଜ୍ ଆଦି ଆସୁଛି ତେବେ ଆପଣ ଏହି ଚକ୍ଷୁ ପୋଟାର୍ଲରେ ଯାଇ ଅଭିଯୋଗ କରିପାରିବେ ଓ ଏହି ଫେକ୍ ନମ୍ବର ଗୁଡିକୁ ଆପଣ ଉକ୍ତ ପୋଟାର୍ଲରେ ନିଜେ ହିଁ ବ୍ଳକ୍ କରିପାରିବେ ।

ତେବେ ଯଦି ଆପଣ ଫ୍ରଡ୍ ର ଶିକାର ହେଉଛନ୍ତି ତେବେ ଜାଣି ରଖନ୍ତୁ ଗୋଲ୍ଡେନ୍‌ ଆଓ୍ୱାର କଣ । ଗୋଲ୍ହଡେନ୍ ଆଓ୍ୱାର ହେଉଛି ଫ୍ରଡ୍ ହେବା ପରର ୧ ଘଣ୍ଟା । ହଁ ଆଜ୍ଞା ଏହି ୧ ଘଣ୍ଟା ଭିତରେ ଆପଣଙ୍କ ଗାୟବ ଟଙ୍କାର ହୋଲ୍ଡରେ ରଖାଯାଇପାରିବ । କାରଣ ଲକ୍ଷ ଲକ୍ଷ ଟଙ୍କା ଟ୍ରାଜାକ୍ସନ୍ ହେବା ପାଇଁ କିଛି ସମୟ ଲାଗିଥାଏ । ଯାହା ପ୍ରସେସିଙ୍ଗରେ ରହିଥାଏ । ଏହି ସମୟ ଭିତରେ ଯଦି ଆପଣ ରିପୋର୍ଟ କରିଦେଉଛନ୍ତି ଅର୍ଥାତ୍ ଏହି ଗୋଲ୍ଡେନ୍‌ ଆଓ୍ୱାର ଭିତରେ ଯଦି ଆପଣ ରିପୋର୍ଟ କରିଦେଉଛନ୍ତି ତେବେ ଆପଣଙ୍କ ଟଙ୍କାକୁ ଫ୍ରଡ୍ ଙ୍କ ଠାରୁ ବ୍ଳକ୍ କରିଦିଆଯାଇପାରିବ । ଏହି ଟଙ୍କା ଆପଣ ଫେରିପାଇପାରିବେ ।

 

 

Sonalisa

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

7 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

22 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

35 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

35 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago