ସ୍ପେଶାଲ

ଚୋରକୁ ଅଜବ ଦଣ୍ଡ, ମାଡ଼ ନୁହେଁ ମୁଣ୍ଡରେ ଟାଟୁ କଟାଇଦେଲେ ଲୋକେ

କେନ୍ୟୁଜ୍‌(ବ୍ୟୁରୋ): ଚୋରି କରିବାକୁ ଆସୁ ଧରାପଡିବା ପରେ ଅଜବ ଦଣ୍ଡ ଦେଲେ ଲୋକେ। ଚୋର ମୁଣ୍ଡରେ ଟାଟୁ ଆଙ୍କି ମୁଁ ଚୋର ବୋଲି ଲେଖିଦେଲେ ଉତ୍ୟେକ୍ତ ଲୋକେ। ଏହି ଖବର ଶୁଣି ଆଶ୍ଚର୍ଯ୍ୟ ହେଇ ଯାଛଉନ୍ତି କି ? ଖବରରୁ ନଜର ଜମାରୁ ହଟାନ୍ତୁ ନାହଁ । ହଁ ଆଜ୍ଞା ଆମେ କହିବୁ ଏହି ଟାଟୁ ବାଲା ଚୋରର ପୁରା ବିଚିତ୍ର କାହାଣୀ । ଏହି କାହାଣୀ ଏମିତି ଗୋଟିଏ ଚୋର ବିଷୟରେ କୁହାଯାଉଛି ଯିଏ ବାରମ୍ବାର ଧରାପଡ଼ିଥିଲେ ବି ତାର ଅଭ୍ୟାସ ଛାଡ଼ି ନଥିଲା ।

ଯଦି ଆପଣ ଅମିତାଭ ବଚ୍ଚନଙ୍କ ଗୋଟିଏ ଫିଲ୍ମ ଦେଖିଥିବେ, ଯେଉଁଥିରେ ତାଙ୍କ ହାତରେ ଲେଖା ହୋଇଥିଲା ‘ମେରା ବାପ୍‌ ଚୋର୍‌ ହେ’। ସେହି ଟାଟୋ କୁ ଲିଭେଇବା ପାଇଁ ତାଙ୍କୁ ଫିଲ୍ମ ସାରା ସଂଘର୍ଷ କରିବାକୁ ପଡ଼ିଥିଲା । ସେ ପରି ଏହି ଚୋରର କାହାଣୀ । ଆଉ ଡେରି ନକରି ଆସନ୍ତୁ ଜାଣିବା ପୁରା କାହାଣୀ ।

ସୂଚନା ଅନୁସାରେ ଏହି ଚୋର ଘର ହେଉଛି ବ୍ରାଜିଲରେ। ପାଖାପାଖି ପାଞ୍ଚ ବର୍ଷ ହେବ ଏହି ଚୋରକୁ ସାଇକେଲ ଚୋରି ମାମଲାରେ ଲୋକ ଧରିଥିଲେ ଏବଂ ବହୁତ ମାଡ଼ ବି ମାରିଥିଲେ । ଲୋକମାନେ ଏହି ଚୋରକୁ ପୋଲିସରେ ଦେବା ପୂର୍ବରୁ ତାର କପାଳରେ ଏକ ଟାଟୁ କରିଥିଲେ । ଟାଟୁ କରି ତାର କପାଳରେ ଲେଖିଥିଲେ ‘ମୁଁ ଚୋର ଏବଂ ମୁଁ ଲୁଜର୍‌’ ତା ପରେ ତାକୁ ପୋଲିସ୍‌ ରେ ଜିମା ଦେଇଥିଲେ ।କିଛି ଦିନ ପରେ ସେହି ଯୁବକକୁ ଛାଡ଼ି ଦିଆ ଯାଇଥିଲା । ପୁଣି କିଛି ଦିନ ବିତିଗଲା । ସେହି ଚୋରର ସେତିକିରେ ମନ ବୁଝି ନଥିଲା ଯେ ପୁଣି ଆଉ ଏକ ଚୋରି ମାମଲାରେ ଧରା ପଡ଼ିଲା । ରିପୋର୍ଟ ଅନୁସାରେ ଏହି ଟାଟୁ ବାଲା ଚୋର ଗୋଟିଏ ଘରେ ଚୋରି କରିବା ବେଳେ ଧରା ପଡ଼ିଲା । ସେ ଘରର ଝରକା ଦେଇ ଭିତରକୁ ପସିଥିଲା ତା ପରେ ଧରାପଡ଼ିଗଲା ।

ଘରଲୋକ ମଥାରେ ଟାଟୁ ଦେଖି ଚକିତ:

ଧରା ପଡ଼ିବା ପରେ ତାର ଘର ଲୋକ ଦେଖି ସବୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ତା କପାଳରେ ଏହି ସବୁ ଲେଖା ସରିଥିଲା । ଶେଷରେ ପୁଣି ତାକୁ ପୋଲିସ ହାଜତରେ ଛାଡ଼ିଥିଲେ। ପ୍ରକୃତରେ ଏହି ଚୋରର ନାମ ହେଉଛି ରୋଆନ ରୋଚା ଡା ସିଲ୍‌ବା । ତାର ଘର ବ୍ରାଜିଲରେ । ଚୋରର ମଥାରେ ଯେଉଁ ଶବ୍ଦ ଲେଖା ଯାଇଥିଲା , ସେ ସବୁ ବ୍ରାଜିଲର ସ୍ଥାନୀୟ ଭାଷାରେ ହିଁ ହୋଇଥିଲା । ଏବେ ଶୁଣା ଯାଉଛି ତାର କପାଳରୁ ସବୁ ଟାଟୁ ଲିଭାଯାଇଛି ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago