ସ୍ପେଶାଲ

ଆଜି ଗୁରୁ ଦିବସ, ଜାଣନ୍ତୁ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କର ମୁଖନିଃସୃତ କେତେକ ଅମୂଲ୍ୟ ବାଣୀ

ଭାରତର ପୂର୍ବ ରାଷ୍ଟ୍ରପତି ଡା.ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିନ ଅବସରରେ ତାଙ୍କ ସ୍ମୃତିରେ ଆଜିର ଦିନ ସେପ୍ଟେମ୍ବର ୫କୁ ସାରା ଭାରତ ବର୍ଷରେ ଗୁରୁ ଦିବସ ରୂପେ ପାଳନ କରାଯାଏ। ଡା. ରାଧାକ୍ରିଷ୍ଣନ୍‌ ଏକାଧାରାରେ ଥିଲେ ଜଣେ ମହାନ୍‌ ଶିକ୍ଷାବିତ୍‌, ଦାର୍ଶନିକ ତଥା ରାଜନୈତିଜ୍ଞ। ଭାରତୀୟ ସଂସ୍କୃତିକୁ ଦେଶ ବିଦେଶରେ ପ୍ରଚାର ପ୍ରସାର କରିବା ପାଇଁ ସେ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନେଇଥିଲେ। ସେ କହୁଥିଲେ ସାରା ବିଶ୍ୱ ଏକ ବିଦ୍ୟାଳୟ। ଏଠାରେ ପ୍ରତିଦିନ କିଛି ନା କିଛି ଶିଖିବାକୁ ମିଳିଥାଏ। ଏଣୁ ଯେତେବେଳେ ଯାହାବି ନୂଆ କଥା ଶିଖିବାକୁ ମିଳୁଛି ତାକୁ ଗ୍ରହଣ କରିବା ଉଚିତ। ତେବେ ଆଜି ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ମୁଖ ନିଃସୃତ କେତେକ ଅମୂଲ୍ୟ ବାଣୀ…

  • ଶିକ୍ଷକ ସେ ନୁହେଁ ଯିଏ ଛାତ୍ରଙ୍କ ମୁଣ୍ଡରେ ତଥ୍ୟକୁ ଜବରଦସ୍ତି ପୂରାଏ, ବରଂ ଶିକ୍ଷକ ସିଏ ଯିଏ  ତାକୁ ଆଗାମୀ କାଲିର ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ କରେ।
  • ରାଜନୈତିକ କିମ୍ବା ଆର୍ଥିକ ପରିବର୍ତ୍ତନରୁ ଶାନ୍ତି ମିଳିବ ନାହିଁ। ମାନବୀୟ ସ୍ୱଭାବରେ ହିଁ ଶାନ୍ତି ମିଳେ।
  • ଶିକ୍ଷାର ପରିଣାମ ଏକ ମୁକ୍ତ ରଚନାତ୍ମକ ବ୍ୟକ୍ତି ହେବା ଦରକାର, ଯିଏ ଐତିହାସିକ ପରିସ୍ଥିତି ଓ ପ୍ରାକୃତିକ ବିପର୍ଯ୍ୟୟ ବିରୋଧରେ ଲଢ଼ିପାରିବ।
  • କୌଣସି ସ୍ୱାଧୀନତା ସେତେବେଳ ଯାଏଁ ସତ ନୁହେଁ ଯେବେ ଯାଏଁ ତାଙ୍କୁ ବିଚାରଗତ ସ୍ୱାଧୀନତା ନ ମିଳିଛି।
  • ଶିକ୍ଷା ଦ୍ୱାରା ହିଁ ମାନବ ମସ୍ତିଷ୍କର ସଦୁପଯୋଗ କରାଯାଇପାରିବ। ଏଣୁ ବିଶ୍ୱକୁ ଗୋଟିଏ ବୋଲି ମନେ କରି ଶିକ୍ଷାର ପ୍ରବନ୍ଧନ କରିବା ଉଚିତ।
WCW 11

Recent Posts

ରିମାରିୟୋ ଶେଫର୍ଡଙ୍କ ଘରେ କୁନି ଅତିଥିଙ୍କୁ ସ୍ୱାଗତ, ବାପା ହେବା ଖୁସିରେ ମିସ୍‌ କଲେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ

ଟି ୨୦ ବିଶ୍ୱକପ ୨୦୨୪ର ଗ୍ରୁପ ପର୍ଯ୍ୟାୟରେ ଶେଷ ମ୍ୟାଚ େଓ୍ଵଷ୍ଟଇଣ୍ଡିଜ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି । ଗ୍ରୁପ…

1 min ago

ଇଟାଲୀ ନିକଟ ସମୁଦ୍ର ଉପକୂଳରେ ବଡ଼ ଦୁର୍ଘଟଣା, ଦୁଇଟି ବୋଟ୍‌ ବୁଡ଼ି ୧୧ ପ୍ରବାସୀଙ୍କ ମୃତ୍ୟୁ, ୬୦ ନିଖୋଜ

ଇଟାଲୀର ଦକ୍ଷିଣ ସମୁଦ୍ର ଉପକୂଳରେ ଦୁଇଟି ବୋଟ୍‌ ବୁଡ଼ିଯାଇଛି । ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ରୁ…

5 mins ago

ବଦଳିଛି ନବୀନ ପଟ୍ଟନାୟକଙ୍କ ଆସନ, ହିଞ୍ଜିଳି ବିଧାୟକ ଭାବେ ନେଲେ ଶପଥ

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭାରେ ହିଞ୍ଜିଳି ବିଧାୟକ ଭାବେ ଶପଥ ନେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।  କାମଚଳା ବାଚସ୍ପତି…

17 mins ago

ବିଧାୟକ ଭାବେ ଶପଥ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଶପଥପାଠ କରାଇଲେ କାମଚଳା ବାଚସ୍ପତି

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭାରେ ନବ ନିର୍ବାଚିତ ବିଧାୟକମାନେ ଶପଥ ନେଉଛନ୍ତି । ପ୍ରଥମେ ବିଧାୟକ ଭାବେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ…

21 mins ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା: ଝିଅ ମୃତ, ହସ୍ପିଟାଲ ବେଡ଼ରେ ସଂଗ୍ରାମ କରୁଛି ମା

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ଗୋପାଲମାଲ ଅଞ୍ଚଳରେ ମା ଝିଅଙ୍କୁ ଆକ୍ରମଣ ଘଟଣା । ଆଖି ବୁଜିଲେ ଝିଅ, ମୃତ୍ୟୁ ସହ…

42 mins ago

ଦିଲ୍ଲୀରେ ପାଣି ସପ୍ଲାଏକୁ ନେଇ ଏନଡିଏମସିର ଆଡଭାଇଜରୀ, ଭିଆଇପି ଅଞ୍ଚଳରେ ଦିନକୁ ଥରେ ଆସିବ ପାଣି

ଭୀଷଣ ଗରମ ସାଙ୍ଗକୁ ପାଣି ପାଇଁ ଦିଲ୍ଲୀବାସୀ ଝଟପଟ । ଦିଲ୍ଲୀର ଅନେକ ସ୍ଥାନରେ ଜଳାଭାବ ଦେଖାଦେଇଛି । ପାଣି…

56 mins ago