ଆଜି ଗୁରୁ ଦିବସ, ଜାଣନ୍ତୁ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କର ମୁଖନିଃସୃତ କେତେକ ଅମୂଲ୍ୟ ବାଣୀ

ଭାରତର ପୂର୍ବ ରାଷ୍ଟ୍ରପତି ଡା.ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ଜନ୍ମଦିନ ଅବସରରେ ତାଙ୍କ ସ୍ମୃତିରେ ଆଜିର ଦିନ ସେପ୍ଟେମ୍ବର ୫କୁ ସାରା ଭାରତ ବର୍ଷରେ ଗୁରୁ ଦିବସ ରୂପେ ପାଳନ କରାଯାଏ। ଡା. ରାଧାକ୍ରିଷ୍ଣନ୍ ଏକାଧାରାରେ ଥିଲେ ଜଣେ ମହାନ୍ ଶିକ୍ଷାବିତ୍, ଦାର୍ଶନିକ ତଥା ରାଜନୈତିଜ୍ଞ। ଭାରତୀୟ ସଂସ୍କୃତିକୁ ଦେଶ ବିଦେଶରେ ପ୍ରଚାର ପ୍ରସାର କରିବା ପାଇଁ ସେ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନେଇଥିଲେ। ସେ କହୁଥିଲେ ସାରା ବିଶ୍ୱ ଏକ ବିଦ୍ୟାଳୟ। ଏଠାରେ ପ୍ରତିଦିନ କିଛି ନା କିଛି ଶିଖିବାକୁ ମିଳିଥାଏ। ଏଣୁ ଯେତେବେଳେ ଯାହାବି ନୂଆ କଥା ଶିଖିବାକୁ ମିଳୁଛି ତାକୁ ଗ୍ରହଣ କରିବା ଉଚିତ। ତେବେ ଆଜି ରାଧାକ୍ରିଷ୍ଣନ୍ଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ମୁଖ ନିଃସୃତ କେତେକ ଅମୂଲ୍ୟ ବାଣୀ…
- ଶିକ୍ଷକ ସେ ନୁହେଁ ଯିଏ ଛାତ୍ରଙ୍କ ମୁଣ୍ଡରେ ତଥ୍ୟକୁ ଜବରଦସ୍ତି ପୂରାଏ, ବରଂ ଶିକ୍ଷକ ସିଏ ଯିଏ ତାକୁ ଆଗାମୀ କାଲିର ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ କରେ।
- ରାଜନୈତିକ କିମ୍ବା ଆର୍ଥିକ ପରିବର୍ତ୍ତନରୁ ଶାନ୍ତି ମିଳିବ ନାହିଁ। ମାନବୀୟ ସ୍ୱଭାବରେ ହିଁ ଶାନ୍ତି ମିଳେ।
- ଶିକ୍ଷାର ପରିଣାମ ଏକ ମୁକ୍ତ ରଚନାତ୍ମକ ବ୍ୟକ୍ତି ହେବା ଦରକାର, ଯିଏ ଐତିହାସିକ ପରିସ୍ଥିତି ଓ ପ୍ରାକୃତିକ ବିପର୍ଯ୍ୟୟ ବିରୋଧରେ ଲଢ଼ିପାରିବ।
- କୌଣସି ସ୍ୱାଧୀନତା ସେତେବେଳ ଯାଏଁ ସତ ନୁହେଁ ଯେବେ ଯାଏଁ ତାଙ୍କୁ ବିଚାରଗତ ସ୍ୱାଧୀନତା ନ ମିଳିଛି।
- ଶିକ୍ଷା ଦ୍ୱାରା ହିଁ ମାନବ ମସ୍ତିଷ୍କର ସଦୁପଯୋଗ କରାଯାଇପାରିବ। ଏଣୁ ବିଶ୍ୱକୁ ଗୋଟିଏ ବୋଲି ମନେ କରି ଶିକ୍ଷାର ପ୍ରବନ୍ଧନ କରିବା ଉଚିତ।