ସ୍ପେଶାଲ

ଅଜବ ଦେଶ: ଯେଉଁଠି ମହିଳାଙ୍କୁ ଭୋଟ୍‌ ଦେବାକୁ ମନା, ସେଇଠି ଲୋକଙ୍କ ଘର କାନ୍ଥରେ ଲାଗିଥାଏ ସ୍ତ୍ରୀଙ୍କ ଫଟୋ !

ଦୁନିଆରେ ପାଖାପାଖି ଯେତେ ବି ଦେଶ ଅଛି, ସମସ୍ତଙ୍କର କିଛି ନା କିଛି ରୋଚକ କଥା ନିଶ୍ଚିତ ରହିଛି। ଏମିତି ହିଁ ଏକ ଦେଶ ହେଉଛି ବ୍ରୁନେଇ। ଏହି ଦେଶର ରୋଚକ କଥା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ବ୍ରୁନେଇ ଏକ ମୁସ୍‌ଲିମ ବହୁଳ ଦେଶ, ଯେଉଁଠି ଆଜି ମଧ୍ୟ ମହିଳାମାନଙ୍କୁ ଭୋଟ ଦେବା ଅଧିକାର ଦିଆଯାଇନାହିଁ। ଇଣ୍ଡୋନେସିଆ ନିକଟବର୍ତ୍ତୀ ଏହି ଦେଶରେ ଆଜି ମଧ୍ୟ ରାଜତନ୍ତ୍ର ଚାଲିଛି, ଅର୍ଥାତ୍‌ ଏଠାରେ ରାଜାଙ୍କ ଶାସନ ଚାଲିଛି। ଯଦିଓ ଅନେକ ଦେଶ ଭଳି ବ୍ରୁନେଇ ମଧ୍ୟ ଇଂରେଜମାନଙ୍କ ଅଧୀନରେ ରହିଥିଲା, ଯାହାକୁ ୧ ଜାନୁଆରୀ ୧୯୮୪ରେ ସ୍ୱତନ୍ତ୍ରତା ମିଳିଥିଲା।

ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବ୍ରୁନେଇ ଏମିତି ଏକ ଦେଶ, ଯେଉଁଠି ଘରର କାନ୍ଥଗୁଡ଼ିକରେ ସ୍ତ୍ରୀଙ୍କ ଫଟୋ ଲଗାଇବା ଏକ ପରମ୍ପରା। କାହା କାହା ଘରେ ଏକରୁ ଅଧିକ ସ୍ତ୍ରୀଙ୍କର ବି ଫଟୋ ଦେଖିବାକୁ ମିଳିଥାଏ। ଏହାଛଡ଼ା ଲୋକେ ଏଠାକାର ସୁଲତାନଙ୍କ ଫଟୋ ମଧ୍ୟ କାନ୍ଥରେ ଲଗେଇ ଥାଆନ୍ତି।

ବ୍ରୁନେଇର ସୁଲତାନଙ୍କୁ ଦୁନିଆର ସବୁଠୁ ଧନୀ ରାଜାଙ୍କ ମଧ୍ୟରୁ ଜଣେ ବୋଲି ଗଣାଯାଇଥାଏ। ୨୦୦୮ର ଏକ ରିପୋର୍ଟ ମୁତାବକ, ତାଙ୍କ ସମ୍ପତ୍ତିର ମୂଲ୍ୟ ପାଖାପାଖି ୧୩୬୩ ବିଲିୟନ ଟଙ୍କା। ତାଙ୍କର ଗାଡ଼ି ପ୍ରତି ବହୁତ ଦୁର୍ବଳତା ରହିଛି ଏବଂ ଏହି କାରଣରୁ ତାଙ୍କ ପାଖରେ ପାଖାପାଖି ୭,୦୦୦ କାର୍‌ ଅଛି। ସୁଲତାନଙ୍କ ବ୍ୟକ୍ତିଗତ କାର୍‌ ସୁନାରେ ଖଚିତ। ସେ ଯେଉଁ ମହଲରେ ରୁହନ୍ତି, ତାହାକୁ ଦୁନିଆର ସବୁଠାରୁ ବଡ଼ ଆବାସୀୟ ମହଲ ଗଣାଯାଇଥାଏ। ଏଥିରେ ୧୭୦୦ରୁ ବି ଅଧିକ କୋଠରୀ ରହିଛି।

ଦେଶରେ ସାର୍ବଜନୀକ ସ୍ଥାନରେ ମଦ ପିଇବା ଉପରେ ପ୍ରତିବନ୍ଧକ ଲାଗିଛି। ସେହିପରି ଏଠାକାର ଲୋକେ ରାସ୍ତାରେ ଯିବା ଆସିବା କଲା ବେଳେ କିଛି ଖାଇ, ପିଇ ମଧ୍ୟ ପାରିବେ ନାହିଁ। ସବୁଠୁ ଖାସ୍‌ କଥା ହେଉଛି, ବ୍ରୁନେଇର ଲୋକେ ଫାଷ୍ଟ ଫୁଡ୍‌ ଖାଇବାକୁ ବେଶି ପସନ୍ଦ କରନ୍ତି ନାହିଁ। କୁହାଯାଏ, ଏହି ଦେଶରେ ଯେତେ ବି ଘର ଅଛି, ତା’ଠାରୁ ଅଧିକ ଲୋକଙ୍କ ପାଖରେ କାର୍‌ ଅଛି। ଏକ ରିପୋର୍ଟ ମୁତାବକ, ଏଠାରେ ପ୍ରତି ୧୦୦୦ ଲୋକଙ୍କ ପାଖରେ ପାଖାପାଖି ୭୦୦ କାର୍‌ ରହିଛି। ସୂଚନାଥାଉ କି, ଏଠାରେ କାର୍‌ ଅଧିକ ଥିବା କାରଣରୁ ତେଲର ଦାମ୍‌ ବହୁତ ଶସ୍ତା ଅଛି।

Roshni

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

13 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

15 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

55 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago