ସ୍ପେଶାଲ

ଏପ୍ରିଲ ୩୦ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ! ଏହି ୩ ରାଶିର ଲୋକଙ୍କୁ ହେବ ବିଶେଷ ଲାଭ; ମିଳିବ ମା’ ଲକ୍ଷ୍ମୀଙ୍କ କୃପା

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଏପ୍ରିଲ ୩୦ରେ ଲାଗିବାକୁ ଯାଉଛି। ଜ୍ୟୋତିଷଙ୍କ ଅନୁସାରେ, ବୈଶାଖ ମାସର ଅମାବାସ୍ୟା ତିଥିରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଲାଗୁଛି। କିନ୍ତୁ ଏହି ପରାଗ ଆଂଶିକ ହେବ। ତେବେ ଏହି ଅମାବାସ୍ୟା ତିଥି ଶନିବାର ପଡ଼ୁଥିବାରୁ ଶନିଚରୀ ଅମାବାସ୍ୟା ଯୋଗ ଗଠନ ହେଉଛି। ତେଣୁ ଜ୍ୟୋତିଷ ଦୃଷ୍ଟିକୋଣରୁ ଏହି ସୂର୍ଯ୍ୟପରାଗର ବହୁତ ଗୁରୁତ୍ୱ ରହିଛି।

କହି ରଖୁଛୁ, ବର୍ଷର ପ୍ରଥମ ସୂର୍ଯ୍ୟପରାଗ ମଧ୍ୟରାତ୍ରି ୧୨ଟା ୧୫ ମିନିଟ୍‌ରୁ ଆରମ୍ଭ ହୋଇ ଭୋର୍‌ ୪ଟା ୮ ମିନିଟ୍‌ ପର୍ଯ୍ୟନ୍ତ ରହିବ। ଏହି ପରାଗ ମେଷ ରାଶିରେ ଲାଗିବ। କିନ୍ତୁ ଭାରତରେ ଏହା ଦୃଶ୍ୟମାନ ହେବ ନାହିଁ। ତେଣୁ ଏହି ମୁହୂର୍ତ୍ତ ଭାରତରେ କୌଣସି ମାନ୍ୟ ରହିବ ନାହିଁ। ଏମିତିରେ ଏହି ସୂର୍ଯ୍ୟପରାଗର ପ୍ରଭାବ ସବୁ ରାଶି ଉପରେ ଦେଖିବାକୁ ମିଳିବ, କିନ୍ତୁ କିଛି ରାଶିକୁ ଏହାର ବିଶେଷ ଲାଭ ହେବ। ଆସନ୍ତୁ ଜାଣିବା, କେଉଁ ୩ ରାଶିର ଲୋକେ ଏହାର ଲାଭ ପାଇ ପାରିବେ।

ବୃଷ: ବୃଷ ରାଶିର ଲୋକଙ୍କ ପାଇଁ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ବିଶେଷ ଫଳଦାୟୀ ହେବ। ଏହାଦ୍ୱାରା ଆର୍ଥିକ ସ୍ଥିତି ମଜଭୁତ ହେବ ଏବଂ କ୍ୟାରିୟରରେ ସଫଳତା ମିଳିବ। ଏହି ଅବଧିରେ ଅଧୁରା କାମ ପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ବ୍ୟବସାୟରେ ନୂଆ ସମ୍ବନ୍ଧ ଗଠନ ହୋଇପାରେ। ବେପାରରେ ନିବେଶ କରିବାକୁ ଚାହୁଁଥିଲେ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ହେବ।

କର୍କଟ: ଏହି ରାଶିର ଲୋକଙ୍କୁ କାର୍ଯ୍ୟରେ ସଫଳତା ମିଳିବାର ସମ୍ଭାବନା ରହିଛି। ଭାଗ୍ୟ ସମ୍ପୂର୍ଣ୍ଣ ରୂପେ ଆପଣଙ୍କ ସାଥ୍‌ ଦେବ। ଚାକିରି ଏବଂ ସମାଜରେ ମାନ ସମ୍ମାନ ମିଳିବ। ବ୍ୟକ୍ତିକୁ ନୂଆ ଚାକିରି ଅଫର୍‌ ମିଳିପାରେ।

ତୂଳା: ତୂଳା ରାଶିର ଲୋକଙ୍କ ପାଇଁ ଏହି ସୂର୍ଯ୍ୟପରାଗ ଶୁଭମୟ ହେବ। କାରବାରରେ ଲାଭ ମିଳିବ। ବିଜନେସ୍‌ରେ ନିବେଶ ପାଇଁ ମଧ୍ୟ ଏହି ସମୟ ବହୁତ ଅନୁକୂଳ ରହିଛି। ବୈଦେଶିକ ବ୍ୟାପାରରେ ଉତ୍ତମ ଧନଲାଭ ହୋଇପାରେ। ସେପଟେ ଅଟକି ରହିଥିବା ଧନ ବି ଆପଣଙ୍କ ପାଖକୁ ଫେରି ଆସିପାରେ।

Roshni

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଖୁସିରେ କଟିବ, ସାଙ୍ଗଙ୍କ ସହ ଭେଟ ହୋଇପରେ

ମେଷ : ଆପଣ ଆଜି କିଛି ଭଲ ଖବର ପାଇପାରନ୍ତି । ସାଙ୍ଗଙ୍କ ସହ ବହୁତ ଖୁସି ରହିବେ ।…

4 hours ago

ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ, ୩ ଗୁରୁତର

 ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭୁଇଁପୁର ଛକରେ ଜଣେ ଠିକାଦାରଙ୍କ ଭାଇ ସମେତ ତାଙ୍କର ପରିବାର…

5 hours ago

କାମଚଳା ବାଚସ୍ପତି ହେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର : କାମଚଳା ବାଚସ୍ପତି ହେଲେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜଭବନରେ ଶପଥ ପାଠ…

6 hours ago

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ, ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବରେ ସାମିଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ…

8 hours ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା, ଥାନା ଅଧିକାରୀଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଫେରାଦ ହେଲା ନାବାଳକ ପୁଅ

ନୟାଗଡ଼ (କେନ୍ୟୁଜ୍‌) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର…

8 hours ago

ଜବତ ବୋମାକୁ ନିଷ୍କ୍ରିୟ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ?

କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା…

9 hours ago