ସ୍ପେଶାଲ

ନମସ୍କାର ଭାଇୟୋଁ ଔର୍ ବେହେନୋ, ମେ ଆପକା ଦୋସ୍ତ ଅମିନ ସୟାନୀ ବୋଲ୍ ରହା ହୁଁ…

ମୁମ୍ବାଇ : ନମସ୍କାର ଭାଇୟୋଁ ଔର୍ ବେହେନୋ, ମେ ଆପକା ଦୋସ୍ତ ଅମିନ ସୟାନୀ ବୋଲ୍ ରହା ହୁଁ । ଦିନେ ଏଭଳି କିଛି କହି ରେଡିଓରେ ଏଣ୍ଟ୍ରି କରୁଥିବା ରେଡିଓ କିଙ୍ଗ ଅମିନ ସୟାନୀ ଆଜି ନୀରବି ଯାଇଛନ୍ତି । ରେଡିଓ ଜଗତର ଲୋକପ୍ରିୟ ଉପସ୍ଥାପକ ଭାବରେ ବେଶ୍ ଜଣାଶୁଣା ଅମିନ ସୟାନୀଙ୍କର ୯୧ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ‘ବିନାକା ଗୀତାମାଲା’ର ଘୋଷକ ଭାବେ ଲୋକମାନଙ୍କର ଅତି ନିକଟତର ହୋଇପାରିଥିବା ଅମିନ ସୟାନୀ ଦୁନିଆକୁ ବିଦାୟ ଦେଇଛନ୍ତି ।

୩୧ ଡିସେମ୍ବର ୧୯୩୨ରେ ମୁମ୍ବାଇରେ ଜନ୍ମିତ ପ୍ରସିଦ୍ଧ ରେଡିଓ ଉପସ୍ଥାପକ ବା ଘୋଷକ ଅମିନ ସାୟାନୀଙ୍କର ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା ଖବର ମିଳିଛି । ଏନେଇ ତାଙ୍କ ପୁଅ ରାଜୀଲ ସୟାନୀ ସୂଚନା ଦେଇଛନ୍ତି । ଅମିନ ସୟାନୀଙ୍କ ମୃତ୍ୟୁ ଖବର ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳାଇ ଦେଇଥିବାବେଳେ ଅମିନ ସୟାନୀଙ୍କ ପୁଅ ରାଜୀଲ କହିଛନ୍ତି ଯେ ଗତ ମଙ୍ଗଳବାର ତାଙ୍କ ପିତା ଦକ୍ଷିଣ ମୁମ୍ବାଇସ୍ଥିତ ଘରେ ହୃଦଘାତର ଶିକାର ହୋଇଥିଲେ, ପରେ ତାଙ୍କୁ ତୁରନ୍ତ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ବହୁ ଚେଷ୍ଟା କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅମିନ ସାୟାନୀ ଦୀର୍ଘ ସମୟ ଧରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଇ ଗତି କରୁଥିଲେ । ସେ ଗତ ୧୨ ବର୍ଷ ଧରି ପିଠି ଯନ୍ତ୍ରଣା ଭୋଗୁଥିଲେ ଏବଂ ସେଥିପାଇଁ ତାଙ୍କୁ ଚାଲିବା ପାଇଁ ଏକ ୱାକର୍‌ ର ସାହାଯ୍ୟ ନେବାକୁ ପଡୁଥିଲା । ଏପଟେ ସୂଚନା ଥାଉକି ଅମିନ ସୟାନୀଙ୍କ ନାମରେ ପାଖାପାଖି ୫୪,୦୦୦ ରୁ ଅଧିକ ରେଡିଓ କାର୍ଯ୍ୟକ୍ରମର ଆୟୋଜନ ଏବଂ ଭଏସ ଓଭର କରିବାର ରେକର୍ଡ ରହିଛି । ପ୍ରାୟ ୧୯,୦୦୦ ଜିଙ୍ଗଲ ପାଇଁ କଣ୍ଠଦାନ କରିଥିବାରୁ ଅମିନ ସୟାନୀଙ୍କ ନାମ ଲିମକା ବୁକ୍ ଅଫ ରେକର୍ଡରେ ମଧ୍ୟ ପଞ୍ଜିକୃତ ହୋଇଛି ।

୧୯୩୨ ମସିହାରେ ଜନ୍ମ ହୋଇଥିବା ଆମିନ ସାୟାନୀ ଏମିତି ଏକ ପରିବାରରୁ ଆସିଥିଲେ ଯେଉଁଠାରେ ସାହିତ୍ୟ ଏବଂ ଭାଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିଲା। ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା “ରାହବର୍” ନାମକ ଏକ ଦିନିଆ ପତ୍ରିକା ସମ୍ପାଦନାରେ ସେ ତାଙ୍କ ମା କୁଲସୁମ୍ ସାୟାନୀଙ୍କୁ ସାହାଯ୍ୟ କରିଥିଲେ । ଏହା ଏକକାଳୀନ ହିନ୍ଦୀ, ଉର୍ଦ୍ଦୁ ଏବଂ ଗୁଜରାଟୀରେ ପ୍ରକାଶିତ ହେଉଥିବାବେଳେ ତାଙ୍କ ଭାଇ ବିଶିଷ୍ଟ ଇଂରାଜୀ ପ୍ରସାରଣକାରୀ ହମିଦ ସାୟାନୀ ଥିଲେ ।

ଅମିନ୍ ସାୟାନୀ ୧୯୫୧ରେ ରେଡିଓ ସେଲନ୍ ସହିତ ତାଙ୍କର କାର୍ଯ୍ୟ ଆରମ୍ଭ କରିଥିଲେ । ରେଡିଓ ସେଲନରେ ୩୦ ମିନିଟର କାର୍ଯ୍ୟକ୍ରମ ଭାବରେ ଆରମ୍ଭ ହୋଇଥିବା ତାଙ୍କର ସୋ ବିନକା ଗୀତାମାଲା । ଯାହ ୧୯୫୦ ଦଶକରେ ଲୋକପ୍ରିୟ ହୋଇଥିଲା । ଏହା ଅନେକ ନା ପରିବର୍ତ୍ତନ କରି ଗତି କଲା କିନ୍ତୁ କେବେବି ନିଜର ମୂଳତା ହରାଇନଥିଲା- ବିନାକା ଗୀତାମାଲା, ହିଟ୍ ପ୍ୟାରେଡ୍ ଏବଂ ସିବାକା ଗୀତାମାଲା । ଯାହା ୧୯୫୨ ରୁ ୧୯୯୪ ପର୍ଯ୍ୟନ୍ତ ଚାଲିଥିଲା । ତେବେ ସୁବର୍ଣ୍ଣ ଯୁଗର ତାରକାମାନଙ୍କ ଭିତରୁ ଅନେକ ତାଙ୍କର ପ୍ରଶଂସକ ଥିଲେ ।

Sonalisa

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

29 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

31 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago