Categories: ସ୍ପେଶାଲ

ଦେବୀ ମା’ଙ୍କ ଅଲୌକିକତା: ମନ୍ଦିରରେ ତେଲ ନୁହେଁ, ନଦୀ ପାଣିରେ ଜଳିଥାଏ ଅଖଣ୍ଡ ଦୀପ!

ଭାରତରେ ଦେବୀ ମା’ଙ୍କର ଅନେକ ଚମତ୍କାରୀ ମନ୍ଦିର ରହିଛି। ଏହିପରି ଏକ ମନ୍ଦିର ମଧ୍ୟପ୍ରଦେଶର ମାଲଓ୍ଵାରେ ଦେଖିବାକୁ ମିଳିଥାଏ, ଯାହାକି ଶୁଜାଲପୁର ଜିଲାର ନଲଖେଡ଼ା ତହସିଲଠାରୁ ୧୫ କିମି ଦୂର ଗାଡ଼ିଆଘାଟ ଗାଁରେ ଅବସ୍ଥିତ। ଏଠାକାର ଚମତ୍କାରିତା ହେଉଛି, ଏହି ମନ୍ଦିରରେ ତେଲ ନୁହେଁ, ବରଂ ସେଠାରେ ବହିଯାଇଥିବା କାଲିସିନ୍ଧ ନଦୀର ପାଣିରେ ଅଖଣ୍ଡ ଜ୍ୟୋତି ଜଳିଥାଏ।

କୁହାଯାଉଛି କି, ଦେବୀ ମା’ଙ୍କ ସମ୍ମୁଖରେ ରଖାଯାଇଥିବା ଦୀପରେ ପାଣି ଢାଳିଲେ, ତାହା ଆପେ ଆପେ ତେଲିଆ ହୋଇଯାଏ। ଆଉ ଏହା ଖୁବ ଜୋର୍‌ରେ ଜଳିଉଠେ। ଭକ୍ତଙ୍କ କହିବା ଅନୁଯାୟୀ, ଏଠାରେ ବର୍ଷ ବର୍ଷ ଧରି ଏହି ଅଖଣ୍ଡ ଜ୍ୟୋତି ଜଳୁଛି। ମା’ଙ୍କର ଏହି ଅଲୌକିକ ଘଟଣା ଦେଖିବା ପାଇଁ ଦୂର ଦୂରାନ୍ତରୁ ଅନେକ ଶ୍ରଦ୍ଧାଳୁ ଏଠାକୁ ଧାଇଁ ଆସନ୍ତି।

ଶୁଣିବାକୁ ମିଳେ, ପୂଜାରୀ ସିନ୍ଧୁସିଂହ ସୋନ୍ଧିଆ ଛୋଟବେଳୁ ମା’ଙ୍କ ସେବା କରିଆସୁଛନ୍ତି। କିନ୍ତୁ କିଛି ବର୍ଷ ପୂର୍ବରୁ ମା’ ତାଙ୍କୁ ସ୍ୱପ୍ନାଦେଶ ଦେଇଥିଲେ ଯେ ଆଜିଠାରୁ ପାଣିରେ ଅଖଣ୍ଡ ଜ୍ୟୋତି ଜଳିବ। ପରଦିନ ଯେତେବେଳେ ପୂଜାରୀ ମା’ଙ୍କ ଦୀପରେ ପାଣି ଢାଳିଥିଲେ, ସେତେବେଳେ ଏହା ଜଳିବାକୁ ଲାଗିଥିଲା। ସେ ଏହି ଅଲୌକିକ ଦୃଶ୍ୟ ଦେଖି ସ୍ତମ୍ଭୀଭୂତ ହୋଇଯାଇଥିଲେ। ପ୍ରଥମେ ଘଟଣାକୁ କିଛି ଗ୍ରାମବାସୀ ବିଶ୍ୱାସ କରୁ ନ ଥିଲେ। କିନ୍ତୁ ଯେବେ ସେମାନେ ନିଜେ ଦୀପରେ ପାଣି ଢାଳି ଦୀପ ଜଳାଇଥିଲେ, ସେବେ ଦୀପର ଜ୍ୟୋତି ଜଳିଉଠିଥିଲା। ଏହାପରେ ମା’ଙ୍କର ଚମତ୍କାରିତା ପୂରା ଗାଁରେ ବ୍ୟାପିଯାଇଥିଲା।

ଏହାସହ ପଢ଼ନ୍ତୁ: ଏଠି ବିବାହର ଶେଷ ବିଧି ସମ୍ପୂର୍ଣ୍ଣ ହେବା ପାଇଁ ବରକୁ ପିଇବାକୁ ପଡ଼ିଥାଏ ଘୁଷୁରୀ ରକ୍ତ!

କୁହାଯାଉଛି କି, ଏହି ମନ୍ଦିର ପାଖରେ ବହିଯାଇଥିବା କାଲିସିନ୍ଧ ନଦୀରୁ ପାଣି ନେଇ ସେହି ଦୀପ ଜଳାଯାଇଥାଏ। ଏହି ପ୍ରକ୍ରିୟା ଆଜି ପଯ୍ୟର୍ନ୍ତ ଚାଲୁଅଛି। ତେବେ ପ୍ରତିବର୍ଷ ବର୍ଷା ଋତୁରେ ଦୀପ ଜଳିପାରି ନ ଥାଏ। କାରଣ, ବର୍ଷାରେ ଏହି ମନ୍ଦିର ନଦୀରେ ପୂରାପୂରି ବୁଡ଼ିଯାଇଥାଏ।

Roshni

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

5 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

14 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

17 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

50 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

52 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

2 hours ago