Categories: କ୍ରୀଡା

ଯୁବରାଜ ସିଂହ ହେଲେ ‘ଚିକନା ଚମେଲା’, ସାନିଆ ମିର୍ଜା ଦୁନିଆ ସାମ୍ନାରେ ଉଡାଇଲେ ମଜା

ଟିମ୍‌ ଇଣ୍ଡିଆର ‘ସିକ୍ସର କିଙ୍ଗ’ ଯୁବରାଜ ସିଂହ କ୍ରିକେଟରୁ ସନ୍ୟାସ ନେବା ପରେ ମଧ୍ୟ ଏବେ ପୁଣି ଆସିଛନ୍ତି ଚର୍ଚ୍ଚାକୁ। ଗତ କିଛି ତଳେ ଏକ ନ୍ୟୁଜ୍‌ ଚ୍ୟାନେଲରେ ଏକ ସାକ୍ଷାତକାରରେ ଦେଇଥିବା ମନ୍ତବ୍ୟ କାରଣରୁ ସବୁଦିନ ଟ୍ରେଣ୍ଡ କରୁଥିବା ଯୁବି ଏବେ ଟ୍ରୋଲ ହେଉଛନ୍ତି। ତାଙ୍କୁ କୌଣସି ଫ୍ୟାନ୍‌ ଟ୍ରୋଲ କରୁନାହାନ୍ତି ବରଂ ଜଣେ ସେଲିବ୍ରିଟୀ କରୁଛନ୍ତି। ସେ ଆଉ କେହି ନୁହଁନ୍ତି ଟେନିସ୍‌ ତାରକା ସାନିଆ ମିର୍ଜା।

ପୂର୍ବ ଭାରତୀୟ ଅଲରାଉଣ୍ଡର ସୋସିଆଲ ମିଡିଆରେ ନିଜର ଏକ କ୍ଲିନ୍‌ ସେଭ୍‌ ଫଟୋ ସେୟାର କରିଛନ୍ତି। ଏହି ଫଟୋକୁ ସେୟାର କରି ଯୁବରାଜ ସିଂହ ନିଜକୁ ‘ଚିକନା ଚମେଲୀ’ କହିଛନ୍ତି। ଯୁବି ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି ନୂଆ ଲୁକ, ଚିକନା ଚମେଲା !! ମୋତେ ଦାଢ଼ୀ ରଖିବା ଉଚିତ କି ? ଯୁବରାଜଙ୍କର ଏହି ପୋଷ୍ଟରେ ସାନିଆ ମିର୍ଜା ମଧ୍ୟ କମେଣ୍ଟ କରିଛନ୍ତି।

ଏହାସହ ପଢନ୍ତୁ : ଅଲୋଡା ଶୋଭାରାଣୀ, ଦିନେ ଓଡିଶା ମହିଳା ଫୁଟବଲ ଦଳର ଥିଲେ ପ୍ରଥମ ଅଧିନାୟିକା

ଏହି ଫଟୋରେ ଯୁବିଙ୍କୁ ଟ୍ରୋଲ କରି ସାନିଆ ମିର୍ଜା ତାଙ୍କୁ ଏକ କମେଣ୍ଟ କରିଛନ୍ତି। ସାନିଆ କମେଣ୍ଟରେ ଲେଖିଛନ୍ତି ଯେ ଚିନ ଲୁଚାଇବା ପାଇଁ ଆପଣ ପାଉଟ୍‌ କରୁଛନ୍ତି??? ନିଜ ଦାଢ଼ୀ ବଢ଼ାନ୍ତୁ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଯୁବରାଜ ସିଂହ ଏବଂ ସାନିଆ ମିର୍ଜା ମଧ୍ୟରେ ବହୁତ ଭଲ ବୋଣ୍ଡିଂ ରହିଛି। ଏହି ଦୁହିଁ ଖେଳାଳୀଙ୍କୁ ସବୁବେଳେ ପାର୍ଟିରେ ମଧ୍ୟ ଦେଖିବାକୁ ମିଳିଥାଏ। ଭାରତୀୟ ଟିମ ପାଇଁ ୩୦୪ ଓ୍ଵାନଡେ, ୫୮ ଟି-୨୦ ଏବଂ ୪୦ ଟେଷ୍ଟ ମ୍ୟାଚ ଖେଳିଥିବା ଯୁବରାଜ ସିିଂହ ୨୦୧୧ ବିଶ୍ୱକପ୍‌ ବିଜୟର ହିରୋ ଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ‘ପ୍ଲେୟାର ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ’ର ଆଓ୍ଵାର୍ଡ ମିଳିଥିଲା।

Pritiparna

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

15 seconds ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

9 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

13 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

46 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

48 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago