Below header

ଯୁବରାଜ ସିଂହ ହେଲେ ‘ଚିକନା ଚମେଲା’, ସାନିଆ ମିର୍ଜା ଦୁନିଆ ସାମ୍ନାରେ ଉଡାଇଲେ ମଜା

ଟିମ୍‌ ଇଣ୍ଡିଆର ‘ସିକ୍ସର କିଙ୍ଗ’ ଯୁବରାଜ ସିଂହ କ୍ରିକେଟରୁ ସନ୍ୟାସ ନେବା ପରେ ମଧ୍ୟ ଏବେ ପୁଣି ଆସିଛନ୍ତି ଚର୍ଚ୍ଚାକୁ। ଗତ କିଛି ତଳେ ଏକ ନ୍ୟୁଜ୍‌ ଚ୍ୟାନେଲରେ ଏକ ସାକ୍ଷାତକାରରେ ଦେଇଥିବା ମନ୍ତବ୍ୟ କାରଣରୁ ସବୁଦିନ ଟ୍ରେଣ୍ଡ କରୁଥିବା ଯୁବି ଏବେ ଟ୍ରୋଲ ହେଉଛନ୍ତି। ତାଙ୍କୁ କୌଣସି ଫ୍ୟାନ୍‌ ଟ୍ରୋଲ କରୁନାହାନ୍ତି ବରଂ ଜଣେ ସେଲିବ୍ରିଟୀ କରୁଛନ୍ତି। ସେ ଆଉ କେହି ନୁହଁନ୍ତି ଟେନିସ୍‌ ତାରକା ସାନିଆ ମିର୍ଜା।

yiviପୂର୍ବ ଭାରତୀୟ ଅଲରାଉଣ୍ଡର ସୋସିଆଲ ମିଡିଆରେ ନିଜର ଏକ କ୍ଲିନ୍‌ ସେଭ୍‌ ଫଟୋ ସେୟାର କରିଛନ୍ତି। ଏହି ଫଟୋକୁ ସେୟାର କରି ଯୁବରାଜ ସିଂହ ନିଜକୁ ‘ଚିକନା ଚମେଲୀ’ କହିଛନ୍ତି। ଯୁବି ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି ନୂଆ ଲୁକ, ଚିକନା ଚମେଲା !! ମୋତେ ଦାଢ଼ୀ ରଖିବା ଉଚିତ କି ? ଯୁବରାଜଙ୍କର ଏହି ପୋଷ୍ଟରେ ସାନିଆ ମିର୍ଜା ମଧ୍ୟ କମେଣ୍ଟ କରିଛନ୍ତି।

ଏହାସହ ପଢନ୍ତୁ : ଅଲୋଡା ଶୋଭାରାଣୀ, ଦିନେ ଓଡିଶା ମହିଳା ଫୁଟବଲ ଦଳର ଥିଲେ ପ୍ରଥମ ଅଧିନାୟିକା

ଏହି ଫଟୋରେ ଯୁବିଙ୍କୁ ଟ୍ରୋଲ କରି ସାନିଆ ମିର୍ଜା ତାଙ୍କୁ ଏକ କମେଣ୍ଟ କରିଛନ୍ତି। ସାନିଆ କମେଣ୍ଟରେ ଲେଖିଛନ୍ତି ଯେ ଚିନ ଲୁଚାଇବା ପାଇଁ ଆପଣ ପାଉଟ୍‌ କରୁଛନ୍ତି??? ନିଜ ଦାଢ଼ୀ ବଢ଼ାନ୍ତୁ।

sania_yuviଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଯୁବରାଜ ସିଂହ ଏବଂ ସାନିଆ ମିର୍ଜା ମଧ୍ୟରେ ବହୁତ ଭଲ ବୋଣ୍ଡିଂ ରହିଛି। ଏହି ଦୁହିଁ ଖେଳାଳୀଙ୍କୁ ସବୁବେଳେ ପାର୍ଟିରେ ମଧ୍ୟ ଦେଖିବାକୁ ମିଳିଥାଏ। ଭାରତୀୟ ଟିମ ପାଇଁ ୩୦୪ ଓ୍ଵାନଡେ, ୫୮ ଟି-୨୦ ଏବଂ ୪୦ ଟେଷ୍ଟ ମ୍ୟାଚ ଖେଳିଥିବା ଯୁବରାଜ ସିିଂହ ୨୦୧୧ ବିଶ୍ୱକପ୍‌ ବିଜୟର ହିରୋ ଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ‘ପ୍ଲେୟାର ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ’ର ଆଓ୍ଵାର୍ଡ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.