Below header

ଇଣ୍ଟରନେଟ୍‌ ପ୍ୟାକ୍‌କୁ ନେଇ ମଜାଳିଆ ଟ୍ଵିଟ୍‌ କଲେ ବିଗ୍‌ ବି, ପଢ଼ିଲେ ଆପଣ ମଧ୍ୟ ନିଜ ହସ ରୋକିପାରିବେନି

ବଲିଉଡ୍‌ର ଶେହେନ୍ସା ଭାବେ ପରିଚିତ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ୍‌ ରହିଥାନ୍ତି। ଟ୍ଵିଟ୍‌ ହେଉ ବା ଫଟୋ ଅମିତାଭ ସବୁବେଳେ ଫ୍ୟାନ୍‌ଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାନ୍ତି। ନିକଟରେ ଅମିତାଭ ଏକ ଏମିତି ଟ୍ଵିଟ୍‌ କରିଛନ୍ତି ଯାହାକୁ ଏବେ ପର୍ଯ୍ୟନ୍ତ ୬୦ ହଜାରଠୁ ବି ଅଧିକ ଲାଇକ୍‌ ମିଳିଛି। ତାଙ୍କର ଏହି ଟ୍ଵିଟ୍‌ ଏତେ ମଜାଦାର ଯେ ପଢ଼ିଲେ ଆପଣ ମଧ୍ୟ ନିଜ ହସ ରୋକିପାରିବେ ନାହିଁ।

ବଲିଉଡ୍‌ର ବିଗ୍‌ ବି ଅମିତାଭ ବଚ୍ଚନ ଇଣ୍ଟରନେଟ୍‌ର ୩ଜି, ୪ଜି ଏବଂ ୫ଜି ପ୍ୟାକ୍‌ ଉପରେ ଜୋକ୍‌ ସେୟାର କରି ଏକ ଫଟୋ ଟ୍ଵିଟ୍‌ କରିଛନ୍ତି। ଏହି ଫଟୋରେ ସେ କ୍ୟାପସନ୍‌ ଲେଖିଛନ୍ତି ଯେ, ଆମ ପିଲାବେଳେ ୩ଜି,୪ଜି ଏବଂ ୫ଜି ନଥିଲା। କେବଳ ଗୁରୁଜୀ, ପିତାଜୀ ଏବଂ ମାତାଜୀ ଥିଲେ, ଆଉ ଗୋଟିଏ ଚାପୁଡ଼ାରେ ହିଁ ଆମ ନେଟଓ୍ଵର୍କ ଆସିଯାଉଥିଲା।

ଅମିତାଭଙ୍କ ଏହି ମଜାଳିଆ ଟ୍ଵିଟ୍‌କୁ ଲୋକମାନେ ବହୁତ ପସନ୍ଦ କରିବା ସହ ଏବେ ପର୍ଯ୍ୟନ୍ତ ୬୯ ହଜାର ୩୯୬ ଲୋକ ଲାଇକ୍‌ କରିଛନ୍ତି। ସେହିପରି ଏହି ଟ୍ଵିଟ୍‌କୁ ୬ ହଜାର ୮୮ ଥର ରି-ଟ୍ଵିଟ୍‌ କରାଯାଇଛି।

ଏହାସହ ପଢ଼ନ୍ତୁ: ଉଦିତ୍‌ ନାରାୟଣଙ୍କ ସହ ଗୀତ ଗାଇଲେ ରାନୁ ମଣ୍ଡଳ, ଭାଇରାଲ ହେଉଛି ନୂଆ ଭିଡିଓ

ତେବେ କିଛିଦିନ ପୂର୍ବରୁ ଅମିତାଭ ମୁମ୍ବାଇ ମେଟ୍ରୋକୁ ସମର୍ଥନ କରି ଏକ ଟ୍ଵିଟ୍‌ କରିଥିଲେ, ଯେଉଁଥିପାଇଁ ତାଙ୍କୁ ଫ୍ୟାନ୍‌ଙ୍କ ରାଗର ମଧ୍ୟ ସାମ୍ନା କରିବାକୁ ପଡ଼ିଥିଲା। ଏମିତିକି ଫ୍ୟାନ୍‌ମାନେ ତାଙ୍କ ବଙ୍ଗଳା ଜଲସା ସାମ୍ନାରେ ବିରୋଧ ପ୍ରଦର୍ଶନ ମଧ୍ୟ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.