ହସପିଟାଲରୁ ଡିସଚାର୍ଜ ପରେ ବିବାହ ବନ୍ଧନରେ ବାନ୍ଧି ହେଲେ କି ମୁନାଓ୍ଵର ଫାରୁକି ?

ମୁନାଓ୍ଵର ଫାରୁକି ତାଙ୍କର ପ୍ରଫେସନାଲ ଲାଇଫ୍‌ ଅପେକ୍ଷା ପର୍ସନାଲ ଲାଇଫ୍‌ ଯୋଗୁ ସେ ଅଧିକ ହେଡଲାଇନରେ ରହିଥାନ୍ତି । ଏବେ ପୁଣି ଥରେ ମୁନାଓ୍ଵରଙ୍କ ପର୍ସନାଲ ଲାଇଫ୍‌କୁ ନେଇ କିଛି ଖବର ରହିଛି । ତେବେ ଖବର ଏପରି ଯେ ମୁନାୱର ଫାରୁକ୍ ପୁଣି ବିବାହ କରିଛନ୍ତି ।

ଷ୍ଟାଣ୍ଡଅପ୍ କମେଡିଆନ ତଥା ବିଗ୍ ବସ୍ ବିଜେତା ମୁନାଓ୍ଵର ଫାରୁକି ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ପ୍ରଫେସନାଲ ଲାଇଫ୍‌ ଅପେକ୍ଷା ପର୍ସନାଲ ଲାଇଫ୍‌ ଯୋଗୁ ସେ ଅଧିକ ହେଡଲାଇନରେ ରହିଥାନ୍ତି । ଏବେ ପୁଣି ଥରେ ମୁନାଓ୍ଵରଙ୍କ ପର୍ସନାଲ ଲାଇଫ୍‌କୁ ନେଇ କିଛି ଖବର ରହିଛି । ତେବେ ଖବର ଏପରି ଯେ ମୁନାୱର ଫାରୁକ୍ ପୁଣି ବିବାହ କରିଛନ୍ତି । ତେବେ ଏହା ହେଉଛି ମୁନାଓ୍ଵରଙ୍କ ଦ୍ୱିତୀୟ ବିବାହ । ଏହା ସହ ମୁନାଓ୍ଵର ଦ୍ୱିତୀୟ ଥର ପାଇଁ ସିକ୍ରେଟ୍‌ରେ ମ୍ୟାରେଜ୍‌ କରିଛନ୍ତି ବୋଲି ସୂଚନା ରହିଛି ।

ବର୍ତ୍ତମାନ ସୋସିଆଲ ମିଡିଆରେ ମୁନାଓ୍ଵରଙ୍କ ଦ୍ୱିତୀୟ ବିବାହ ବିଷୟରେ ଅନେକ ଆଲୋଚନା ହେଉଛି । ଇନଷ୍ଟାଗ୍ରାମ ଆକାଉଣ୍ଟ ଟେଲି ଗ୍ଲାମ ଗତକାଲି ରାତିରେ ଏକ ପୋଷ୍ଟରେ ସେୟାର କରିଛି, ଯେ ମୁନାଓ୍ଵର ଫାରୁକି ମେ ୨୬ରେ ବହୁତ କମ୍‌ ଲୋକଙ୍କ ଉପସ୍ଥିତିରେ ବିବାହ କରିଛନ୍ତି । ତାହେଲେ ଆସନ୍ତୁ ଏହି ବିଷୟରେ ପୂରା କଥା ଜାଣିବା ।

ମୁନାଓ୍ଵର ଫାରୁକି ତାଙ୍କର ଦ୍ୱିତୀୟ ବିବାହକୁ ସିକ୍ରେଟ୍‌ ରଖିଥିଲେ ଏବଂ କାହାକୁ ଫୋନ୍ ନେବାକୁ ମଧ୍ୟ ଅନୁମତି ଦିଆଯାଇନଥିଲା । ଏହି ବିବାହ ମୁମ୍ବାଇର ଆଇଟିସି ଗ୍ରାଣ୍ଡ ସେଣ୍ଟ୍ରାଲ ହୋଟେଲରେ ହୋଇଥିଲା । ଟେଲି ଗ୍ଲାମ ହୋଟେଲରେ ଟଙ୍ଗାଯାଇଥିବା ଏକ ମ୍ୟାରେଜ ବ୍ୟାନର ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ଏମ ୱେଡ୍ସ ଏମଙ୍କ ବିବାହ ବିଷୟରେ ଲେଖା ଯାଇଛି । ଏହି ବ୍ୟାନର ଦେଖିବା ପରେ ଫ୍ୟାନ୍ସଙ୍କ କହିବା ଅନୁସାରେ ପ୍ରଥମ M ର ଅର୍ଥ ମୁନାୱର୍ ଏବଂ ଦ୍ୱିତୀୟ M ର ଅର୍ଥ ହେଉଛି ମହଜାବେନ୍, ଯିଏ ବର୍ତ୍ତମାନ ତାଙ୍କ ସ୍ତ୍ରୀ ବୋଲି କୁହାଯାଉଛି । ତେବେ ମୁନାୱର ଫାରୁକି କିଛି ଦିନ ପୂର୍ବରୁ ଅସୁସ୍ଥ ହୋଇପଡିଥିଲେ, ପରେ ତାଙ୍କୁ ମୁମ୍ବାଇର ଏକ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସୂଚନା ମୁତାବକ, ମୁନାୱରଙ୍କୁ ଶନିବାର ରାତିରେ ହସପିଟାଲରୁ ଡିସଚାର୍ଜ କରାଯାଇଥିଲା ଏବଂ ସେ ରବିବାର ମହଜାବିନଙ୍କୁ ବିବାହ କରିଥିଲେ ।

married

ଏହା ବ୍ୟତୀତ ଏପରି ମଧ୍ୟ ସୂଚନା ରହିଛି, ଯେ ମୁନାୱର ଫାରୁକିଙ୍କ ସ୍ତ୍ରୀଙ୍କ ନାମ ମହଜାବିନ କୋଟୱାଲା ଏବଂ ସେ ଜଣେ ମେକଅପ୍ ଆଟିଷ୍ଟ । ଏହି ବିବାହରେ କେବଳ ୧୦୦ ଜଣ ଅତିଥି ଯୋଗ ଦେଇଥିଲେ । ସେଥିମଧ୍ୟରୁ ୫୦ ଜଣ ମୁନାୱରଙ୍କ ତରଫରୁ ଏବଂ ୫୦ ଜଣ ମହଜାବେନଙ୍କ ପରିବାରର ଥିଲେ । ଏହି ମ୍ୟାରେଜ୍‌ କୌଣସି ପ୍ରକାରର ଫଟୋ ସାମ୍ନାକୁ ଆସିନାହିଁ । ଏହା ସହ ସେଠାକୁ ଫୋନ୍‌ ନେବାକୁ ମନା କରାଯାଇଥିଲା । ଏହି ବିବାହ ବିଷୟରେ ସବୁ ସ୍ଥାନରେ ନିଶ୍ଚିତ ଭାବେ ଆଲୋଚନା ହେଉଛି, କିନ୍ତୁ ଏପର୍ଯ୍ୟନ୍ତ ମୁନାୱରଙ୍କ ବିବାହ ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି । ଏହା ସହ ସେ ଏପର୍ଯ୍ୟନ୍ତ ତାଙ୍କର ଦ୍ୱିତୀୟ ବିବାହକୁ ନିଶ୍ଚିତ କରିନାହାଁନ୍ତି । ମୁନାୱର ଫାରୁକିଙ୍କ ପ୍ରଥମ ବିବାହ ୨୦୧୭ରେ ହୋଇଥିଲା । କିନ୍ତୁ କିଛି ବର୍ଷ ପରେ ସେମାନଙ୍କର ସମ୍ପର୍କ ଖରାପ ହେବାକୁ ଲାଗିଲା ଏବଂ ସେମାନେ ୨୦୨୦ ରେ ଅଲଗା ହୋଇଗଲେ । ଏହା ବ୍ୟତୀତ ମୁନାୱରଙ୍କର ମଧ୍ୟ ଏକ ପୁଅ ଅଛି ଯିଏ ତାଙ୍କ ସହ ରୁହନ୍ତି ।

 

Leave A Reply

Your email address will not be published.