ଅଜଣା ଗାଡ଼ି ଧକ୍କାରେ ୨ ବାଇକ ଆରୋହୀ ମୃତ, ୨ ଗୁରୁତର

କଣ୍ଟାବାଞ୍ଜି (କେନ୍ୟୁଜ): ଅଜଣା ଗାଡି ଧକ୍କାରେ ଦୁଇ ମୃତ । ବିଳମ୍ବିତ ରାତିରେ ସିନ୍ଧେକେଲା ଥାନା ଜାମଖୁଣ୍ଟା ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି ।  ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ମେଡିକାଲରେ ମୃତ୍ୟୁବରଣ କରିଛନ୍ତି । ୨ ଜଣ ଗୁରୁତର ହେଲେ ସିନ୍ଧେକେଲା ଥାନା କାଳକୂଟ ଗାଁର ଘନଶ୍ୟାମ ମାଝୀ ଓ କଦମ ମାଝୀଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ସୂଚନା ଅନୁସାରେ ଗତକାଲି ରାତିରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ଜାମ ଖୁଣ୍ଟା ଗ୍ରାମ ପଞ୍ଚାୟତର କାଲକୁଟ ଗ୍ରାମର ବିବାହ ଭୋଜି ଥିଲା ।  ନରେଶ, କଦମ, ଘନଶ୍ୟାମ ଓ ତାଙ୍କର ଜଣେ ସଂପର୍କୀୟ ବିବାହ ଭୋଜିରେ ଯୋଗ ଦେଇ ଏକ ବାଇକ୍‌ରେ ଘରକୁ ଫେରୁଥିଲେ । ଜାମଖୁଣ୍ଟା ଗାଁ ନିକଟରେ ସେମାନଙ୍କୁ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ସିନ୍ଧେକେଲା ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି ।

 

Leave A Reply

Your email address will not be published.