ସ୍ପେଶାଲ

ଖାଲି ହାତରେ ଆନାକୋଣ୍ଡାକୁ ଧରି ଚୁମ୍ବନ ଦେଲେ ବ୍ୟକ୍ତି, ଭିଡିଓ ହେଉଛି ଭାଇରାଲ

ସାପ ଏକ ଏପରି ପ୍ରାଣୀ ଯାହାର ନାମ ଶୁଣିଲେ ହି ସମସ୍ତେ ଭୟଭୀତ ହୋଇଯାନ୍ତି ଏବଂ ଯଦି ସେ ଭୁଲରେ କେବେ ସାମ୍ନାକୁ ଆସିଯାଏ, ତେବେ ସେଠାରୁ ପଳାଇବା ଭଲ ବୋଲି ଲୋକମାନେ ଭାବନ୍ତି, କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଏହି ସାପମାନଙ୍କୁ ଭୟ କରନ୍ତି ନାହିଁ । ସେମାନେ ସାପ ପ୍ରଜାତି ସହିତ ଖୁବ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରିବାର ଦେଖାଯାନ୍ତି ।

ଏବେ ଏହିପରି ଗୋଟିଏ ଭିଡିଓ ଲୋକଙ୍କ ହୃଦୟକୁ କମ୍ପିତ କରୁଛି, ଏହାକୁ ଦେଖିବା ପରେ ଲୋକମାନେ ଭୟରେ କମ୍ପି ଉଠୁଛନ୍ତି । ତେବେ ଏହି ଭିଡିଓରେ ଜଣେ ବ୍ୟକ୍ତି ଖାଲି ହାତରେ ଆନାକୋଣ୍ଡା ପରି ଏକ ବିଶାଳ ସାପ ଧରିଥିବାର ନଜର ଆସିଛନ୍ତି । ଚିଡ଼ିଆଖାନରେ ବନ୍ୟଜନ୍ତୁ ନିୟନ୍ତ୍ରଣ କରୁଥିବା ବ୍ୟକ୍ତି ମାନଙ୍କ ପାଖରେ ଅସାଧାରଣ ପରିମାଣର ସାହସ ଏବଂ ଦକ୍ଷତା ରହିଥାଏ । ନିକଟରେ ଏହିଭଳି ଜଣେ ବ୍ୟକ୍ତି ଖାଲି ହାତରେ ଏକ ବିଶାଳ ଆନାକୋଣ୍ଡା ଧରିଥିଲେ ।

 

ଏହି ଭିଡିଓ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କିନ୍ତୁ ସେ କେବଳ ଏହାକୁ ଧରିନଥିଲେ, ବରଂ ସେ ଏହି ଆନାକୋଣ୍ଡାକୁ ଚୁମ୍ବନ ମଧ୍ୟ ଦେଇଥିଲେ । ଫ୍ଲୋରିଡାର ଏହି ଜୁ କିପର ନିଜକୁ ‘ଦ ରିୟଲ ତାର୍ଜନ’ ବୋଲି ମଧ୍ୟ କହିଛନ୍ତି । ଅତି ସାହାସିକତାର ସହ ସେ ଏହି ଆନାକୋଣ୍ଡାକୁ ଧରିଛନ୍ତି । ଆଶ୍ଚର୍ଯ୍ୟଜନକ କଥା ହେଉଛି ସେହି ବ୍ୟକ୍ତି ଜଣକ ବିନା ଭୟ ଏବଂ ବିବ୍ରତାରେ ବାହୁବଳି ପରି ବିଶାଳ ଆନାକୋଣ୍ଡାକୁ ଉଠାଇଛନ୍ତି, ସାପକୁ ଦେଖି ଭୟ କାରଣରୁ ଲୋକଙ୍କ ଅବସ୍ଥା ଖରାପ ହୋଇଯାଏ ।

କିନ୍ତୁ ଏଇଠି କାହାଣୀ ସମ୍ପୂର୍ଣ୍ଣ ଭିନ୍ନ । ଭିଡିଓ ଆରମ୍ଭରେ, ଆପଣ ଦେଖୁଥିବେ ଯେ ବ୍ୟକ୍ତି ଜଣକ କିପରି ପାଣିରେ ପରିପୂର୍ଣ୍ଣ କ୍ଷେତରେ ବସିଛନ୍ତି ଏବଂ ହଠାତ୍ ସେ ତଳେ ହାତ ପୁରାଇ ଏହି ବିଶାଳ ଆନାକୋଣ୍ଡାକୁ ପାଣି ଭିତରୁ ଧରି ନେଇଗଲେ । ସର୍ବପ୍ରଥମେ ସେ ଆନାକୋଣ୍ଡାର ଲାଞ୍ଜକୁ ଧରି ପାଣିରୁ ଟାଣି ନେଇଗଲେ ଏବଂ ପରେ ଏକ ସାପର ପାଟି ଧରିଛନ୍ତି ।

ଏହି ଭିଡିଓ ଦେଖିବା ପରେ କାହାର ହୃଦୟ ନିଶ୍ଚିତ ଭାବରେ କମ୍ପିଉଠିବ । ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ‘ଦ ରିୟଲ ଟାରଜାନ’ ନାମକ ଏକ ଆକାଉଣ୍ଟ ଦ୍ୱାରା ସେୟାର କରାଯାଇଛି, ଯାହାକୁ ଏପର୍ଯ୍ୟନ୍ତ ୭ ମିଲିୟନରୁ ଅଧିକ ଲୋକ ଦେଖିଥିବାବେଳେ ୩ ଲକ୍ଷ ୫୬ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ଲାଇକ କରିଛନ୍ତି ।

ଭିଡିଓରେ ଦେଖାଯାଇଥିବା ଏହି ସାହସୀ ବ୍ୟକ୍ତିଙ୍କ ନାମ ମାଇକ୍ ହୋଲଷ୍ଟନ୍ ବୋଲି କୁହାଯାଉଛି, ଯିଏ ଏହି ଭିଡିଓ ସେୟାର କରିଛନ୍ତି । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓ ଦେଖିଥିବା କିଛି ଲୋକ ଏହାକୁ ଅତ୍ୟନ୍ତ ବିପଜ୍ଜନକ ବୋଲି କହୁଥିବାବେଳେ ଅନ୍ୟ କିଛି ଲୋକ ସାପକୁ ଏହି ଉପାୟରେ ଧରିବାରେ ମଧ୍ୟ ରାଗିଛନ୍ତି ।

 

KNews Bureau

Recent Posts

ସ୍କୁଲ ଛୁଟି ନିଷ୍ପତ୍ତି ବଦଳିଲା, ସ୍ଥାନୀୟ ପାଣିପାଗ ଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର(କେନ୍ୟୁଜ୍‌): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…

7 mins ago

ବିବାହ ପୂର୍ବରୁ ଶାଶୁଘର ଲୋକଙ୍କ ସହ ନଜର ଆସିଲେ ସୋନାକ୍ଷୀ, ଭାଇରାଲ ହେଉଛି ଫଟୋ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା…

13 mins ago

ଦାର୍ଜିଲିଂ ଟ୍ରେନ ଟ୍ରାଜେଡି : ୧୫ରେ ପହଞ୍ଚିଥିଲା ମୃତକଙ୍କ ସଂଖ୍ୟା, ୧୯ଟି ଟ୍ରେନ ବାତିଲ, ମାନବୀୟ ତ୍ରୁଟିରୁ ଦୁର୍ଘଟଣା

ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା…

14 mins ago

ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ବର୍ଗକୁ ସାନ୍ତ୍ୱନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ । ପଶ୍ଚିମବଙ୍ଗର ନୂଆ ଜଲ୍ ପାଇଗୁଡ଼ି…

20 mins ago

ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟିଲେ ଗୌତମ ଗମ୍ଭୀର, ଲୋକସଭା ନିର୍ବାଚନରେ ବିଜୟ ପାଇଁ ଜଣାଇଲେ ଶୁଭେଚ୍ଛା

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବର୍ତ୍ତମାନ ଚର୍ଚ୍ଚାରେ । ଗମ୍ଭୀରଙ୍କ ମେଣ୍ଟରଶିପ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (KKR)…

37 mins ago

କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ପାରିବାରିକ ମାସିକ ପତ୍ରିକା କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ। ଭୁବନେଶ୍ବର ଭରତପୁର ବସ୍ତିରେ…

42 mins ago