ସ୍ପେଶାଲ

ବହୁତ ଅଶୁଭ ଆଗାମୀ ୧୦ ଦିନ! ହେଲେ ଏହି ଶୁଭ ଜିନିଷ ବଦଳାଇ ପାରିବ ଆପଣଙ୍କ ଭାଗ୍ୟ; ଜାଣନ୍ତୁ କେମିତି

ପୌଷ ମାସକୁ ଅଶୁଭ ମାସ ବୋଲି କୁହାଯାଏ। କାହିଁକି ନା, ଏହି ସମୟରେ ସୂର୍ଯ୍ୟଙ୍କ ଉଜ୍ଜ୍ୱଳତା କମ୍ ରହିଥାଏ। ତେଣୁ ଏହି ମାସରେ କୌଣସି ବି ଶୁଭ କାର୍ଯ୍ୟ କରାଯାଏ ନାହିଁ। ଏହି ମାସରେ ବିବାହ-ବ୍ରତ, ଘର-ଗାଡ଼ି କିଣିବା, ଗୃହ ପ୍ରବେଶ, ଘର ତିଆରି କରିବା ଆଦି ଭଲ ନୁହେଁ। କିନ୍ତୁ ଦାନ-ପୁଣ୍ୟ କରିବା ଏବଂ ସୂର୍ଯ୍ୟ ଭଗବାନଙ୍କୁ ଉପାସନା କରିବା ପାଇଁ ଏହି ମାସ ବହୁତ ଭଲ ହୋଇଥାଏ। ୨୦ ଡିସେମ୍ବରରୁ ଆରମ୍ଭ ହୋଇଥିବା ପୌଷ ମାସ ୧୭ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ।

ବହୁତ ଖାସ୍‌ ହୋଇଥାଏ ପୌଷ ମାସର ଶୁକ୍ଳ ପକ୍ଷ

ପୌଷ ମାସର ଶୁକ୍ଳ ପକ୍ଷ ଅତ୍ୟନ୍ତ ଖାସ୍‌ ହୋଇଥାଏ ଏବଂ ଏହି ସମୟରେ ମକର ସଂକ୍ରାନ୍ତି ପର୍ବ ପାଳନ କରାଯାଇଥାଏ। ପବିତ୍ର ନଦୀମାନଙ୍କରେ ସ୍ନାନ କରାଯାଇଥାଏ। ସୂର୍ଯ୍ୟ ଭଗବାନଙ୍କୁ ପୂଜା, ଆରାଧନା କରାଯାଏ। ଏହି ଦିନଠାରୁ ସୂର୍ଯ୍ୟ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରି ଥାଆନ୍ତି ଏବଂ ପୁଣିଥରେ ପୂରା ତେଜମୟ ହୋଇ ଯାଆନ୍ତି। ମାନ୍ୟତା ରହିଛି କି, ଶୁକ୍ଳ ପକ୍ଷ ସମୟରେ ଯଦି ଘରେ କିଛି ଖାସ୍‌ ଜିନିଷ ଅଣାଯାଏ, ତା’ ହେଲେ ପୂରା ବର୍ଷ ଏହା ଆପଣଙ୍କ ଭାଗ୍ୟ ଚମକାଇବ।

-ପୌଷ ମାସର ଶୁକ୍ଳ ପକ୍ଷରେ ମା’ ଲକ୍ଷ୍ମୀଙ୍କ ଶ୍ରୀଯନ୍ତ୍ର ଆଣି ବିଧି ବିଧାନର ସହ ପୂଜା କରନ୍ତୁ ଏବଂ ଏହାକୁ ପୂଜା ଘରେ ସ୍ଥାପନ କରନ୍ତୁ। ଏହା କରିବା ଦ୍ୱାରା ବର୍ଷସାରା ମା’ ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କୁ ଟଙ୍କା, ପଇସାର ଅଭାବ ରହିବ ନାହିଁ।

-ଯଦି ଆପଣ ମା’ ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କର ଏକ ଚାନ୍ଦି ମୂର୍ତ୍ତି ଏହି ୧୦ ଦିନ ମଧ୍ୟରେ ଘରକୁ କିଣି ଆଣିବେ ଏବଂ ପ୍ରତିଦିନ ଏହାକୁ ପୂଜା କରିବେ, ତା’ ହେଲେ ଆପଣଙ୍କୁ ଖୁବ୍‌ ଟଙ୍କା ମିଳିବ।

-ଆଗାମୀ ୧୦ ଦିନ ଭିତରେ କେତେବେଳେ ବି ତମ୍ବାର ଲୋଟା ଘରକୁ ଆଣନ୍ତୁ ଏବଂ ଏଥିରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ, ଏହାଦ୍ୱାରା ବର୍ଷସାରା ଆପଣଙ୍କୁ ଖୁବ୍‌ ସଫଳତା ମିଳିବ। ସୂର୍ଯ୍ୟ ହେଉଛନ୍ତି ସଫଳତାର କାରକ ଏବଂ ତାଙ୍କ କୃପା ଦ୍ୱାରା ହିଁ ବ୍ୟକ୍ତିକୁ ସଫଳତା, ଆତ୍ମବିଶ୍ୱାସ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତ ହୋଇଥାଏ।

-ଘରେ ମୋତି ଶଙ୍ଖ କିମ୍ବା ଦକ୍ଷିଣାବର୍ତ୍ତୀ ଶଙ୍ଖ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଘରକୁ ଦକ୍ଷିଣାବର୍ତ୍ତୀ ଶଙ୍ଖ ଆଣିବା ପାଇଁ ପୌଷ ମାସର ଶୁକ୍ଳ ପକ୍ଷ ହିଁ ସର୍ବୋତ୍ତମ ସମୟ ହୋଇଥାଏ। ଏହାକୁ ବିଧି ବିଧାନର ସହ ସ୍ଥାପନା କରି ପ୍ରତିଦିନ ପୂଜା କରନ୍ତୁ।

-ଏହି ସମୟ ମଧ୍ୟରେ ଲାଲ କିମ୍ବା ହଳଦିଆ ପୋଷାକ କିଣିବା ଏବଂ ପିନ୍ଧିବା ଆପଣଙ୍କ ଭାଗ୍ୟକୁ ଉଜ୍ଜ୍ୱଳ କରିପାରେ। ଏହା ବ୍ୟତୀତ ଘରେ ରାଶି ଏବଂ ଗୁଡ଼ ଆଣିବା ମଧ୍ୟ ବହୁତ ଶୁଭଦାୟକ ହୋଇଥାଏ।

-ଛୋଟ ନଡ଼ିଆ କିମ୍ବା ଏକାକ୍ଷୀ ନଡ଼ିଆକୁ ଲାଲ କପଡ଼ାରେ ବାନ୍ଧି ଘରେ ଟଙ୍କା ରଖିବା ସ୍ଥାନରେ ରଖି ଦିଅନ୍ତୁ। ଏହି ପ୍ରତିକାର ବହୁତ ଟଙ୍କା ଆଣିଥାଏ।

Roshni

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

53 mins ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

5 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

6 hours ago