ରାଜ୍ୟ

ରାଜ୍ଯରେ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତଙ୍କ ମୃତ୍ଯୁ! ଶବ ସତ୍କାର ପରେ ଜଣାପଡିଲା ଥିଲେ ସଂକ୍ରମିତ

ବଲାଙ୍ଗିର (କେନ୍ଯୁଜ୍): ବଲାଙ୍ଗିର ଆଗଲପୁର ବ୍ଲକର କୁଟାସିଙ୍ଗାରେ ଓମିକ୍ରନ ସଂକ୍ରମିତ ଚିହ୍ନଟ । ଜିଲ୍ଲାରେ ପ୍ରଥମ ଓମିକ୍ରନ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି । ଗତ ଡିସେମ୍ବର ୨୭ ତାରିଖରେ ବ୍ୟକ୍ତି ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ମେଡିକାଲରେ ଦେହାନ୍ତ ହୋଇଥିଲା । ତେବେ ଗତକାଲି ସେ ଓମିକ୍ରନରେ ଆକ୍ରାନ୍ତ ଥିବା ରିପୋର୍ଟରେ ଜଣାପଡିଛି । ଏବେ ଶବ ସତ୍କାର କରିଥିବା ଲୋକଙ୍କୁ ଖୋଜୁଛିି ସ୍ୱାସ୍ଥ୍ୟ ବିଭାଗ।

ସୂଚନା ଥାଉକି, ରାଜ୍ୟରେ କରୋନାର ଲମ୍ବା ଲମ୍ଫ । ଗତ ୨୪ଘଣ୍ଟାରେ ଆଉ ୧୮୯୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୯ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାହା ମୋଟ ଆକ୍ରାନ୍ତଙ୍କ ୩୫.୨୬ ପ୍ରତିଶତ ।

ଆଜି ମୋଟ ପଜିଟିଭିଟି ରେଟ୍‌ ରହିଛି ୨.୬୨ ପ୍ରତିଶତ । ସୁନ୍ଦରଗଡ଼ରୁ ୨୬୨ ଓ କଟକରୁ ୧୪୮ ଏବଂ ସମ୍ବଲପୁରରୁ ୧୨୫, ବାଲେଶ୍ୱରରୁ ୧୦୦ ନୂଆ କେସ୍‌ ରହିଛି । ୦ରୁ ୧୮ବର୍ଷ ମଧ୍ୟରେ ୨୫୮ ଆକ୍ରାନ୍ତ ରହିଛନ୍ତି । ଆକ୍ଟିଭ୍‌ କେସ୍‌ ରହିଛି ୫ ହଜାର ୭୩୯ । ୨୪ ଘଣ୍ଟାରେ ୭୨ ହଜାର ୩୭୦ ଟେଷ୍ଟିଂ ହୋଇଛି । ଗତକାଲି ରାଜ୍ୟରେ ୬୮ ହଜାର ୮୭୮ ଟେଷ୍ଟିଂ ହୋଇଥିଲା । ୧ହଜାର ୨୧୬ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ମୋଟ ପଜିଟିଭିଟି ରେଟ୍‌ ଥିଲା ୧.୭୬ ପ୍ରତିଶତ ।

Sonalisa

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

51 mins ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

4 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

6 hours ago