ସ୍ପେଶାଲ

ଆରମ୍ଭ ହେଲା କୁରାଳ ପଞ୍ଚମୀ, କୁମ୍ଭାକାର ଭାଟିରେ ପୂଜା ପାଇବେ ଇଷ୍ଟଦେବ ଲକ୍ଷ୍ମୀ ନାରାୟଣ

ମାହାଙ୍ଗା (କେନ୍ୟୁଜ): ଓଡ଼ିଶାରେ ବାରମାସରେ ତେର ପର୍ବ ପାଳନ କରାଯାଏ । ସେଥି ମଧ୍ୟରୁ କେତେକ ପୂଜା ବିଭିନ୍ନ ସମ୍ପ୍ରଦାୟର ଲୋକମାନକ ପାଇଁ ବେଶ ଗୁରୁତ୍ୱପପୂର୍ଣ୍ଣ । ସେହିପରି କୁମ୍ଭାର ପରିବାର ମୁଖ୍ୟ ପର୍ବ ହେଉଛି କୁରାଳ ପଞ୍ଚମୀ ପୂଜା । କୁରାଳ ପଞ୍ଚମୀ ଏକ ହିନ୍ଦୁ ପର୍ବ। ମାର୍ଗଶିର ମାସ ପଞ୍ଚମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ କୁମ୍ଭାରମାନେ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରିଥାଆନ୍ତି । ଏହି ପୂଜା ପାଞ୍ଚଦିନ କିମ୍ବା ୭ ଦିନ ଧରି ଚାଲେ । କୁରାଳ ପଞ୍ଚମୀ ପୂଜା ପଣ୍ଡୁ ପୂର୍ଣ୍ଣିମାରେ ପଣ୍ଡୁଓଷା ନାମରେ ପାଳନ କରାଯାଏ। ତେବେ ପରମ୍ପରା ଅନୁଯାୟୀ ବର୍ଷକୁ ଥରେ ଏହି ପୂଜା କରିଥାନ୍ତି କୁମ୍ଭକାର ପରିବାର। କେଉଁଠି ୫ ଦିନ ପୂଜା କରାଯାଇଥାଏ ତ ଆଉ କେଉଁଠି ୭ ଦିନ ଧରି ପୂଜା କରାଯାଇଥାଏ। ଏହି ସମୟରେ ସମସ୍ତ ମାଟି ଗଢା କାମ ବନ୍ଦ ରହିବା ସହ ପୂଜାର୍ଚ୍ଚନା କରାଯାଇଥାଏ ।

ତେବେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଲଳିତଗିରି ପଞ୍ଚାୟତ ଜେରକନ୍ଦ ଗ୍ରାମରେ ୨୫ ରୁ ଉର୍ଦ୍ଧ କୁମ୍ଭକାର ଓ ନିଶ୍ଚିନ୍ତକୋଇଲି ବ୍ଲକ ପାଇକରାପୁର ଗ୍ରାମର ୩୦ରୁ ଉର୍ଦ୍ଧ ପରିବାର ଆଦ୍ୟ ମାର୍ଗଶିର ପଞ୍ଚମୀ ତିଥି ଠାରୁ ଦଶମୀ ପର୍ଯ୍ଯନ୍ତ ୫ ଦିନ ଧରି ଏହି ପୂଜାକୁ ପାଳନ କରିଥାନ୍ତି।  ଏହି ପୂଜାରେ କୁମ୍ଭକାରଙ୍କ ଇଷ୍ଟଦେବ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରାଯାଏ କାରଣ ପଞ୍ଚମୀ ଦିନ କୁମ୍ଭ କାର ଜନ୍ମ ନେଇଥିଲେ ବୋଲି ବିଶ୍ୱାସ ରହିଛି।  ସେହିଦିନ ଠାରୁ ଏହି କୁରାଳ ପଞ୍ଚମୀ ପର୍ବ ଅନୁଷ୍ଠିତ ହୋଇ ଆସୁଅଛି ।

ପରମ୍ପରା ଆଧାରରେ ଏହି ପାଞ୍ଚଦିନ ହାଣ୍ଡିକୁଡୁଆ ଯୋଗାଣ ସଂପୂର୍ଣ୍ଣ ବନ୍ଦ ରହିଥାଏ । ଏପରିକି ଏହି ସମୟରେ କଞ୍ଚା ହାଣ୍ଡି କିମ୍ବା ଗଢା ମାଟିକୁ ସ୍ପର୍ଶ କରିବା କୁମ୍ଭକାର ମାନଙ୍କର ନିଷେଧ ବୋଲି କୁହାଯାଏ । ପରମ୍ପରା ଅନୁଯାୟୀ କୁମ୍ଭକାର ମାନେ ଏହିପର୍ବ ପାଳନ ଅବସରରେ ହାଣ୍ଡି,କୁଡୁଆ ଆଦି ଗଢିବା କାର୍ଯ୍ୟ ବନ୍ଦ ରଖି ସେମାନଙ୍କ ଇଷ୍ଟଦେବଙ୍କ ଆରାଧନା କରିଥାନ୍ତି । କୌଳିକ ବୃତିରେ ବ୍ୟବହୃତ ଚକ, ପିଣ୍ଡ, ପିଟଣା, ଭାଟି ଆଦି ସାଜ ସରଂଜାମ ଏହି ପର୍ବରେ ପୂଜା କରାଯାଇଥାଏ ।

ପୌରାଣିକ କଥା ଅନୁଯାୟୀ ବ୍ରହ୍ମା ଯେତେବେଳେ ସୃଷ୍ଟି ସର୍ଜନା କରିଥିଲେ ସେତେବେଳେ ୫୬ କୋଟି ଜୀବଜନ୍ତୁଙ୍କ ପାଇଁ ୫୨ କୋଟି ଭଣ୍ଡାର ଖାଦ୍ୟ ପ୍ରଦାନ କରିଥିଲେ । ମାତ୍ର କୁରାଳ ପୁରାଣରେ ବର୍ଣ୍ଣିତ ଅଛିକି ଯେତେବେଳେ ଲୋକେ କଞ୍ଚା ଖାଦ୍ୟ ଖାଉଥିଲେ ଲୋକମାନେ ରୋଗ ବ୍ଯାଧିରେ ପଡ଼ି ମୃତ୍ୟୁ ବରଣ କରୁଥିଲେ । ତେଣୁ ସୃଷ୍ଟି କର୍ତ୍ତା ଏହାକୁ ଦେଖି ନାରଦ ମୁନିଙ୍କୁ ନାରାୟଣଙ୍କ ନିକଟକୁ ପଠାଇଲେ ଏହି ବାବଦରେ ଅବଗତ କରାଇବା ପାଇଁ । ନାରଦ ସମସ୍ତ କଥା ନାରାୟଣଙ୍କୁ ଜଣାଇଥିଲେ ।  ଠିକ ଏହି ସମୟରେ ନାରାୟଣ ନିଜ ଶରୀରରୁ ବାହାରୁଥିବା ଝାଳ କୁ ଧରିତ୍ରୀ ଉପରେ ପକାଇ ଦେବାରୁ ସେଠାରେ କୁରାଳ ଜନ୍ମ ନେଇଥିଲେ ।

ଏହା ପରେ କୁରାଳ ନାରାୟଣଙ୍କୁ କହିଲେ ମୋର କାମ କଣ କୁହନ୍ତୁ ପ୍ରଭୁ । ନାରାୟଣ କହିଲେ ତମେ ସମସ୍ତ ଲୋକ ମାନଙ୍କ ପାଇଁ ଏକ ପାତ୍ର ତିଆରି କର ଯେଉଁଥିରେ ସେମାନେ ରୋଷେଇ କରି ଖାଦ୍ୟ ଖାଇପାରିବେ। ତେବେ ପାତ୍ର ତିଆରି କେମିତି କରିବେ ସେକଥା ନାରାୟଣଙ୍କୁ ପ୍ରଶ୍ନ କରିଥିଲେ କୁରାଲ। ଏହା ପରେ ନାରାୟଣ ନିଜେ ତାଙ୍କୁ ପାତ୍ର ତିଆରି ପାଇଁ ଅନ୍ଯ ଆବଶ୍ଯକ ସାମଗ୍ରୀ ଦେଇଥିଲେ। ତାପରେ କୁମ୍ଭକାର ମାଟିପାତ୍ର ତିଆରି କରିଥିଲେ। ତେବେ ସେହିଦିନ ଠାରୁ କୁମ୍ଭକାର ସମ୍ପ୍ରଦାୟର ଲୋକେ ଲକ୍ଷ୍ମୀ ନାରାୟଣଙ୍କୁ ଇଷ୍ଟ ଦେବ ଭାବେ ପୂଜା କରନ୍ତି। ଏପରିକି ବର୍ଷକୁ ଥରେ ଯାକଯମକ ରେ ପୂଜା କରିବା ସହ ନିଜର ହାଣ୍ଡି ମାଠିଆ ଗଢା ବୃତିକୁ ବନ୍ଦ ରଖିଥାନ୍ତି ।

କଟକ ଜିଲ୍ଲା ମାହାଙ୍ଗାରୁ ଅର୍ଜୁନ ସାହୁଙ୍କ ରିପୋର୍ଟ (କେନ୍ୟୁଜ ଓଡ଼ିଶା)

Barsha

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

8 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

19 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

32 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

35 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

55 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago