ସ୍ପେଶାଲ

ଆଶ୍ଚର୍ଯ୍ୟ ! ୧୫ ବର୍ଷ ଯାଏ ଆସିନି କୌଣସି ଅଣ୍ଡିରା ଅଜଗର ସଂସ୍ପର୍ଶରେ, ତଥାପି ଅଣ୍ଡା ଦେଲା ୬୨ ବର୍ଷର ମାଈ ଅଜଗର

ମିସୌରୀର ଏକ ଚିଡିଆଖାନାରେ ବଲ ପାଇଥାନ ଏକାଧିକ ଅଣ୍ଡା ଦେଇଛି, ଯାହାକୁ ଦେଖି ଜୁ କିପର୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଖବର ମୁତାବକ, ସେଣ୍ଟ ଲୁଇସ ଚିଡିଆଖାନାରେ ୬୨ ବର୍ଷର ଏକ ମାଈ ଅଜଗର ଦୀର୍ଘ ୧୫ ବର୍ଷ ହେବ କୌଣସି ଅଣ୍ଡିରା ଅଜଗର ସଂସ୍ପର୍ଶରେ ଆସିନାହିଁ ଏହାସତ୍ତ୍ୱେ ମାଈ ଅଜଗରଟି ଅଣ୍ଡା ଦେଇଛି।

ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ବଲ ପାଇଥାନ ୬ ବର୍ଷ ବୟସରେ ହିଁ ଅଣ୍ଡା ଦେବା ଆରମ୍ଭ କରିଥାଏ ଏବଂ ୬୦ ବର୍ଷ ବୟସରେ ଅଣ୍ଡା ଦେବା ବନ୍ଦ କରିଦେଇଥାଏ। ଚିଡିଆଖାନା ଜନ୍ତୁ ବିଜ୍ଞାନର ଜୁଲୋଜିକାଲ ମ୍ୟାନେଜର ମାର୍କ ୱାନନେର କହିଛନ୍ତି, ଏହା ହେଉଛି ଦୁନିଆର ସବୁଠାରୁ ବୟସ୍କ ଅଜଗର, ଯିଏ ଏହି ବୟସରେ ଅଣ୍ଡା ଦେଇଛି।

ଚଳିତ ସପ୍ତାହରେ ଚିଡିଆଖାନା ପକ୍ଷରୁ ଫେସବୁକରେ ସେୟାର କରାଯାଇଥିବା ଏକ ପୋଷ୍ଟରେ କୁହାଯାଇଛି, ‘ବଲ ପାଇଥନ ମଧ୍ୟ ଏବଂ ପଶ୍ଚିମ ଆଫ୍ରିକାରେ ଦେଖାଯାନ୍ତି। ଏମାନେ ଯୌନ ଏବଂ ଅଲିଙ୍ଗିକ ରୂପରେ ପ୍ରଜନନ କରିଥାଆନ୍ତି, ଯାହାକୁ Faxative Parthenogenesis କୁହାଯାଇଥାଏ’।

ପୋଷ୍ଟରେ ଆହୁରି ଲେଖାଯାଇଥିଲା କି, ‘ସାପ ମଧ୍ୟ ସ୍ପର୍ମକୁ ଷ୍ଟୋର କରି ରଖିଥାଏ। ଏବେ ପ୍ରଶ୍ନ ଉଠୁଛି, ଏହି ଦୁଇଟି କଥା ମଧ୍ୟରୁ କେଉଁ ସ୍ପଷ୍ଟିକରଣ ଅଣ୍ଡାର କାରଣ? ଜେନେଟିକ ଟେଷ୍ଟିଙ୍ଗ ବିନା ଚିଡିଆଖାନା କର୍ମଚାରୀ ଏହାର ପତ୍ତା ଲଗେଇ ପାରିବେନି କି, ବଲ ପାଇଥନ ଯୋୖନ କି ଅଲିଙ୍ଗିକ ରୂପରେ ପ୍ରଜନନ କରିଛି’।

୮ ସେପ୍ଟେମ୍ବରରେ ଏହି ପୋଷ୍ଟ କରାଯାଇଥିଲା। ଏ ପର୍ଯ୍ୟନ୍ତ ଏହାକୁ ୩ ଲକ୍ଷରୁ ଅଧିକ ଭିୟୁଜ ମିଳିସାରିଲାଣି। ଏହାସହିତ ୪ ହଜାରରୁ ଅଧିକ ସେୟାର ଏବଂ ୭ ହଜାରରୁ ଅଧିକ ରିଆକ୍ସନ ଆସିସାରିଛି।

ସୂଚନା ମୁତାବକ, ଏହି ଅଜଗରର ଚିଡିଆଖାନାରେ କୌଣସି ଅଫିସିଆଲ ନାଁ ନାହିଁ। ଅଜଗରଟି ୧୯୬୧ରେ ଚିଡିଆଖାନାରେ ରହିବା ପାଇଁ ଆସିଥିଲା। ଗତ ୨୩ ଜୁଲାଇରେ ଏହା ୭ଟି ଅଣ୍ଡା ଦେଇଥିଲା। ସେଥିରୁ ୩ଟି ଇନକ୍ୟୁବେଟରରେ ରହିଛି। ଅନ୍ୟ ଦୁଇଟି ନଷ୍ଟ ହୋଇଯାଇଥିବା ବେଳେ ଶେଷ ଦୁଇଟି ଅଣ୍ଡା ପରୀକ୍ଷଣରେ ଆନୁବଂଶିକ ବୋଲି ପ୍ରମାଣ ମିଳିଛି।

video courtesy: facebook

Roshni

Recent Posts

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

5 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

15 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

24 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

39 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

49 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

57 mins ago