Categories: ସ୍ପେଶାଲ

ଜାଣନ୍ତୁ ଶ୍ରାବଣ ମାସକୁ କାହିଁକି କୁହନ୍ତି ପ୍ରେମର ମାସ, ବର୍ଷା ସହିତ ଏହାର କଣ ରହିଛି ସମ୍ପର୍କ…

ଶ୍ରାବଣ ମାସ ପ୍ରଭୁ ଶିବଙ୍କର ପ୍ରିୟ ମାସ ଅଟେ । ଏହି ମାସରେ ଶିବଙ୍କ ପୂଜା କରିବା ଦ୍ୱାରା ଫଳପ୍ରାପ୍ତି ହୋଇଥାଏ । ଯଦି ଆପଣଙ୍କ ଘରେ କଳହର ସମସ୍ୟା ଅଛି କିମ୍ବା ବ୍ୟବସାୟରେ କ୍ଷତି ହେଉଛି ଅଥବା ଘରେ ବାସ୍ତୁଦୋଷ ରହୁଛି ତାହେଲେ ବ୍ୟସ୍ତ ହୁଅନ୍ତୁ ନାହିଁ, ଆପଣ ବାବା ଭୋଳାନାଥକୁ ପୂଜା କରନ୍ତୁ ଆପଣଙ୍କ ସମ୍ପୂର୍ଣ କଷ୍ଟ ଦୂର ହୋଇଯିବ । ଶ୍ରାବଣ ମାସରେ ଶିବ ପୂଜା କରି ଜୀବନରୁ ସବୁ କଷ୍ଟକୁ ଦୂର କରାଯାଇପାରିବ।

ଶ୍ରାବଣ ମାସରେ ସବୁଠୁ ଅଧିକ ବର୍ଷା ହୋଇଥାଏ ଯାହାକି ଶିବଙ୍କ ଗରମ ଶରୀରକୁ ଥଣ୍ଡା କରିବାରେ ସାହାଯ୍ୟ କରିଥାଏ । ଭଗବାନ ଶିବ ନିଜେ ଶ୍ରାବଣ ମାସର ମହିମା ବିଷୟରେ ସନତ କୁମାରଙ୍କୁ କହିଥିଲେ। ଭଗବାନଙ୍କର ତିନୋଟି ନେତ୍ର ଡାହାଣରେ ସୂର୍ଯ୍ୟ ,ବାମରେ ଚନ୍ଦ୍ରମା ଏବଂ ମଧ୍ୟରେ ଅଗ୍ନିନେତ୍ର ରହିଥାଏ। ଯେତେବେଳେ ସୂର୍ଯ୍ୟ କର୍କଟ ରାଶିରେ ଥାନ୍ତି ସେତେବେଳେ ଶ୍ରାବଣ ମାସ ଆରମ୍ଭ ହୋଇଥାଏ । ସୂର୍ଯ୍ୟ ଆମକୁ ଉଷ୍ଣତା ପ୍ରଦାନ କରୁଥିବା ବେଳେ ଚନ୍ଦ୍ର ଆମକୁ ଶୀତଳତା ପ୍ରଦାନ କରିଥାନ୍ତି ସେଥିପାଇଁ ସୂର୍ଯ୍ୟ କର୍କଟ ରାଶିରେ ଆସିଲେ ଧମାଧମ ବର୍ଷା ହୋଇଥାଏ ଯାହାଦ୍ୱାରା ଲୋକକଲ୍ୟାଣ ନିମନ୍ତେ ବିଷପାନ କରିଥିବା ପ୍ରଭୁ ଭୋଳାନାଥଙ୍କ ଶରୀରକୁ ଥଣ୍ଡା ମିଳିଥାଏ ଏବଂ ସେଥିପାଇଁ ଶିବଙ୍କୁ ଶ୍ରାବଣ ମାସ ପ୍ରତି ବହୁତ ଆଦର ଥାଏ ।

ଶ୍ରାବଣ ଏବଂ ସାଧନା ମଧ୍ୟରେ ଚଞ୍ଚଳ ଓ ଅତି ଚଞ୍ଚଳମନର ଏକାଗ୍ରତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଅଟେ ଯାହାବିନା ପରମ ତତ୍ତ୍ୱର ପ୍ରାପ୍ତି ଅସମ୍ଭବ ଅଟେ। ସାଧକର ସାଧନା ଯେତେବେଳେ ଆରମ୍ଭ ହୋଇଥାଏ ସେତେବେଳେ ମନ ଏହା ସାମ୍ନାରେ ବାଧକ ସାଜିଥାଏ ଏବଂ ମନକୁ ନିୟନ୍ତ୍ରିତ କରିବା ସହଜ ନୁହେଁ ।ଚଞ୍ଚଳ ମନକୁ ଆୟତ୍ତ କରି ସାଧକକୁ ବହୁତ ଲମ୍ବା ଧର୍ଯ୍ୟର ଯାତ୍ରା ସ୍ଥିର କରିବାକୁ ପଡିଥାଏ। ସେଥିପାଇଁ କୁହାଯାଏ ମନ ହିଁ ମୋକ୍ଷ ଏବଂ ବନ୍ଧନର ପ୍ରମୁଖ କାରଣ ଅଟେ ।

ପ୍ରେମର ମାସ ଶ୍ରାବଣ

ଶ୍ରାବଣ ମାସକୁ ପ୍ରେମର ମାସ ମଧ୍ୟ କୁହାଯାଇଥାଏ। ଏହି ମାସରେ ଉପବାସ ରଖିବା ଦ୍ୱାରା ମାତା ପାର୍ବତୀ ନିଜର ମନ ମୁତାବକ ପତି ଭଗବାନ ଶିବଙ୍କୁ ନିଜ ବର ରୂପେ ପ୍ରାପ୍ତ ହୋଇଥିଲେ ସେଥିପାଇଁ ଯଦି ଆପଣ ବି ନିଜ ମନ ମୁତାବକ ପତି ପାଇବାକୁ ଚାଁହୁଛନ୍ତି, ତାହେଲେ ଶ୍ରାବଣ ମାସରେ ବ୍ରତରଖି ଶିବପୂଜା କରିବା ଦ୍ୱାରା ଆପଣଙ୍କ ମନ ମୁତାବକ ପତି ନିଶ୍ଚୟ ପାଇବେ।

KNews Bureau

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

4 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

7 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

41 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

42 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago