Categories: ରାଜ୍ୟ

ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ, ୩ ନାବାଳିକାଙ୍କୁ ଦୁଷ୍କର୍ମ ଓ ପରେ ଜଣକୁ ହତ୍ୟା

ସୁନ୍ଦରଗଡ଼ (କେନ୍ୟୁଜ୍) : ୩ ନାବାଳିକାଙ୍କୁ ଦୁଷ୍କର୍ମ ଓ ପରେ ଜଣଙ୍କୁ ହତ୍ୟା ଘଟଣାରେ ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ। ହେମଗିରି, ବୀରମିତ୍ରପୁର ଓ ରାଜଗାଙ୍ଗପୁର ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ନେଇ ଆଲୋଡ଼ନ। ଗତ ଶନିବାର ମଧ୍ୟାହ୍ନରେ ହେମଗିରି ଥାନା ଗୋପାଳପୁର କଲୋନୀପଡ଼ାର ଜଣେ ନାବାଳିକା ବସୁନ୍ଧରା ନଦୀକୁ ଶୌଚ ପାଇଁ ଯାଇ ଆଉ ଫେରିନଥିଲେ । ଗତକାଲି ସଂଧ୍ୟାରେ ବସୁନ୍ଧରା ପଠା ଜଙ୍ଗଲରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥଲା । ପାରିପାର୍ଶ୍ୱିକ ପରିସ୍ଥିତିରୁ ଏହା ଦୁଷ୍କର୍ମ ପରେ ହତ୍ୟା ବୋଲି କହିଛି ପୋଲିସ ।

ଡଗସ୍କ୍ଵାଡ ଓ ସାଇଣ୍ଟିଫିକ ଟିମ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି ରାଜଗାଙ୍ଗପୁର ଥାନା ଅଞ୍ଚଳରେ ଶନିବାର ଦିନ ଦୁଇଜଣ ଯୁବକ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହେବା ପରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସେପଟେ ବୀରମିତ୍ରପୁର ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ତାର ଭିଡିଓ ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ଏହି ମାମଲାରେ ଜଣଙ୍କୁ ଗିରଫ କରିଥିବା ବେଳେ ସୁନ୍ଦରଗଡ଼ ଏସପି ସୌମ୍ୟା ମିଶ୍ର ଘଟଣାର ତଦନ୍ତ କରୁଛନ୍ତି।

KNews Bureau

Recent Posts

ବିଧାସଭାରେ ନୂଆ ବିଧାୟକଙ୍କ ଶପଥ ଗ୍ରହଣ ସମାରୋହ, ସୁରକ୍ଷା କାର୍ଯ୍ୟରେ ୮ ପ୍ଲାଟୁନ ପୋଲିସ

ଭୁବନେଶ୍ୱର : ନୂଆ ବିଧାୟକଙ୍କ ଶପଥ ପାଠ ପାଇଁ ବିଧାସଭା ପ୍ରସ୍ତୁତ। ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୋଲିସ ଡିଜି…

8 mins ago

ବିହାର: ଇଞ୍ଜିନିୟରିଂ କଲେଜ କ୍ୟାଣ୍ଟିନ୍‌ ଖାଦ୍ୟରୁ ବାହାରିଲା ମଲା ସାପ ! ଅନେକ ଛାତ୍ରଛାତ୍ରୀ ଅସୁସ୍ଥ

ଖାଦ୍ୟରୁ ବାହାରିଲା ମଲା ସାପ । ଏମିତି ଅଭିଯୋଗ ଆଣିଛନ୍ତି ବିହାରର ଏକ ଇଞ୍ଜିନିୟରିଂ କଲେଜର ଛାତ୍ରଛାତ୍ରୀ । ବିହାରର…

40 mins ago

ଏହି ସବୁ ପ୍ରମାଣ ପତ୍ର ଥିଲେ ମିଳିବ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା

ରାଜ୍ୟର ପ୍ରତି ମହିଳାଙ୍କୁ ମିଳିବ ୫୦ହଜାର ଟଙ୍କା । ମଧ୍ୟପ୍ରଦେଶ ଓ ଛତିଶଗଡରେ ସଫଳ ହୋଇଥିବା ଯୋଜନା ଏବେ ଓଡିଶାରେ…

42 mins ago

Air India ବିମାନରେ ପରସାଗଲା ଅଧାରନ୍ଧା ଖାଦ୍ୟ ! ଯାତ୍ରୀ କହିଲେ, ‘୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ସମସ୍ୟା ଭୋଗିଲି’

ଏୟାର ଇଣ୍ଡିଆର ଏକ ବିମାନରେ ପରସା ଯାଇଛି ଅଧାରନ୍ଧା ଖାଦ୍ୟ । ଏଭଳି ଅଭିଯୋଗ ଆଣିଛନ୍ତି ବିମାନରେ ଯାତ୍ରା କରୁଥିବା…

59 mins ago

ଟି୨୦ ବିଶ୍ୱକପ ୨୦୨୪ : ସୁପର-୮ରେ ଭାରତ ସହିତ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ, ବାଂଲାଦେଶ ଏବଂ ଆଫଗାନିସ୍ତାନ

ଟି୨୦ ବିଶ୍ୱକପ ୨୦୨୪ରେ ସୁପର-୮ ଟିମ୍‌ ଘୋଷଣା ହୋଇସାରିଛି । ଭାରତ ବିପକ୍ଷରେ ସୁପର ୮ରେ ଅଷ୍ଟ୍ରେଲିଆ, ବାଂଲାଦେଶ ଏବଂ…

1 hour ago

ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ

ଭୁବନେଶ୍ୱର : ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ଆଜି ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ…

2 hours ago