ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ, ୩ ନାବାଳିକାଙ୍କୁ ଦୁଷ୍କର୍ମ ଓ ପରେ ଜଣକୁ ହତ୍ୟା

ସୁନ୍ଦରଗଡ଼ (କେନ୍ୟୁଜ୍) : ୩ ନାବାଳିକାଙ୍କୁ ଦୁଷ୍କର୍ମ ଓ ପରେ ଜଣଙ୍କୁ ହତ୍ୟା ଘଟଣାରେ ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ। ହେମଗିରି, ବୀରମିତ୍ରପୁର ଓ ରାଜଗାଙ୍ଗପୁର ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ନେଇ ଆଲୋଡ଼ନ। ଗତ ଶନିବାର ମଧ୍ୟାହ୍ନରେ ହେମଗିରି ଥାନା ଗୋପାଳପୁର କଲୋନୀପଡ଼ାର ଜଣେ ନାବାଳିକା ବସୁନ୍ଧରା ନଦୀକୁ ଶୌଚ ପାଇଁ ଯାଇ ଆଉ ଫେରିନଥିଲେ । ଗତକାଲି ସଂଧ୍ୟାରେ ବସୁନ୍ଧରା ପଠା ଜଙ୍ଗଲରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥଲା । ପାରିପାର୍ଶ୍ୱିକ ପରିସ୍ଥିତିରୁ ଏହା ଦୁଷ୍କର୍ମ ପରେ ହତ୍ୟା ବୋଲି କହିଛି ପୋଲିସ ।

hemagiriଡଗସ୍କ୍ଵାଡ ଓ ସାଇଣ୍ଟିଫିକ ଟିମ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି ରାଜଗାଙ୍ଗପୁର ଥାନା ଅଞ୍ଚଳରେ ଶନିବାର ଦିନ ଦୁଇଜଣ ଯୁବକ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହେବା ପରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସେପଟେ ବୀରମିତ୍ରପୁର ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ତାର ଭିଡିଓ ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ଏହି ମାମଲାରେ ଜଣଙ୍କୁ ଗିରଫ କରିଥିବା ବେଳେ ସୁନ୍ଦରଗଡ଼ ଏସପି ସୌମ୍ୟା ମିଶ୍ର ଘଟଣାର ତଦନ୍ତ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.