ସ୍ପେଶାଲ

ସମବାୟ ସମିତିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତିରେ ଘୋଟାଲା, ଉପଯୁକ୍ତ ପ୍ରାର୍ଥୀଙ୍କୁ ଏ ଯାଏଁ ମିଳିନି ନିଯୁକ୍ତି ପତ୍ର

ଯାଜପୁର ଟାଉନ: ସମବାୟ ସମିତିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତିରେ କେଳେଙ୍କାରୀ ଅଭିଯୋଗ । ଜାଲିଆତି ହୋଇଥିବା ପ୍ରମାଣିତ ହେବା ପରେ ବି ଉପଯୁକ୍ତ ପ୍ରାର୍ଥୀଙ୍କୁ ଏ ଯାଏଁ ମିଳିନି ନିଯୁକ୍ତି ପତ୍ର । ସେପଟେ ଅଭିଯୋଗକୁ ସ୍ୱିକାର କରି ସଂପୂର୍ଣ୍ଣ ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି  ଏଆରସିଏସ ।

ଯାଜପୁର ଜିଲା ତଳିହା ପ୍ରାଥମିକ କୃଷି ସମବାୟ ସମିତିରେ ଏମିତି ଜାଲିଆତି ହୋଇଥିବା ଅଭିଯୋଗ ଆସିଛି । ଏଠାରେ ଧରାପଡିଛି ସମବାୟ ସମିତିରେ ନିଯୁକ୍ତି କେଳେଙ୍କାରି । ତଳିହା ସମବାୟ ସମିତିରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀ ନିଯୁକ୍ତିରେ ହୋଇଥିଲା ବ୍ୟାପକ ହେରଫେର । ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ନ ଦେଇ କମ ମାର୍କ ରଖିଥିବା ପ୍ରାର୍ଥୀଙ୍କୁ ଦିଆଯାଇଥିଲା ନିଯୁକ୍ତି । ସମବାୟ ବିଭାଗ ପକ୍ଷରୁ ହୋଇଥିବା ତଦନ୍ତରୁ ଏ କଥା ସ୍ପଷ୍ଟ ହୋଇଛି ।

କିନ୍ତୁ ତଦନ୍ତ ରିପୋର୍ଟ ଆସିବା ପରେ ବି ପ୍ରକୃତ ପ୍ରାର୍ଥୀଙ୍କୁ ଏ ଯାଏଁ ମିଳିନି ନିଯୁକ୍ତି ପତ୍ର । ଆମେ କହୁଛୁ ଯାଜପୁର ବଡ ଆଦମପୁର ଗାଁର ଶାରଦା ପ୍ରସନ୍ନ ତ୍ରିପାଠୀଙ୍କ କଥା । ଗତ ବର୍ଷ ଅକ୍ଟୋବର ମାସରେ ତଳିହା ପ୍ରାଥମିକ କୃଷି ସମବାୟ ସମିତିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀ ପାଇଁ ବାହାରିଥିଲା ବିଜ୍ଞାପନ । ଏଥିପାଇଁ ଆବଶ୍ୟକ ପ୍ରମାଣପତ୍ର ସହିତ ଆବେଦନ କରିଥିଲେ ଶାରଦା । ସମସ୍ତ ଆବେଦନକାରୀଙ୍କ ଠାରୁ ଶାରଦାଙ୍କର ଅଧିକ ମାର୍କ ରହିବା କଥା କିନ୍ତୁ ଏଥିରେ ହେରଫେର କରାଯାଇ ଅନ୍ୟ ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା । ଶାରଦା ଦେଇଥିବା ବିଭିନ୍ନ ସାର୍ଟିଫିକେଟକୁ ଗାଏବ କରାଯାଇ ତାଙ୍କ ମାର୍କକୁ କମାଯାଇଥିବା ଅଭିଯୋଗ ଆଣିଥିଲେ । ଏହାପରେ ବିଭାଗୀୟ ତଦନ୍ତ ପରେ ନିଯୁକ୍ତିରେ ଜାଲିଆତି ହୋଇଥିବା ଜଣାପଡିଛି ।

ସମବାୟ ସମିତିରେ ହୋଇଥିବା ଏହି କେଳେଙ୍କାରି ସଂପର୍କରେ ଶାରଦା ଏଆରସିଏସ ଙ୍କ ଠାରୁ ଆରମ୍ଭ କରି ଯାଜପୁର ଜିଲାପାଳ ଏପରିକି ସମବାୟ ମନ୍ତ୍ରୀଙ୍କୁ ଅବଗତ କରିଛନ୍ତି । ବିଭାଗ ପକ୍ଷରୁ ହୋଇଥିବା ତଦନ୍ତରେ ନିଯୁକ୍ତି ପ୍ରକିୟାରେ ହେରଫେର ହୋଇଥିବା ଜଣାପଡିଛି । କିନ୍ତୁ ତଥାପି ଏ ଯାଏଁ ଶାରଦାଙ୍କୁ ନିଯୁକ୍ତି ପତ୍ର ମିଳିନାହିଁ । ଯାହାକୁ ନେଇ ହତାଶ ହୋଇପଡିଛନ୍ତି ଶାରଦା ।  ଅନ୍ୟପଟେ ଏହି ନିଯୁକ୍ତି କେଳେଙ୍କାରି ସଂପର୍କରେ ଆମେ ଯାଜପୁର ଏଆରସିଏସ ଙ୍କୁ ପଚାରିବାରୁ ଅଭିଯୋଗକୁ ସ୍ୱିକାର କରିବା ସହିତ ସଂପୂର୍ଣ୍ଣ ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ତେବେ ଏବେ ପ୍ରଶ୍ନ ଉଠୁଛି କିଏ କରିଥିଲା ଏପରି ସାଂଘାତିକ ଷଡଯନ୍ତ୍ର, ଏହା ପଛରେ ଜଣେ ନା ଏକାଧିକ ବ୍ୟକ୍ତି ସାମିଲ ଅଛନ୍ତି? ସବୁ ଅଭିଯୋଗର ଲେଖାଯୋଖା ପ୍ରମାଣ ସମବାୟ ବିଭାଗ ପାଖରେ ଥିବା ବେଳେ କାହିଁକି ନିଆଯାଉନି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଉ କାହିଁକି ଶାରଦାଙ୍କୁ ଦିଆଯାଉନି ନିଯୁକ୍ତି ପତ୍ର ତାହା ଏବେ ବି ରହସ୍ୟ ହୋଇ ରହିଛି ।

 

Sonalisa

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

8 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

16 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

33 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago