ସ୍ପେଶାଲ

୪୦୦୦ ବର୍ଷ ପୁରୁଣା ୩୦୦ ମମିର ରହସ୍ୟ ଖୋଲିଲା, ୟୁରେସିୟାରୁ ଆସି ବସତି ସ୍ଥାପନ କରିଥିଲେ ଏହି ସଭ୍ୟତା; ଥିଲେ ଆଧୁନିକ

୯୦ ଦଶକରେ ଚୀନର ତକଳାମାକନ ମରୁଭୂମିରୁ ୩୦୦ ମମିର ସନ୍ଧାନ ମିଳିଥିଲା, ଯାହାକି ପାଖାପାଖି ୪୦୦୦ ବର୍ଷ ପୁରୁଣା ବୋଲି ବୈଜ୍ଞାନିକମାନେ କହିଥିଲେ। ସବୁଠାରୁ ଖାସ୍‌ କଥା ଥିଲା, ମରୁଭୂମିରେ ଥିବା ଗମ୍ବୁଜରୁ ଏହି ମମିଗୁଡ଼ିକୁ ସନ୍ଧାନ କରାଯାଇଥିବା ବେଳେ ବର୍ତ୍ତମାନ ଏହାର ରହସ୍ୟ ଉନ୍ମୋଚନ ହୋଇଛି। ପ୍ରଥମେ ଏହି ମମିକୁ ନେଇ ବୈଜ୍ଞାନିକମାନଙ୍କ ମଧ୍ୟରେ ଯେଉଁ ସନ୍ଦେହ ଥିଲା, ତାହା ଦୂରୀଭୂତ ହୋଇ ଯାଇଛି। ବୈଜ୍ଞାନିକମାନେ ଭାବୁଥିଲେ କି, ଏହି ଲୋକମାନେ ଚୀନର ପଶ୍ଚିମରେ ଥିବା କଳା ସାଗର ଅଞ୍ଚଳରୁ ଆସି ଏଠାରେ ବସତି ସ୍ଥାପନ କରିଥିଲେ। କାରଣ, ମମିଗୁଡ଼ିକର ଚେହେରାର ଆକୃତି ଏବଂ କପଡ଼ା ଏକଦମ୍‌ ପାଶ୍ଚାତ୍ୟ ପରି ଦେଖା ଯାଉଥିଲା। ଅନେକ ବର୍ଷ ପର୍ଯ୍ୟନ୍ତ ବୈଜ୍ଞାନିକମାନଙ୍କ ମନରେ ଏହି ବିଶ୍ୱାସ ରହିଥିଲ। ସେମାନେ ଭାବୁଥିଲେ, ଏହି ମମି ଚୀନର ମୂଳ ବାସିନ୍ଦା ନୁହନ୍ତି।

ଏବେ ମମିଗୁଡ଼ିକର ଖୁଲାସା ହୋଇଛି କି, ଏହି ଲୋକମାନେ ଚୀନର ପଶ୍ଚିମାଞ୍ଚଳ ନୁହେଁ, ବରଂ ୟୁରେସିୟାରୁ ଆସି ବସତି ସ୍ଥାପନ କରିଥିଲେ। ଚୀନର ଚ୍ୟାଙ୍ଗ୍‌ଚୁନ ଜିଲିନ୍‌ ୟୁନିଭର୍ସିଟିର ପ୍ରଫେସର ୟୀଗୟୁଇ ଚୁଇଙ୍କ କହିବା ଅନୁସାରେ, ୩୦୦ ମମିର ସନ୍ଧାନ ବହୁତ ବଡ଼ ଆବିଷ୍କାର। ଏହାଦ୍ୱାରା ମାନବୀୟ ବସତି ବିଷୟରେ ଜଣାପଡ଼ିଛି। ଏଥି ସହିତ ବର୍ଷ ବର୍ଷ ଧରି ଚାଲି ଆସିଥିବା ବୈଜ୍ଞାନିକଙ୍କ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ହୋଇଛି।

୧୧ ହଜାର ବର୍ଷ ପୂର୍ବେ କରିଥିଲେ ପଳାୟନ

ବୈଜ୍ଞାନିକମାନେ ଏହି ମମିର ଜେନେଟିକ୍‌ ବିଶ୍ଳେଷଣରୁ ନୂଆ ପ୍ରାମାଣିକ ତଥ୍ୟ ଜୁଟାଇଛନ୍ତି। ଚୀନର ଉତ୍ତରରେ ଥିବା ୟୁରେସିୟାରୁ ଏହି ଲୋକମାନେ ପାଖାପାଖି ୧୧ ହଜାର ବର୍ଷ ପୂର୍ବେ ପଳାୟନ କରିଥିଲେ। ଏମାନେ ଉତ୍ତରରୁ ଆସି ଚୀନର ତକଳାମାକନ ମରୁଭୂମିରେ ବସତି ସ୍ଥାପନ କରିଥିଲେ। ଏଠାରେ ସେମାନଙ୍କ ସଭ୍ୟତା ଗଢ଼ି ଉଠିଥିଲା। ଚୀନରେ ୧୯୯୦ ଦଶକରେ ପାଖାପାଖି ୩୦୦ ମମିଙ୍କ ସନ୍ଧାନ ମିଳିଥିଲା। ଅନ୍ତର୍ଜାତୀୟ ବୈଜ୍ଞାନିକମାନଙ୍କର ଏକ ଟିମ୍‌ ନମୁନା ରୂପରେ ୧୩ ମମିଙ୍କର ପରୀକ୍ଷା କରିଥିଲେ। ସମସ୍ତଙ୍କର ଡିଏନ୍‌ଏ ନମୁନା ମଧ୍ୟ ନିଆଯାଇଥିଲା। Max Planck Instituteର ବୟାନ ମୁତାବକ, ମରୁଭୂମିରେ ବ୍ୟାପିଥିବା ଏହି ସଭ୍ୟତା ବହୁତ ସହରୀ ତଥା ଆଧୁନିକ ଥିଲା। ଏହି ଲୋକମାନଙ୍କର ବାହାର ଦୁନିଆ ସହିତ ମଧ୍ୟ ଉତ୍ତମ ସମ୍ପର୍କ ଥିଲା। ବାଣିଜ୍ୟିକ ନେଣଦେଣ ବି ହେଉଥିଲା।

ତେବେ ସନ୍ଧାନ ହୋଇଥିବା ୩୦୦ ମମି ଭିତରୁ ଜଣେ ମହିଳାଙ୍କ ମମିକୁ ‘ବ୍ୟୁଟି ଅଫ୍‌ ଶିୟାହୋଇ’ ନାମ ଦିଆଯାଇଛି। ମମିର ଫୁରୁଫୁରିଆ କେଶ ଏବଂ ବେଶଭୂଷା କାରଣରୁ ବୈଜ୍ଞାନିକମାନେ ଭାବୁଥିଲେ କି, ଏହି ଲୋକମାନେ ପଶ୍ଚିମର କଳା ସାଗର ଅଞ୍ଚଳରୁ ଆସିଥିଲେ। କିନ୍ତୁ ଏବେ ଏହି ଧାରଣା ଭୁଲ୍‌ ପ୍ରମାଣିତ ହୋଇ ଯାଇଛି।

Roshni

Recent Posts

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

2 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

10 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

35 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

44 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago