ରାଜ୍ୟ

ଅସହ୍ୟ ହେଲା ପୁଅ ବୋହୂଙ୍କ ଅତ୍ୟାଚାର, ବିଷ ପିଇ ଜୀବନ ହାରିଲେ ବୃଦ୍ଧ ଦମ୍ପତି

ସମ୍ବଲପୁର(କେନ୍ୟୁଜ) : ବୁର୍ଲା ଥାନା ଗୋଶାଳା ଝାରମୁଣ୍ଡା ଗାଁର ଏକ ପଡିଆରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ସ୍ୱାମୀ ଓ ସ୍ତ୍ରୀ । ଏଥିରେ ମହିଳା ବୃନ୍ଦାବତୀ ମହାକୁଡ ଗୁରୁତର ଥିବାବେଳେ ମହିଳାଙ୍କ ସ୍ୱାମୀ ଟଙ୍କଧର ମହାକୁଡଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଆଜି ଗୋସଲା ନିକଟରେ ଥିବା ଏକ ପଡିଆରେ ସ୍ୱାମୀ ସ୍ତ୍ରୀ ବିଷ ପିଇ ପଡିଥିଲେ । ତେବେ ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । ତେବେ ବିଷ ପିଇବାର ପ୍ରକୃତ କାରଣ ଜଣାପଡିନଥିବାବେଳେ ପୁଅ ବୋହୂର ଅତ୍ୟାଚାର ଯୋଗୁ ଏହି ବୃଦ୍ଧବୃଦ୍ଧା ବିଷ ପିଇଥିବା ଜଣାପଡିଛି । ତେବେ ପୋଲିସ ପହଂଚି ଜଣଙ୍କୁ ମେଡିକାଲ ପଠାଇବା ସହ ମୃତଦେହ ଜବତ କରିଛି । ସେପଟେ ମୃତ୍ୟୁର କାରଣକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ, ମୃତକ ହେଲେ ଝାରମୁଣ୍ଡାର ଟକାଧର ମହାକୁଡ (୬୮)। ଗୁରୁତର ବୃଦ୍ଧା ହେଲେ ତାଙ୍କ ପତ୍ନୀ ବୃନ୍ଦାବତୀ ମହାକୁଡ (୬୨)। ମଙ୍ଗଳବାର ଘରୋଇ କଳହ ଯୋଗୁଁ ବୃଦ୍ଧ ଦମ୍ପତି ସନ୍ଧ୍ୟା ୬ ଟାରେ ସାଇକଲ୍‌ରେ ଘରୁ ବାହାରିଥିଲେ। ରାତି ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଘର ଲୋକେ ଖୋଜାଖୋଜି କରିଥିଲେ। ଆଜି ଉଭୟେ କୀଟନାଶକ ଖାଇ ଦେଇଥିଲେ। ଅପରାହ୍‌ଣ ପ୍ରାୟ ୪ଟା ସମୟରେ ଗୋଶାଳା ଆଇଆଇଏମ୍ ରାସ୍ତାରେ ଏହି ବୃଦ୍ଧ ଦମ୍ପତି ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଖବର ଦେଇଥିଲେ। ବୃଦ୍ଧା ଜଣକ ଅଚେତ ହେବାପୂର୍ବରୁ ସ୍ଥାନୀୟ ଲୋକଙ୍କୁ କହିଥିଲେ ଯେ ଘରେ ପୁଅ ତାଙ୍କୁ ଅତ୍ୟାଚାର କରୁଛି। ସେମାନଙ୍କ ସହିତ ବାରମ୍ବାର କଳିଗୋଳ କରୁଛି। ସହି ନପାରି ଘରୁ ବାହାରି ଆସି ଆମେ ବିଷ ପିଇ ଦେଇଥିଲୁ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେତେବେଳକୁ ଟଙ୍କଧରଙ୍କ ମୃତ୍ୟୁ ହୋଇ ସାରିଥିଲା। ବୃଦ୍ଧା ଜଣଙ୍କ ଅଚେତ ଅବସ୍ଥାରେ ପଡ଼ି ରହିଥିଲେ। ବୃନ୍ଦାବତୀଙ୍କୁ ବୁର୍ଲାରେ ଚିକିତ୍ସା କରାଯାଉଥିବାବେଳେ ତାଙ୍କ ଅବସ୍ଥା ଏବେ ଗୁରୁତର ଥିବା ଜଣାପଡ଼ିଛି। ଖବର ମୁତାବକ, ଆଜି ମଧ୍ୟ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

KNews Bureau

Recent Posts

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

3 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

9 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

17 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

20 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

27 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

52 mins ago