ସ୍ପେଶାଲ

ସମୁଦ୍ର ଭିତରୁ ବାହାରୁଥିବା ଧ୍ୱନୀର ରହସ୍ୟ, ଜାଣନ୍ତୁ ବୈଜ୍ଞାନିକଙ୍କ ମତ

ସମୁଦ୍ର, ଏହାର ଗଭୀରତାରେ ଲୁଚି ରହିଛି ଅନେକ ରହସ୍ୟ । ଏହା ମଧ୍ୟରେ ଛୋଟ ବଡ଼ ସମସ୍ତ ଜଳଚର ଜୀବଠାରୁ ଆରମ୍ଭ କରି ଉଦ୍ଭିଦ ପର୍ଯ୍ୟନ୍ତ ଅନେକ କିଛି ଲୁଚିରହିଛି । କେବଳ ସେତିକି ନୁହେଁ ଦ୍ଵାରକା ନଗରୀ ଭଳି ଅନେକ ବଡ ବଡ ସହର ମଧ୍ୟ ଏହି ସମୁଦ୍ରଗର୍ଭରେ ଲୀନ ହୋଇଯାଇଛି । ଏହାର ଗଭୀରତାରେ କେତେ ଯେ ରହସ୍ୟ ରହିଛି ତା’ର ସନ୍ଧାନ ଆଜି ପର୍ଯ୍ୟନ୍ତ କେହି ବି କରିପାରିନାହାନ୍ତି । ସେହିଭଳି ସମୁଦ୍ରର ଶବ୍ଦ ମଧ୍ୟ ଅତ୍ୟନ୍ତ ରହସ୍ୟମୟୀ । ବୈଜ୍ଞାନିକଙ୍କ ଅନୁଯାୟୀ ପ୍ରତ୍ୟକ ସମୁଦ୍ରର ଧ୍ୱନି ପଛରେ କିଛି କାରଣ ରହିଛି ଏବଂ ଏହି ଶବ୍ଦ ହେଉଛି ସମୁଦ୍ରର ପରିଚୟ ।

ଆପଣମାନେ ନିଶ୍ଚିତ ଭାବରେ ସମୁଦ୍ର ଦେଖିଥିବେ ଏବଂ ଏହାର ଶବ୍ଦ ମଧ୍ୟ ଶୁଣିଥିବେ । କିନ୍ତୁ କ’ଣ ଆପଣ ଜାଣିଛନ୍ତି ଏହି ସମୁଦ୍ରଗର୍ଭରୁ ଶବ୍ଦ ଅର୍ଥାତ ଧ୍ୱନି କେଉଁଠୁ ଆସେ? ତେବେ ଆସନ୍ତୁ ଏହା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା । ତେବେ ଆଜି ଆମେ ଏହି ସମୁଦ୍ରରୁ ଆସୁଥିବା ଶବ୍ଦ ପଛର ରହସ୍ୟ ବିଷୟରେ ଜଣାଇବୁ । ବୈଜ୍ଞାନିକଙ୍କ ମତ ଅନୁଯାୟୀ ସମସ୍ତ ସମୁଦ୍ରର ଶବ୍ଦ ମଧ୍ୟ ଅଲଗା । ଉଦାହରଣ ସ୍ୱରୂପ ଭାରତ ମହାସାଗର ଅତ୍ୟନ୍ତ ଅଶାନ୍ତ ହୋଇଥିବା ବେଳେ ପ୍ରଶାନ୍ତ ମହାସାଗର ଅପେକ୍ଷାକୃତ ଶାନ୍ତ ବୋଲି ବିବେଚନା କରାଯାଏ । ଏହି ଉଭୟ ସମୁଦ୍ରର ଶବ୍ଦ ମଧ୍ୟ ଭିନ୍ନ ଭିନ୍ନ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସମୁଦ୍ରର ଶବ୍ଦ ମଧ୍ୟ ବହୁତ ଅଦ୍ଭୁତ ହୋଇଥାଏ ।

କେଉଁଠାରେ ସମୁଦ୍ର ଗର୍ଜନ କରିବା ଭଳି ଶବ୍ଦ ଶୁଣାଯାଏ ତ କେଉଁଠାରେ ଅତ୍ୟନ୍ତ ଶାନ୍ତ ଶବ୍ଦ ଶୁଣାଯାଇଥାଏ । ଏହି ସମୁଦ୍ର ଅନେକ ରହସ୍ୟରେ ପରିପୂର୍ଣ୍ଣ ଏହାର ଗଭୀରତା କେତେ ଅଧିକ ତା’ର ଆକଳନ ତ ଆଜି ପର୍ଯ୍ୟନ୍ତ କେହି କରିପାରିନାହାନ୍ତି । ତେବେ ଦୀର୍ଘ ଦିନର ଅନୁସନ୍ଧାନ ପରେ ବୈଜ୍ଞାନିକମାନେ ସମୁଦ୍ରରୁ ଆସୁଥିବା ଶବ୍ଦର ରହସ୍ୟ ଖୋଜି ବାହାରକରିଛନ୍ତି । ଧ୍ୱନି ରେକର୍ଡର ସାହାଯ୍ୟରେ ଜଣାପଡିଛି ଏହି ଶବ୍ଦ ସମୁଦ୍ରଗର୍ଭରୁ ଆସିଥାଏ । ଏହା ଜରୁରୀ ନୁହେଁ ସମୁଦ୍ରରୁ ଯେଉଁ ଶବ୍ଦ ଆସେ ତାହା ଲହରୀ କିମ୍ବା ପବନର ହୋଇଥାଏ ବେଳେବେଳେ ଏହି ଶବ୍ଦ ସେହି ଲକ୍ଷ ଲକ୍ଷ ସାମୁଦ୍ରିକ ଜୀବ ଜନ୍ତୁଙ୍କର ମଧ୍ୟ ହୋଇଥାଏ ।

ଯାହାର ଶବ୍ଦ ଖୁବ ଦୂର ପର୍ଯ୍ୟନ୍ତ ଶୁଣିବାକୁ ମିଳିଥାଏ । ଅନେକ ଥର ପକ୍ଷୀମାନଙ୍କର ଶବ୍ଦ ସମୁଦ୍ର ତରଙ୍ଗ ସହ ଧକ୍କା ହୋଇ ଏକ ନୂତନ ଧ୍ୱନି ସୃଷ୍ଟି କରିଥାଏ । ଏହି ଭଳି ଭାବେ ଅନେକ ଜିନିଷର ମିଶ୍ରଣରେ ଏହି ସାମୁଦ୍ରିକ ଶବ୍ଦ ସୃଷ୍ଟି ହୋଇଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସମୁଦ୍ରର ଗଭୀରତା ଏତେ ଅଧିକ ଯେ ଏହାର କିଛି ସ୍ଥାନରେ ଭୟଙ୍କର ଖରା ହେଉଥିବା ସମୟରେ ମଧ୍ୟ ଅନ୍ଧକାର ରହିଥାଏ ଏବଂ ସେହି ସ୍ଥାନର ତାପମାତ୍ରା ୧ରୁ କମ ଡିଗ୍ରୀ ସେଲସିୟଲ ରହିଥାଏ । ସେଥିପାଇଁ ଏହି ସ୍ଥାନକୁ ଯିବାକୁ ବୈଜ୍ଞାନିକମାନେ ମଧ୍ୟ ଭୟ କରନ୍ତି । ଏଭଳି ପରିସ୍ଥିତିରେ ସେ ଭିତରକୁ ଯାଇ ସମୁଦ୍ରର ଉପରେ ଅନୁସନ୍ଧାନ କରିବା କେବଳ କଷ୍ଟସାଧ୍ୟ ନୁହେଁ ବରଂ ଅସମ୍ଭବ । ପ୍ରକୃତିର ରହସ୍ୟ ଭିନ୍ନ । ଏହାର ସମ୍ପୂର୍ଣ୍ଣ ଭାବେ ଅନୁସନ୍ଧାନ ମନୁଷ୍ୟ ପକ୍ଷେ କେବେ ବି ସମ୍ଭବ ନୁହେଁ ।

Srujanika Panda

Recent Posts

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତ, ଦୁଃଖ ବ୍ୟକ୍ତ କଲେ ସିଏମ୍‌ ଯୋଗୀ

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି…

2 mins ago

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

16 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

22 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

52 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

60 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago