ସ୍ପେଶାଲ

ବୁଲେଟ ଟ୍ରେନର ସ୍ପୀଡ ଥିଲା ଘଣ୍ଟା ପ୍ରତି ୧୫୦ କିମି, ସିଟ ଛାଡ଼ି ପରିସ୍ରା ଚାଲିଗଲେ ଡ୍ରାଇଭର, ଆଉ ତା’ପରେ…

ଜାପାନକୁ ଏହାର ବୁଲେଟ ଟ୍ରେନ ପାଇଁ ବି ଜଣାଯାଇଥାଏ। ଏଠାରେ ଅତ୍ୟାଧୁନିକ ଟେକ୍ନୋଲୋଜିରେ ତିଆରି ହୋଇଥିବା ବୁଲେଟ ଟ୍ରେନ ବହୁତ କ୍ଷୀପ୍ର ଗତିରେ ଚାଲିଥାଏ। ଏମିତିରେ ଏହି ଟ୍ରେନକୁ ବହୁତ ସାବଧାନତାର ସହ ଚଲା ଯାଇଥାଏ। କିନ୍ତୁ ନିକଟରେ ଘଟିଥିବା ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।

ଜଣାପଡିଛି, ଏଠାରେ ଏକ ବୁଲେଟ ଟ୍ରେନ ଘଣ୍ଟା ପ୍ରତି ୧୫୦ କିମି ବେଗରେ ଚାଲୁଥିଲା। ଏହାରି ଭିତରେ ଟ୍ରେନ ଡ୍ରାଇଭର କିଛି ସମୟ ପାଇଁ କ୍ୟାବିନ ଛାଡ଼ି ଟଏଲେଟ ଚାଲି ଯାଇଥିଲେ। ଆଉ ସେହି ସମୟରେ ଟ୍ରେନରେ ୧୬୦ ଲୋକ ଉପସ୍ଥିତ ଥିଲେ।

ରିପୋର୍ଟ ମୁତାବକ, N700S ନାମକ ଏହି ହାଇ ସ୍ପୀଡ ବୁଲେଟ ଟ୍ରେନ ଟୋକିଓ ଷ୍ଟେସନରୁ ସକାଳ ୭ଟା ୩୩ ମିନିଟରେ ଶିନ ଓସାକା ଅଭିମୁଖେ ବାହାରିଥିଲା। ଏହାର ଡ୍ରାଇଭର ୩୬ ବର୍ଷୀୟ ଥିଲେ ଏବଂ ଟ୍ରେନ ଚଲାଇବାରେ ତାଙ୍କର ୮ ବର୍ଷର ଅନୁଭବ ଥିଲା। ତେବେ ଡ୍ରାଇଭରଙ୍କୁ ଯେତେବେଳେ ପରିସ୍ରା ଲାଗିଥିଲା, ସେହି ସମୟରେ ସେ ଟ୍ରେନକୁ ପାଖ ଷ୍ଟେସନରେ ଅଟକାଇ ଆଉ ଅପେକ୍ଷା କରିପାରି ନ ଥିଲେ,  ଯାହା ଫଳରେ ସେ ଉପସ୍ଥିତ କଣ୍ଡକ୍ଟରଙ୍କୁ କ୍ୟାବିନର ଦାୟିତ୍ଵ ଦେଇ ଟଏଲେଟ ଚାଲି ଯାଇଥିଲେ।

ଏଥିରେ ସବୁଠୁ ଭୟର କଥା ଥିଲା କି, ଡ୍ରାଇଭର ଯେଉଁ କଣ୍ଡକ୍ଟରଙ୍କୁ କ୍ୟାବିନର ଦାୟିତ୍ବ ଦେଇଥିଲେ, ତାଙ୍କୁ ଟ୍ରେନ ଚଲାଇବା ଜଣା ନ ଥିଲା। ଯଦିଓ ଜାପାନରେ କିଛି କଣ୍ଡକ୍ଟରଙ୍କୁ ଟ୍ରେନ ଚଲାଇବାର ଲାଇସେନ୍ସ ମିଳିଥାଏ, କିନ୍ତୁ ଏହି କଣ୍ଡକ୍ଟରଙ୍କ ପାଖରେ ସେମିତି କିଛି ନ ଥିଲା। ତେବେ ସୌଭାଗ୍ୟବଶତଃ ଟ୍ରେନ କୌଣସି ଦୁର୍ଘଟଣାର ସମ୍ମୁଖୀନ ହୋଇ ନାହିଁ ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ସେପଟେ ଡ୍ରାଇଭର ଏହି ଘଟଣା ବିଷୟରେ କୌଣସି ବରିଷ୍ଠ ଅଧିକାରୀଙ୍କୁ ଜଣାଇ ନ ଥିଲେ। ଘଟଣାଟି ସେତେବେଳେ ସାମ୍ନାକୁ ଆସିଥିଲା, ଯେବେ ସେଣ୍ଟ୍ରାଲ କଣ୍ଟ୍ରୋଲ ରୁମ N700S ବୁଲେଟ ଟ୍ରେନ ୧ ମିନିଟ ବିଳମ୍ବରେ ଚାଲୁଥିବା ଦେଖିବାକୁ ପାଇଥିଲା। ଏହାପରେ ଜାପାନ ରେଲୱେ ଅଧିକାରୀ ସମ୍ପୃକ୍ତ ଡ୍ରାଇଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଦେଶ ଦେଇଛନ୍ତି। ଡ୍ରାଇଭର ବି ଏଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି।

Roshni

Recent Posts

ଏହି ସବୁ ଜୀବ ଘର ପାଇଁ ହୋଇଥାନ୍ତି ଅଶୁଭ, ଦେଇଥାନ୍ତି ବିପତ୍ତିର ସଙ୍କେତ

ଯେତେବେଳେ ବି ଆମେ କୌଣସି କାର୍ଯ୍ୟ କରିବା ପାଇଁ ବାହାରିଥାଉ, ଆମ ମୂଳ ଉଦ୍ଦେଶ୍ୟ ହୋଇଥାଏ ସେହି କାର୍ଯ୍ୟକୁ ସଂପୂର୍ଣ୍ଣ…

3 mins ago

ଗତକାଲି ଡ୍ୟୁଟି ସାରି ଘରକୁ ଫେରିଥିଲେ, ଆଜି ଡାକ୍ତରଙ୍କ ମିଳୁନି ପତ୍ତା

କାଲିମେଳା : ଘରେ ମୋବାଇଲ ଆଉ ବାଇକ୍ ଅଛି । ହେଲେ ଘରେ ନାହାଁନ୍ତି ଡାକ୍ତର ବାବୁ । ଗତକାଲି…

16 mins ago

ନାକରେ ଟାଇପିଂ କରି ହାସଲ କଲେ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ, ଚାରିଆଡ଼େ ହେଉଛି ଚର୍ଚ୍ଚା

ଅନେକ ଲୋକ ଏପରି ଅଛନ୍ତି ଯେଉଁମାନଙ୍କ ଟାଇଫିଂ ସ୍ପିଡ୍‌ ବହୁତ ଅଧିକ ରହିଥାଏ । ଆପଣ ବି କେବେ ନା…

30 mins ago

ନାବାଳିକା ସହ ଦୁଷ୍କର୍ମ ପରେ ମାରିଦେବା ଅଭିଯୋଗ, ଜଙ୍ଗଲରୁ ମୃତଦେହ ଜବତ

ମୟୂରଭଞ୍ଜ : ନାବାଳିକା ସହ ଦୁଷ୍କର୍ମ ପରେ ମାରିଦେବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଥାନାରେ ଅଟକ । ଘଟଣା…

33 mins ago

ଷଷ୍ଠ ଥର ନବୀନ ସରକାର, ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ ବହୁମତ

ଭୁବନେଶ୍ୱର : ଷଷ୍ଠ ଥର ନବୀନ ସରକାର । ଓଡ଼ିଶା ଗଣମାଧ୍ୟମ ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ…

56 mins ago

ଜୁନ ୨୦ରେ ଲଞ୍ଚ ହେବାକୁ ଯାଉଛି Realme GT 6, ଡିଜାଇନ୍ ଦେଖିଲେ କହିବେ ‘Wow’

ଗତ ମାସରେ ଭାରତରେ Realme GT 6T ଲଞ୍ଚ କରାଯାଇଥିଲା । ରିୟଲମି ଚଳିତ ମାସରେ ଜିଟି ସିରିଜର ଆଉ…

1 hour ago