ସ୍ପେଶାଲ

ହୋର୍ମୁଜ ଆଇଲ୍ୟାଣ୍ଡ! ଯେଉଁଠି ଲୋକେ ଖାଦ୍ୟରେ ମସଲା ନୁହେଁ, ବରଂ ମାଟି ଓ ବାଲି ବ୍ୟବହାର କରି ଥାଆନ୍ତି; ଜାଣନ୍ତୁ କାହିଁକି

ଭାରତ ନିଜର ନିଆରା ଖାଦ୍ୟପେୟ ପାଇଁ ବେଶ୍‌ ପ୍ରସିଦ୍ଧ। ଏଠାକାର ଲୋକେ ଅନେକ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇ ଥାଆନ୍ତି। ଆଉ ସେଗୁଡିକୁ ଆହୁରି ସ୍ୱାଦିଷ୍ଟ କରିଥାଏ ଏଠାରେ ମିଳୁଥିବା ବିଭିନ୍ନ ପ୍ରକାରର ମସଲା। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଦୁନିଆରେ ଏମିତି ବି ଏକ ସ୍ଥାନ ଅଛି, ଯେଉଁଠି ଲୋକେ ଖାଦ୍ୟରେ ମସଲା କି ଲୁଣ ନୁହେଁ, ବରଂ ସେଠାକାର ବାଲି ଓ ମାଟି ବ୍ୟବହାର କରି ଥାଆନ୍ତି? ଏହା ଶୁଣିବା ଆପଣଙ୍କ ପାଇଁ ବେଶ୍‌ ଆଶ୍ଚର୍ଯ୍ୟଜନକ ହୋଇ ପାରେ, କିନ୍ତୁ ଘଟଣାଟି ପୂରା ସତ।

ଇରାନରେ ଏକ ଅଦ୍ଭୁତ ଦ୍ୱୀପ ଅଛି, ଯାହାର ନାଁ ‘ହୋର୍ମୁଜ ଆଇଲ୍ୟାଣ୍ଡ’। ଏହାକୁ ରେନବୋ ଆଇଲ୍ୟାଣ୍ଡ ମଧ୍ୟ କୁହାଯାଇଥାଏ, କାହିଁକି ନା, ଏଠାକାର ମାଟି ଓ ବାଲି ରଙ୍ଗିନ। ଏପରି କି, ପାହାଡ଼, ପର୍ବତଗୁଡିକ ମଧ୍ୟ ଇନ୍ଦ୍ରଧନୁ ପରି ନଜର ଆସିଥାଏ। କିନ୍ତୁ ଏହା ବ୍ୟତୀତ ଏହି ଦ୍ୱୀପ ଏବଂ ଏଠାକାର ଲୋକେ ଆଉ ଏକ କାରଣ ପାଇଁ ମଧ୍ୟ ବେଶ୍‌ ପ୍ରସିଦ୍ଧ ରହିଛନ୍ତି। ବାସ୍ତବରେ, ହୋର୍ମୁଜ ଆଇଲ୍ୟାଣ୍ଡର ଲୋକମାନେ ସେମାନଙ୍କ ଖାଦ୍ୟରେ ଲୁଣ କି ମସଲା ବ୍ୟବହାର କରନ୍ତି ନାହିଁ, ବରଂ ସେମାନେ ଏହି ସ୍ଥାନର ମାଟି ଓ ବାଲି ଖାଦ୍ୟରେ ପକାନ୍ତି। ଆଶ୍ଚର୍ଯ୍ୟକର କଥା, ଏହି ଲୋକମାନେ ଏହାକୁ ଅତି ସଉକରେ ମଧ୍ୟ ଖାଇ ଥାଆନ୍ତି।

ଏବେ ପ୍ରଶ୍ନ ଉଠୁଛି ଯେ ଲୋକମାନେ ମାଟି ଓ ବାଲି କାହିଁକି ପକାଇ ଥାଆନ୍ତି? କ’ଣ ଏହାଦ୍ୱାରା ସେମାନଙ୍କ ଶରୀର ଉପରେ କୌଣସି କ୍ଷତି ହେଉ ନାହିଁ? ଆପଣଙ୍କୁ କହି ରଖୁଛୁ କି, ଏଠାକାର ମାଟି ଓ ବାଲିରେ ଲୁଣ, ଆଇରନ ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥ ପ୍ରଚୁର ମାତ୍ରାରେ ରହିଛି। ଏ ସମସ୍ତ ଖଣିଜ ପଦାର୍ଥ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହି କାରଣରୁ ଲୋକମାନେ ମାଟି ଓ ବାଲି ବ୍ୟବହାର କରି ଥାଆନ୍ତି। ଖାଦ୍ୟରେ ପକାଇବା ପୂର୍ବରୁ ଏହାକୁ ଭଲ ଭାବରେ ସଫା କରାଯାଏ ଏବଂ ପରେ ଖାଦ୍ୟରେ ପକାଯାଇଥାଏ।

ଏହି ସ୍ଥାନର ଅନେକ ବ୍ୟଞ୍ଜନ ବହୁତ ଫେମସ୍‌ ହୋଇଥାଏ। କିନ୍ତୁ ମାଛରୁ ପ୍ରସ୍ତୁତ ଡିସ୍ ବହୁତ ଖାସ୍‌ ହୋଇଥାଏ। ଏଠାକାର ମଧୁର ଜଳରୁ ମାଛ ଧରାଯାଏ। ସାର୍ଡାଇନ୍ସ, କିଲ୍କା ଓ ମୋମାଘ ହେଉଛନ୍ତି ଏଠାକାର ମୁଖ୍ୟ ମାଛ। ଏଗୁଡିକୁ ଭଲ ଭାବରେ ସଫା କରାଯିବା ପରେ କମଳା ଚୋପା ସହିତ ମ୍ୟାରିନେଟ୍ କରାଯାଏ। ଏହାପରେ ବାଲି ଓ ମାଟିରୁ ପ୍ରସ୍ତୁତ ଖାସ୍‌ ମସଲାରେ ଲେପ ଦିଆଯାଇ ଖରାରେ ଦୁଇ ଦିନ ପାଇଁ ଛାଡ଼ି ଦିଆଯାଇଥାଏ। ଏହାପରେ ଏଠାକାର ସବୁଠାରୁ ପ୍ରସିଦ୍ଧ ଖାଦ୍ୟ ‘ସୁରାଘ’ ପ୍ରସ୍ତୁତ ହୋଇଥାଏ। ସମଗ୍ର ବିଶ୍ୱରେ ଏହି ଡିସ୍‌ ବହୁତ ଫେମସ୍‌ ରହିଛି। ଏଠାରେ ପର୍ବତରେ ମଧ୍ୟ ଲୁଣ ରହିଛି, ତେଣୁ ଲୋକମାନେ ଅଲଗା ଭାବରେ ଲୁଣ ବ୍ୟବହାର କରନ୍ତି ନାହିଁ।

Roshni

Recent Posts

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

29 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

32 mins ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

50 mins ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

53 mins ago

କ୍ରିକେଟ୍‌ ଜଗତରେ ଶୋକର ଛାଇ, ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ଦେହାନ୍ତ

ଭାରତର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା କର୍ଣ୍ଣାଟକର ଡାହାଣହାତୀ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ୫୨ ବର୍ଷ ବୟସରେ ଦେହାନ୍ତ…

1 hour ago

ପ୍ରତିଦିନ ଜଣେ ବ୍ୟକ୍ତି କେତେ ପରିମାଣର ଫାଇବର ଖାଇବା ଉଚିତ?

ଶରୀରକୁ ସୁସ୍ଥ ରଖିବା ପାଇଁ କେବଳ ଭିଟାମିନ୍ ଏବଂ ମିନେରାଲ୍ସ ନୁହେଁ ବରଂ ପ୍ରଚୁର ଫାଇବର ମଧ୍ୟ ଆବଶ୍ୟକ ।…

1 hour ago