କ୍ରୀଡା

୧୪୫ ବର୍ଷ ଇତିହାସରେ ପ୍ରଥମ ଥର, ଗୋଟେ ମ୍ୟାଚରେ କୌଣସି ଟିମ୍‌ର ସମସ୍ତ ୨୦ ବ୍ୟାଟସମ୍ୟାନ ହୋଇଛନ୍ତି କ୍ୟାଚ୍‌ ଆଉଟ୍‌

ଭାରତ ଏବଂ ସାଉଥ୍‌ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା କେପଟାଉନ୍‌ ଟେଷ୍ଟରେ ଓ୍ଵିକେଟ କିପର ଋଷଭ ପନ୍ତ ଚମତ୍କାର ଶତକ ହାସଲ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଯେତେବେଳେ ଭାରତୀୟ ଦଳ ଦ୍ବିତୀୟ ଇନିଂସରେ ସଂଘର୍ଷ କରୁଥିଲା, ପନ୍ତ ଏକାକୀ କ୍ରିଜ୍‌ରେ ଲଢିଥିଲେ । ଶେଷ ପର୍ଯ୍ୟନ୍ତ ପଡିଆରେ ଧୌର୍ଯ୍ୟର ସହ ବ୍ୟାଟିଂକରି ଅପରାଜିତ ଶତକ ହାସଲ କରିଥିଲେ । ଯାହା ଫଳରେ ଭାରତ ଏକ ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଥିଲା । ମ୍ୟାଚର ତୃତୀୟ ଦିନରେ ଏମିତି ଏକ ବିଶ୍ୱ ରେକର୍ଡ ହୋଇଥିଲା, ଯାହା ଟେଷ୍ଟ କ୍ରିକେଟରେ ୧୪୫ ବର୍ଷ ଇତିହାସରେ ମଧ୍ୟ କେବେ ହୋଇନଥିଲା।

ତୃତୀୟ ଦିନରେ ଭାରତ ଦ୍ଵିତୀୟ ଇନିଂସରେ ୧୯୮ ରନରେ ଅଲଆାଉଟ୍ ହୋଇଥିଲା। ଏଥିସହ ଭାରତ ଦକ୍ଷିଣ ଆଫ୍ରିକା ସାମ୍ନାରେ ୨୧୨ ରନର ବିଜୟ ଲକ୍ଷ୍ୟ ରଖିଥିଲା। ଭାରତ ତରଫରୁ ଯଶପ୍ରୀତ ବୁମରା ଶେଷ ବ୍ୟାଟସମ୍ୟାନ ଭାବେ କ୍ୟାଚ୍ ଆଉଟ୍ ହୋଇଥିଲେ। ଏହି କ୍ୟାଚ୍ ସହିତ ଭାରତ ନାମରେ ଏକ ଅଲୋଡା ରେକର୍ଡ ହୋଇ ଯାଇଛି।

ପ୍ରଥମ ଥର କୌଣସି ଦଳର ସମସ୍ତ ୨୦ ବ୍ୟାଟସମ୍ୟାନ କ୍ୟାଚ୍ ଆଉଟ୍ ହୋଇଛନ୍ତି। ଏହା ପୂର୍ବରୁ ୫ ଥର କୌଣସି ଦଳର ୧୯ ଖେଳାଳି କ୍ୟାଚ୍ ଆଉଟ୍ ହୋଇଥିଲେ। ମାତ୍ର ପ୍ରଥମ ଥର କୌଣସି ଦଳର ସମସ୍ତ ୨୦ ବ୍ୟାଟସମ୍ୟାନ କ୍ୟାଚ୍ ଆଉଟ୍ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତର ସମସ୍ତ ୧୦ ବ୍ୟାଟସମ୍ୟାନ କ୍ୟାଚ୍ ଆଉଟ୍ ହୋଇଥିବା ବେଳେ ଦ୍ଵିତୀୟ ଇନିଂସରେ ବି ଏହାର ପୁନରାବୃତ୍ତି ଘଟିଥିଲା।

ଟିମ୍‌ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିନଥିଲା କିନ୍ତୁ ଟେଷ୍ଟ କ୍ୟାରିୟରରେ ପନ୍ତଙ୍କର ଏହା ଚତୁର୍ଥ ଶତକ । ୧୩୯ ବଲ ଖେଳି ଚାପ‌ରେ ଥାଇ ମଧ୍ୟ ଅପରାଜିତ ଶତକ ହାସଲ କରିଥିଲେ ପନ୍ତ । ଯେଉଁଥିରେ ୪ଟି ଛକା ଏବଂ ୬ଟି ଚୌକା ମଧ୍ୟ ସାମିଲ ରହିଥିଲା।

ଏହି ଅପରାଜିତ ଶତକ ସହ ଋଷଭ ପନ୍ତ ଦକ୍ଷିଣ ଆଫ୍ରିକାରେ ଆଉ ଏକ ରେକର୍ଡ ମଧ୍ୟ ହାସଲ କରିଛନ୍ତି । ଭାରତୀୟ ଓ୍ବିକେଟ କିପର ଭାବେ ସେ ଧୋନୀଙ୍କୁ ପଛରେ ପକାଇ ସର୍ବାଧିକ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି । ପୂର୍ବରୁ ଭାରତୀୟ ଓ୍ବିକେଟ କିପର ଭାବେ ଦକ୍ଷିଣ ଆଫ୍ରିକା ମାଟିରେ ଦୀପ୍ ଦାସଗୁପ୍ତା ୬୩ ରନ କରିଥିବା ବେଳେ ମହେନ୍ଦ୍ର ସିଂହ ଧୋନୀ ୯୦ ରନ କରିଥିଲେ ।

Swagatika

Recent Posts

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ, କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ

ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି…

2 mins ago

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଘର

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ…

1 hour ago

ଘୋଷଣା ହେଲା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ସୂର୍ଯ୍ୟବଂଶୀଙ୍କୁ ଉଚ୍ଚଶିକ୍ଷା

କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ…

2 hours ago

ମୃତ ଝିଅର ନ୍ୟାୟ ପାଇଁ ଥାନା ବାରଣ୍ଡାରେ ନେହୁରା ହେଉଛି ମା

ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍‌ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ…

3 hours ago

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ । ଆହତ ଜେଟିପି ହେଉଛନ୍ତି ଲଷ୍ମୀଧର ଉପାଧ୍ୟାୟ…

3 hours ago

ବିଜୟଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ସହାୟତା ପାଇଁ କରୁଛନ୍ତି ନିବେଦନ

ବୌଦ୍ଧ : ଚାଲିବାକୁ ଏହି ବାଡି ଖଣ୍ଡିକ ହିଁ ସାହାରା । ତଥାପି ପାଖରେ କେହି ଜଣେ ନ ରହିଲେ…

3 hours ago