ଭାରତ ଏବଂ କାନାଡା ମଧ୍ୟରେ ଆଜି ଟି୨୦ ବିଶ୍ୱକପ ମ୍ୟାଚ ଖେଳାଯିବ । ଭାରତ ଟି୨୦ ବିଶ୍ୱକପରେ ୩ଟି ମ୍ୟାଚ ଜିତି ସୁପର-୮ରେ ସ୍ଥାନ ପକ୍କା କରିଛି । କାନାଡା ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇସାରିଛି । ଆଜିର ମ୍ୟାଚ କାନାଡାର ଟି୨୦ ବିଶ୍ୱକପରେ ଶେଷ ମ୍ୟାଚ । ଏହି ମ୍ୟାଚ ଜିତିଲେ ମଧ୍ୟ କାନାଡା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବ । ହେଲେ ରୋହିତ ବାହିନୀ ଅଜେୟ ହୋଇ ସୁପର-୮ରେ ପ୍ରବେଶ କରିବାକୁ ଇଚ୍ଛା ରଖିଛି । ଏହାରି ମଧ୍ୟରେ ଫ୍ଲୋରିଡାରେ ବର୍ଷା ଯୋଗୁଁ ମ୍ୟାଚକୁ ନେଇ ଆଶଙ୍କା ରହିଛି ।
ଭାରତ ସୁପର-୮ରେ ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନକୁ ଭେଟିବ । ତୃତୀୟ ଟିମ୍ ଫାଇନାଲ ହୋଇନାହିଁ । ସୁପର-୮ରେ ମୋଟ ଟି ଟିମ୍ ଖେଳିବ । ଏହାପରେ ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ ଖେଳାଯିବ ।
ଆଜି ଫ୍ଲୋରିଡାର ଲାଡରାହିଲର ସେଣ୍ଟ୍ରାଲ ବ୍ରେବୋର୍ଡ ରିଜନାଲ ପାର୍କ ଷ୍ଟାଡିୟମରେ ଭାରତ ଏବଂ କାନାଡା ମଧ୍ୟରେ ମ୍ୟାଚ ଖେଳାଯିବ । ଆଜିର ମ୍ୟାଚ ସନ୍ଧ୍ୟା ୮ଟାରେ ଖେଳାଯିବ । ଫ୍ଲୋରିଡାରେ ବର୍ଷା ଯୋଗୁଁ ଆଜିର ମ୍ୟାଚ ଉପରେ ପ୍ରଭାବ ପଡିପାରେ । ଫ୍ଲୋରିଡାରେ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖାଦେଇଛି । ଯାହାର ପ୍ରଭାବ ମ୍ୟାଚ ଉପରେ ପଡିପାରେ ବୋଲି ଅନୁମାନ କରାଯାଉଛି । ଫ୍ଲୋରିଡାଠାରେ ବର୍ଷା ବନ୍ଦ ହୋଇଯାଉ ଏବଂ ପ୍ରଶଂସକମାନେ କ୍ରିକେଟ୍ ଦେଖିବାର ସୁଯୋଗ ପାଆନ୍ତୁ ବୋଲି ଆଶା ରଖିଛନ୍ତି ।
ସମ୍ଭାବ୍ୟ ଭାରତୀୟ ଏକାଦଶ: ବିରାଟ କୋହଲି, ଯଶସ୍ୱୀ ଜୟସଓ୍ଵାଲ, ସଂଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଜସପ୍ରୀତ ବୁମରା, ଅର୍ଶଦୀପ ସିଂ, ମହମ୍ମଦ ସିରାଜ
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…
ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…
ଉଦ୍ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍ ମଙ୍ଗଳବାର ଭୁଶୁଡ଼ି…
କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…
ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…
ଭୁବନେଶ୍ୱର(କେନ୍ୟୁଜ୍): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…