Categories: ସ୍ପେଶାଲ

ମାଟି ତଳୁ ଉଦ୍ଧାର ହେଲା ଏକ ଏଭଳି ମମି ଯାହା ବିଷୟରେ ବୈଜ୍ଞାନିକମାନେ ଦେଲେ ସାଂଘାତିକ ସୂଚନା

ବିଭିନ୍ନ ସ୍ୱତନ୍ତ୍ରତା ଥିବା ଗାଁ ବିଷୟରେ ତ ସମସ୍ତେ ଶୁଣିଥିବେ କିନ୍ତୁ ଆଜି ଆମେ ଏକ ଏଭଳି ଗାଁ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଆଜି କାଲି ନୁହେଁ କାହିଁ କେଉଁ ଆଦିମ ଯୁଗରୁ ବାସ କରୁଛନ୍ତି କମ୍‌ ଉଚ୍ଚତା ବିଶିଷ୍ଟ ଲୋକ। ପ୍ରାୟ ୧୦୦ ବର୍ଷ ପୂର୍ବରୁ ଏହି ଗାଁରେ ବାମନମାନେ ବାସ କରୁଥିବା ନେଇ ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ସୂଚନା ମିଳିଛି।

ଇରାନ୍‌ସ୍ଥିତ ଏହି ଗାଁର ନାଁ ହେଉଛି ମାଖୁନିକ। ଇରାନ୍‌-ଆଫଗାନିସ୍ତାନ ସୀମାଠାରୁ ଏହି ଗାଁର ଦୂରତା ପ୍ରାୟ ୭୫ କିଲୋମିଟର। ଆଜି ବି ଏହି ଗାଁରେ ଗେଡ଼ା ଲୋକମାନେ ହିଁ ବାସ କରୁଛନ୍ତି। ବର୍ତ୍ତମାନ ଇରାନ୍‌ର ବାସିନ୍ଦାଙ୍କ ସାଧାରଣ ଉଚ୍ଚତା ଯେତିକି ଏଠାକାରୁ ଲୋକଙ୍କ ଉଚ୍ଚତା ତା’ଠାରୁ ୫୦ ସେଣ୍ଟିମିଟର କମ୍‌।

୨୦୦୫ ମସିହାରେ ମାଟି ଖୋଳିବା ବେଳେ ଏହି ଗାଁରୁ ଏକ ମମି ଉଦ୍ଧାର ହୋଇଥିଲା, ଯାହାର ଉଚ୍ଚତା ଥିଲା ମାତ୍ର ୨୫ ସେଣ୍ଟିମିଟର। ଏହି ମମି ଉଦ୍ଧାର ହେବା ପରେ ଏଠାରେ ପୂର୍ବରୁ ହିଁ କମ୍‌ ଉଚ୍ଚତାଯୁକ୍ତ ଲୋକ ବାସ କରୁଥିବା ନେଇ ସୂଚନା ମିଳିଛି। ତେବେ ଏହି ମମି ୪୦୦ ବର୍ଷ ତଳର କୌଣସି ଛୋଟ ଛୁଆର ହୋଇଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି।

ତେବେ ବାମନଙ୍କର ଏହି ଗାଁ ସହରୀ ଢାଞ୍ଚାଠାରୁ ବହୁତ ଦୂର ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛି। ଏଠାକୁ ଯିବା ଆସିବା କରିବାକୁ ଭଲ ରାସ୍ତା ଖଣ୍ଡେ ମଧ୍ୟ ନାହିଁ। ଏଠାକାର ନୁଆଁଣିଆ କମ୍‌ ଉଚ୍ଚା ଘର ହିଁ ଗାଁର ଲୋକ ଗେଡ଼ା ଥିବା ପ୍ରମାଣିତ କରୁଛି। ତେବେ ଏଠାରେ ଜୀବନ ନିର୍ବାହ କରିବା ପାଇଁ କୌଣସି ସୁବନ୍ଦୋବସ୍ତ ନଥିବାରୁ ଗାଁର ଲୋକେ ଇରାନ୍‌ ଆସି କାମ କରି ଚଳୁଥିବା ଜଣାଯାଇଛି।

WCW 11

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

48 seconds ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

3 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

9 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

18 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

18 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

36 mins ago