ସ୍ପେଶାଲ

ଚିଲ୍ଲ ରୂପରେ ଆସି ଝିଅର ବାହାଘରରେ ଯୋଗଦେଲେ ମୃତ ପିତା, ଚର୍ଚ୍ଚାରେ ଏହି ଘଟଣା

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାର ଏକ ଗାଁରେ ଦେଖିବାକୁ ମିଳିଛି ବିଚିତ୍ର ଘଟଣା । ଯାହାକୁ ଶୁଣି ଆପଣ ବି ଚକିତ ହୋଇଯିବେ । ଗାଁରେ ଚାଲିଥିବା ଗୋଟେ ବାହାଘରରେ ଯୋଗଦେଇଥିଲା ଚିଲ୍ଲ । ଯିଏ ବାହାଘରର ସମସ୍ତ ରୀତିରେ ଯୋଗ ଦେଇଥିବା ସହିତ କନ୍ୟାକୁ ଆଶୀର୍ବାଦ ମଧ୍ୟ ଦେଇଥିଲା । ଏହି ଘଟଣା ଏବେ ସବୁଠି ଚର୍ଚ୍ଚାରେ । ତେବେ ଉକ୍ତ ଚିଲ୍ଲଟିକୁ ସ୍ଥାନୀୟ ଲୋକମାନେ କନ୍ୟାର ପିତା ବୋଲି ବିଶ୍ୱାସ କରିବା ସହିତ ପରିବାର ଲୋକେ ଚିଲ୍ଲଟିକୁ ଖାଦ୍ୟ ଏବଂ ଜଳ ଦେଇ ସମ୍ମାନ ଦେଇଥିଲେ ।

ଖବର ମୁତାବକ, ଏହି ବିବାହଟି ରଞ୍ଜରା ଗ୍ରାମରେ ଅନୁଷ୍ଠିତ ହୋଇଥିଲା । ତେବେ ଗ୍ରାମବାସୀ କହିଛନ୍ତି କି, କନ୍ୟାର ମୃତ ପିତା ଚିଲ୍ଲ ରୂପରେ ଆସି ଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ । ସମାରୋହରେ ଚିଲ୍ଲଟି ଶାନ୍ତ ହୋଇ ବସି ରହି ବିବାହର ସମସ୍ତ ରୀତିନୀତିକୁ ଦେଖିଥିଲା । ଯାହାକୁ ଅତିଥିମାନେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ସୂଚନା ଥାଉକି, ବିବାହ ପୂର୍ବରୁ ଏକ ଦୁର୍ଭାଗ୍ୟଜନକ ଦୁର୍ଘଟଣାରେ ଦାମୋହ ଜିଲ୍ଲା ଅବାନା ଗାଁର ତଲାଇୟା ନିକଟରେ କନ୍ୟାର ପିତା ଜଲାମ ସିଂ ଲୋଡିଙ୍କର ମୃତ୍ୟୁ ହୋଇଥିଲା । ଏପ୍ରିଲ ୨୧ରେ ଝିଅ ଇମର୍ତ୍ତୀଙ୍କ ବିବାହ ସ୍ଥିର ହୋଇସାରିଥିବାରୁ ବର ଏବଂ କନ୍ୟା ପରିବାର ଏକ ମନ୍ଦିରରେ ସାଧାରଣ ଭାବେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଗାଁର ଚଣ୍ଡି ମାତା ମନ୍ଦିରରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

କନ୍ୟାର ପରିବାର ସଦସ୍ୟ ଯାହାଙ୍କ ନା ଗଣେଶ ଲୋଡି ସେ କହିଛନ୍ତି ଯେ, ବିବାହ ଦିନ ସକାଳେ ଯେତେବେଳେ ଜଲାମ ସିଂ ଲୋଡିଙ୍କ ଅସ୍ତିକୁ ବିସର୍ଜନ କରି ଫେରିଥିଲେ ତ ସେହି ସମୟରେ ଏକ ଚିଲ୍ଲ ଆସି ଘରର ଛାତ ଉପରେ ବସିଥିଲା । ତା’ପରେ ଚିଲ୍ଲଟି କନ୍ୟାର ମା’ଙ୍କ ନିକଟରେ ପହଞ୍ଚି ତାଙ୍କ କୋଳରେ ବସିଥିଲା । ଚିଲ୍ଲଟି ଭୋକିଲା ଥିବ ଭାବି ସେ ତାକୁ ଖାଦ୍ୟ, କ୍ଷୀର ଏବଂ ପାଣି ଦିଆଯାଇଥିଲା । ଏହି ସମୟ ଭିତରେ କିନ୍ତୁ ଚିଲ୍ଲଟି ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ କୌଣସି ବି କ୍ଷତି ପହଁଚାଇନଥିଲା , ଏବଂ ଗ୍ରାମବାସୀ ମଧ୍ୟ ପକ୍ଷୀକୁ ଭଲପାଇବା ଦେବା ସହିତ ତାର ଯତ୍ନ ନେଇଥିଲେ।

ପରିବାର ଲୋକେ ଯେତେବେଳେ ବିବାହ ପାଇଁ ମନ୍ଦିରକୁ ଯିବାକୁ ବାହାରିଥିଲେ, ସେତିକିବେଳେ ଚିଲ୍ଲଟି ଜଣଙ୍କ କାନ୍ଧରେ ବସି ବିବାହ ସ୍ଥଳରେ ଯାଇ ପହଞ୍ଚିଥିଲା ବୋଲି ଗଣେଶ ଲୋଡି କହିଛନ୍ତି । ବେଦୀ ନିକଟରେ ଏକ ଚେୟାରରେ ବସି ଚିଲ୍ଲଟି ପୁରା ବିବାହକୁ ଦେଖିଥିଲା ।

ବିବାହ ସରିବା ପରେ ଚିଲ୍ଲଟି ଉଡି କନ୍ୟାର ମୁଣ୍ଡରେ ଆସି ବସିବା ସହିତ ଡେଣା ମାରିବା ଆରମ୍ଭ କରିଥିଲା । ଲାଗୁଥିଲା ସତେ ଯେପରି ସେ କନ୍ୟାକୁ ଆଶୀର୍ବାଦ ଦେଉଛି । ଗଣେଶ ଲୋଡି କହିଛନ୍ତି ଯେ, ସମସ୍ତ ବିବାହ ରୀତିନୀତିରେ ସରିବା ପରେ ଚିଲ୍ଲଟି ସେଠାରୁ ଉଡ଼ି ଯାଇ ହଠାତ୍ ଅଦୃଶ୍ୟ ହୋଇଯାଇଥିଲା । ତେବେ ଫଇଲ୍ମ କାହାଣୀ ଠାରୁ କିଛି କମ୍ ଲାଗୁନଥିବା ଏହି କାହାଣି କିନ୍ତୁ ବାସ୍ତବରେ ସତ ଘଟଣା । ଯେଉଁ ଘଟଣା ଏବେ ଗ୍ରାମବାସୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

Sonalisa

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

1 hour ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

4 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

4 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

4 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

5 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

5 hours ago