ସ୍ପେଶାଲ

ଦୁନିଆର ସବୁଠାରୁ ବଡ ଚକୋଲେଟ ମ୍ୟୁଜିୟମ, ଯେଉଁଠାରେ ନିଜେ ଚକୋଲେଟ ପ୍ରସ୍ତୁତ କରିପାରିବେ ଭ୍ରମଣକାରୀ

ଆମ୍ଭେମାନେ ଅନେକ ପ୍ରକାର ମ୍ୟୁଜିୟମ ବିଷୟରେ ଶୁଣିଥିବେ କିମ୍ବା ଦେଖିଥିବେ,କିନ୍ତୁ କେବେ ଆପଣ ଚକୋଲେଟ ମ୍ୟୁଜିୟମ ବିଷୟରେ ଶୁଣିଛନ୍ତି କି ? ଏପରି ଏକ ଚକୋଲେଟ ମ୍ୟୁଜିୟମ ରହିଛି ସ୍ୱିଜରଲ୍ୟାଣ୍ଡର ଜ୍ୟୁରିକ ସହରରେ । ଯାହା ୧୩ ସେପ୍ଟେମ୍ବରରୁ ସମସ୍ତଙ୍କ ପାଇଁ ଖୋଲାଯାଇଛି।

୬୫,୦୦୦ ବର୍ଷ ଫୁଟ ଅଞ୍ଚଳରେ ନିର୍ମିତ ଏହି ଚକୋଲେଟ ମ୍ୟୁଜିୟମର ନାମ ଲିଣ୍ଟ ହୋମ ଅଫ ଚକୋଲେଟ ରହିଛି। ଏହି ସ୍ୱତନ୍ତ୍ର ମ୍ୟୁଜିୟମ ଭିତରେ ସବୁ ଜିନିଷ ଚକୋଲେଟରେ ପ୍ରସ୍ତୁତ କରାଯାଇଛି। କେବଳ ଏତିକି ନୁହେଁ, ଏହି ମ୍ୟୁଜିୟମରେ ୩୦ ଫୁଟ ଉଚ୍ଚ ଫାଉଣ୍ଟେନ ରହିଛି, ଯାହା ଆକର୍ଷଣର ପ୍ରମୁଖ କେନ୍ଦ୍ରବିନ୍ଦୁ ରହିଛି। ଏହି ମ୍ୟୁଜିୟମ ନିଜ ଭିତରେ ସ୍ୱତନ୍ତ୍ର। ଏହା ଭିତରେ ଦୁନିଆର ସବୁଠାରୁ ବଡ ଲିଣ୍ଟ ଚକୋଲେଟ ଦୋକାନ ରହିଛି। ଯାହାର ଉଦ୍‌ଘାଟନ ଲୋକପ୍ରିୟ ଟେନିସ ଖେଳାଳି ରୋଜର ଫେଡରର କରିଥିଲେ।

ବିଶ୍ୱରେ ଚକୋଲେଟର ରାଜଧାନୀ ଭାବେ ଜ୍ୟୁରିକ ସହର ବେଶ ଜଣାଶୁଣା। କୁହାଯାଏ, ଏହି ସହରରେ ଉତ୍ପାଦିତ ହେଉଥିବା ଚକୋଲେଟ ସବୁଠାରୁ ଭଲ କ୍ୱାଲିଟି ଏବଂ ସ୍ୱାଦିଷ୍ଟ ରହିଥାଏ। ସ୍ୱିସ ଚକୋଲେଟ୍‌ ପ୍ରସ୍ତୁତି ହେବାରେ ଇତିହାସ ଜାଣିବା ପାଇଁ ଏହି ମ୍ୟୁଜିୟମକୁ ଅନେକ ଲୋକ ଆସନ୍ତି।

ଏହି ଅଦ୍ଭୁତ ମ୍ୟୁଜିୟମକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ଫେରିବା ସମୟରେ କିଛି ନା କିଛି ଉପହାର ଘରକୁ ନେଇ ଯାଆନ୍ତି। ଏହାଛଡା ଏଠାରେ ଥିବା ଚକୋଲେଟେରିଆରେ ଲୋକଙ୍କୁ ନିଜ ହାତରେ ଚକୋଲେଟ ପ୍ରସ୍ତୁତ କରିବା ପାଇଁ ସୁଯୋଗ ମିଳିଥାଏ। ଏହି ମ୍ୟୁଜିୟମରେ କୋକୋ ବିନ୍ସ ଉତ୍ପାଦନର ଆରମ୍ଭ, ଚକୋଲେଟ ଉତ୍ପାଦନର ଇତିହାସର ଝଲକ ଦେଖିବାକୁ ମିଳିଥାଏ।

‘ଲିଣ୍ଟ ହୋମ ଅଫ ଚକୋଲେଟ’ରେ କ୍ୟାଫେଟେରିଆରେ ଭଳି ଚକୋଲେଟେରିଆ ମଧ୍ୟ ରହିଥାଏ। ଯେଉଁଠାରେ କଫି ଭଳି ଲୋକଙ୍କୁ ପସନ୍ଦ ଆସୁଥିବା ଚକୋଲେଟ ପ୍ରସ୍ତୁତ କରି ଦିଆଯାଏ।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago