Categories: ସ୍ପେଶାଲ

ପୃଥିବୀର ବିଚିତ୍ର ଏହି ସ୍ଥାନ ଯେଉଁଠାରେ ଜଳ ଥାଇ ମଧ୍ୟ ଜୀବନ ଅସମ୍ଭବ

ଆମେରିକାର ହାଓ୍ଵାଇ ୟୁନିଭରସିଟୀ ମୁତାବକ ପୃଥିବୀରେ ୮୭ ଲକ୍ଷ ଜୀବ-ଜନ୍ତୁ ପ୍ରଜାତି ବାସ କରିଥାନ୍ତି। କିନ୍ତୁ ଆପଣମାନେ ଜାଣିଛନ୍ତି କି ପୃଥିବୀରେ ଏଭଳି ଏକ ସ୍ଥାନ ରହିଛି ଯେଉଁଠାରେ ଗୋଟିଏ ଭି ପ୍ରଜାତିର ଚିହ୍ନ ବର୍ଣ୍ଣ ନାହିଁ। ୟୁରୋପିୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପୃଥିବୀର ଏହି ଭାଗରେ ଜଳ ରହିଛି କିନ୍ତୁ ଜୀବନର କୌଣସି ସମ୍ଭାବନା ନାହିଁ। ଏଠାରେ ଥଣ୍ଡା ସମୟରେ ଅଧିକତମ ତାପମାନ ୪୫ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ଚାଲିଯାଇଥାଏ। ନେଚର ଇକୋଲୋଜି ଆଣ୍ଡ ଇଭୋଲ୍ୟୁସନ ମାଗାଜିନ୍‌ ରେ ପ୍ରକାଶିତ ରିସର୍ଚ୍ଚ ଅନୁସାରେ ବିଶେଷଜ୍ଞଙ୍କ କହିବାନୁଯାୟୀ ଇଥିୟୋପିୟାରେ ଅବସ୍ଥିତ ବାତାବରଣ ମଙ୍ଗଳ ଗ୍ରହ ସହ ମିଶିଥାଏ।

ଅଧ୍ୟୟନରୁ ଜାଣିବାକୁ ମିଳିଛି ଇଥିଓପିୟାର ଡେଲୋଲର ଜିୟୋ-ତର୍ମଲ କ୍ଷେତ୍ରର ଗରମ, ଖାରା, ଏସିଡି ପୋଖରୀରେ ଜୀବନ ଅସମ୍ଭବ। ଏହି ପୋଖରୀରେ ସୁକ୍ଷ୍ମ ଜୀବ ପର୍ଯ୍ୟନ୍ତ ନୁହେଁ ବରଂ ଏଠାର ପାଣି, ପବନ ଏବଂ ବାତାବରଣରେ ଏସିଡ, ଲୁଣ ଏବଂ ବିଷ ଭଳି ଗ୍ୟାସ ଅଧିକ ରହିଛି। ଏହି ସ୍ଥାନର ପିଏଚ ଭାଲ୍ୟୁ ନିଗେଟିଭ ରହିଛି। ଏହିକାରଣରୁ ମଧ୍ୟ ଏଠାରେ ଜୀବନର ସମ୍ଭାବନା ନାହିଁ। ଏହା ପୃଥିବୀର ସବୁଠାରୁ ଭୟଙ୍କର ଏବଂ ଖରାପ ବାତାବରଣ। ଏହା ମ୍ୟାଗ୍ନେସିୟମ ବହୁତାୟତରେ ମିଳିଥାଏ। ଏଠାରେ ଅବସ୍ଥିତ ହ୍ରଦ ଭିତରେ ଛୋଟ ଛୋଟ ଜ୍ୱଳାମୁଖୀ ରହିଛି, ଯାହା ବର୍ଷସାରା ବିଷଧର ଗ୍ୟାସ ଏବଂ ରସାୟନ ବାହାର କରିଥାଏ। ଏହିକାରଣରୁ ଏଠାର ଭୂମି ରଙ୍ଗ ବିରଙ୍ଗ ହୋଇଯାଇଛି।

ଫ୍ରେଚ-ସ୍ପେନିସ୍‌ ବୈଜ୍ଞାନିକ ଟୀମ୍‌ କହିବାନୁଯାୟୀ ଏହି ସ୍ଥାନରେ ପୃଥିବୀର ତିନଟି କଣ୍ଟିନେର୍ଟାଲ ପ୍ଲେଟ ପରସ୍ପର ମଧ୍ୟରେ ଧକ୍କା ହୋଇଥାନ୍ତି। ଏହି କାରଣରୁ ପୃଥିବୀରୁ ଲାଭା ଏବଂ ଏସିଡ ମଧ୍ୟ ବାହାରକୁ ଆସିଥାଏ। ଏହି ସମୁଦ୍ର ସମୁଦ୍ରରୁ ପାଖାପାଖି ୩୩୦ ଫୁଟ୍‌ ତଳେ ଅବସ୍ଥିତ। ଯେତେବେଳେ ଖାରା ପାଣି ଜ୍ୱାଳାମୁଖୀରୁ ବାହାରୁଥିବା ଖଣିଜ ଏବଂ ଲାଭା ସହ ମିଳିଥାଏ ସେହି ସମୟରେ ଅନେକ ପ୍ରକାର ରଙ୍ଗ ସୃଷ୍ଟି ହୋଇଥାଏ। ଏସିଡ ପୋଖରୀରେ ଯେତେବେଳେ ସଲ୍ଫର ଏବଂ ଲୁଣ ପରସ୍ପର ମିଶିଥାନ୍ତି ସେହିସମୟରେ ପାଣି ହଳଦିଆ ରଙ୍ଗ ହୋଇଯାଇଥାଏ।

ଏହାସହ ପଢନ୍ତୁ: ଜାଲରେ ପଡିଲା ବିରଳ ପ୍ରଜାତିର ମାଛ, ଜାଣନ୍ତୁ କେତେ ଟଙ୍କାରେ ହେଲା ନିଲାମ

ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଏହି ସ୍ଥାନକୁ ଖୋଜି ବାହାର କରିବାର ଉଦେଶ୍ୟ ହେଉଛି ଜୀବନର ସମ୍ଭାବନାକୁ କମ କରିବାର କାରଣ ବିଷୟରେ ସୂଚନା ହାସଲ କରିବା। ସ୍ପେନିସ୍‌ ଫାଉଣେିଡସନ ଫର୍‌ ସାଇଂସ ଆଣ୍ଡ ଟେକ୍ନୋଲୋଜିର ବିଶେଷଜ୍ଞଙ୍କ କହିବାନୁଯାୟୀ ଏହା ପୃଥିବୀରେ ଅବସ୍ଥିତ ସବୁଠାରୁ ଗରମ ବାତାବରଣ ଭଳି କ୍ଷେତ୍ର ମଧ୍ୟରୁ ଅନ୍ୟତମ। ରିସର୍ଚ୍ଚର ସହଲେଖିକା ଲୋପେଜ ଗାର୍ସିୟାଙ୍କ କହିବା ଅନୁଯାୟୀ ପୂର୍ବ ଅନୁସନ୍ଧାନ ତୁଳନାରେ ଆମେ ଏଥର ଅଧିକ ନମୁନା ଚାଞ୍ଚ କରିଛୁ। ଏହାପରେ ଆମେ ଏହି ସ୍ଥାନରେ ପହଞ୍ଚି ଏହି ଖାରିଆ, ଗରମ ଏବଂ ଅଲ୍ଟ୍ଯା ଏସିହି ପୋଖରୀରେ ସୁକ୍ଷ୍ମ ଜୀବ ସମୃଦ୍ଧ ହେବାର ସମ୍ଭାବନା ମଧ୍ୟ ଶୂନ୍ୟ। ରିପୋର୍ଟ ଅନୁଯାୟୀ ପୂର୍ବରୁ ହୋଇଥିବା ଅନୁସନ୍ଧାନେରେ କୁହାଯାଇଥିଲା ଏଠାରେ ଜୀବନ ସମୃଦ୍ଧ ହୋଇପାରେ କିନ୍ତୁ ସମ୍ଭାବନା ଖୁବ୍‌ କମ ରହିଛି।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

17 seconds ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

9 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

18 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

18 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

35 mins ago