ପୃଥିବୀର ବିଚିତ୍ର ଏହି ସ୍ଥାନ ଯେଉଁଠାରେ ଜଳ ଥାଇ ମଧ୍ୟ ଜୀବନ ଅସମ୍ଭବ

ଆମେରିକାର ହାଓ୍ଵାଇ ୟୁନିଭରସିଟୀ ମୁତାବକ ପୃଥିବୀରେ ୮୭ ଲକ୍ଷ ଜୀବ-ଜନ୍ତୁ ପ୍ରଜାତି ବାସ କରିଥାନ୍ତି। କିନ୍ତୁ ଆପଣମାନେ ଜାଣିଛନ୍ତି କି ପୃଥିବୀରେ ଏଭଳି ଏକ ସ୍ଥାନ ରହିଛି ଯେଉଁଠାରେ ଗୋଟିଏ ଭି ପ୍ରଜାତିର ଚିହ୍ନ ବର୍ଣ୍ଣ ନାହିଁ। ୟୁରୋପିୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପୃଥିବୀର ଏହି ଭାଗରେ ଜଳ ରହିଛି କିନ୍ତୁ ଜୀବନର କୌଣସି ସମ୍ଭାବନା ନାହିଁ। ଏଠାରେ ଥଣ୍ଡା ସମୟରେ ଅଧିକତମ ତାପମାନ ୪୫ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ଚାଲିଯାଇଥାଏ। ନେଚର ଇକୋଲୋଜି ଆଣ୍ଡ ଇଭୋଲ୍ୟୁସନ ମାଗାଜିନ୍‌ ରେ ପ୍ରକାଶିତ ରିସର୍ଚ୍ଚ ଅନୁସାରେ ବିଶେଷଜ୍ଞଙ୍କ କହିବାନୁଯାୟୀ ଇଥିୟୋପିୟାରେ ଅବସ୍ଥିତ ବାତାବରଣ ମଙ୍ଗଳ ଗ୍ରହ ସହ ମିଶିଥାଏ।

EARTHଅଧ୍ୟୟନରୁ ଜାଣିବାକୁ ମିଳିଛି ଇଥିଓପିୟାର ଡେଲୋଲର ଜିୟୋ-ତର୍ମଲ କ୍ଷେତ୍ରର ଗରମ, ଖାରା, ଏସିଡି ପୋଖରୀରେ ଜୀବନ ଅସମ୍ଭବ। ଏହି ପୋଖରୀରେ ସୁକ୍ଷ୍ମ ଜୀବ ପର୍ଯ୍ୟନ୍ତ ନୁହେଁ ବରଂ ଏଠାର ପାଣି, ପବନ ଏବଂ ବାତାବରଣରେ ଏସିଡ, ଲୁଣ ଏବଂ ବିଷ ଭଳି ଗ୍ୟାସ ଅଧିକ ରହିଛି। ଏହି ସ୍ଥାନର ପିଏଚ ଭାଲ୍ୟୁ ନିଗେଟିଭ ରହିଛି। ଏହିକାରଣରୁ ମଧ୍ୟ ଏଠାରେ ଜୀବନର ସମ୍ଭାବନା ନାହିଁ। ଏହା ପୃଥିବୀର ସବୁଠାରୁ ଭୟଙ୍କର ଏବଂ ଖରାପ ବାତାବରଣ। ଏହା ମ୍ୟାଗ୍ନେସିୟମ ବହୁତାୟତରେ ମିଳିଥାଏ। ଏଠାରେ ଅବସ୍ଥିତ ହ୍ରଦ ଭିତରେ ଛୋଟ ଛୋଟ ଜ୍ୱଳାମୁଖୀ ରହିଛି, ଯାହା ବର୍ଷସାରା ବିଷଧର ଗ୍ୟାସ ଏବଂ ରସାୟନ ବାହାର କରିଥାଏ। ଏହିକାରଣରୁ ଏଠାର ଭୂମି ରଙ୍ଗ ବିରଙ୍ଗ ହୋଇଯାଇଛି।

EARTH-ଫ୍ରେଚ-ସ୍ପେନିସ୍‌ ବୈଜ୍ଞାନିକ ଟୀମ୍‌ କହିବାନୁଯାୟୀ ଏହି ସ୍ଥାନରେ ପୃଥିବୀର ତିନଟି କଣ୍ଟିନେର୍ଟାଲ ପ୍ଲେଟ ପରସ୍ପର ମଧ୍ୟରେ ଧକ୍କା ହୋଇଥାନ୍ତି। ଏହି କାରଣରୁ ପୃଥିବୀରୁ ଲାଭା ଏବଂ ଏସିଡ ମଧ୍ୟ ବାହାରକୁ ଆସିଥାଏ। ଏହି ସମୁଦ୍ର ସମୁଦ୍ରରୁ ପାଖାପାଖି ୩୩୦ ଫୁଟ୍‌ ତଳେ ଅବସ୍ଥିତ। ଯେତେବେଳେ ଖାରା ପାଣି ଜ୍ୱାଳାମୁଖୀରୁ ବାହାରୁଥିବା ଖଣିଜ ଏବଂ ଲାଭା ସହ ମିଳିଥାଏ ସେହି ସମୟରେ ଅନେକ ପ୍ରକାର ରଙ୍ଗ ସୃଷ୍ଟି ହୋଇଥାଏ। ଏସିଡ ପୋଖରୀରେ ଯେତେବେଳେ ସଲ୍ଫର ଏବଂ ଲୁଣ ପରସ୍ପର ମିଶିଥାନ୍ତି ସେହିସମୟରେ ପାଣି ହଳଦିଆ ରଙ୍ଗ ହୋଇଯାଇଥାଏ।

ଏହାସହ ପଢନ୍ତୁ: ଜାଲରେ ପଡିଲା ବିରଳ ପ୍ରଜାତିର ମାଛ, ଜାଣନ୍ତୁ କେତେ ଟଙ୍କାରେ ହେଲା ନିଲାମ

ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଏହି ସ୍ଥାନକୁ ଖୋଜି ବାହାର କରିବାର ଉଦେଶ୍ୟ ହେଉଛି ଜୀବନର ସମ୍ଭାବନାକୁ କମ କରିବାର କାରଣ ବିଷୟରେ ସୂଚନା ହାସଲ କରିବା। ସ୍ପେନିସ୍‌ ଫାଉଣେିଡସନ ଫର୍‌ ସାଇଂସ ଆଣ୍ଡ ଟେକ୍ନୋଲୋଜିର ବିଶେଷଜ୍ଞଙ୍କ କହିବାନୁଯାୟୀ ଏହା ପୃଥିବୀରେ ଅବସ୍ଥିତ ସବୁଠାରୁ ଗରମ ବାତାବରଣ ଭଳି କ୍ଷେତ୍ର ମଧ୍ୟରୁ ଅନ୍ୟତମ। ରିସର୍ଚ୍ଚର ସହଲେଖିକା ଲୋପେଜ ଗାର୍ସିୟାଙ୍କ କହିବା ଅନୁଯାୟୀ ପୂର୍ବ ଅନୁସନ୍ଧାନ ତୁଳନାରେ ଆମେ ଏଥର ଅଧିକ ନମୁନା ଚାଞ୍ଚ କରିଛୁ। ଏହାପରେ ଆମେ ଏହି ସ୍ଥାନରେ ପହଞ୍ଚି ଏହି ଖାରିଆ, ଗରମ ଏବଂ ଅଲ୍ଟ୍ଯା ଏସିହି ପୋଖରୀରେ ସୁକ୍ଷ୍ମ ଜୀବ ସମୃଦ୍ଧ ହେବାର ସମ୍ଭାବନା ମଧ୍ୟ ଶୂନ୍ୟ। ରିପୋର୍ଟ ଅନୁଯାୟୀ ପୂର୍ବରୁ ହୋଇଥିବା ଅନୁସନ୍ଧାନେରେ କୁହାଯାଇଥିଲା ଏଠାରେ ଜୀବନ ସମୃଦ୍ଧ ହୋଇପାରେ କିନ୍ତୁ ସମ୍ଭାବନା ଖୁବ୍‌ କମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.