ମହାରାଷ୍ଟ୍ର ମହାନାଟକରେ ଆସିଲା ମହାରାୟ, ଆସନ୍ତାକାଲି ସଂଧ୍ୟା ୫ଟା ପୂର୍ବରୁ ବିଧାନସଭାରେ ହେବ ବହୁମତ ପରୀକ୍ଷଣ

ମହାରାଷ୍ଟ୍ର : ମହାରାଷ୍ଟ୍ର ମହାନାଟକରେ ଆସିଲା ମହାରାୟ। ଆସନ୍ତାକାଲି ସଂଧ୍ୟା ୫ଟା ପୂର୍ବରୁ ବିଧାନସଭାରେ ହେବ ବହୁମତ ପରୀକ୍ଷଣ। ଆସ୍ଥାଭୋଟିଂ ଓ ବିଧାନସଭା କାର୍ଯ୍ୟର ସିଧାପ୍ରସାରଣ ପାଇଁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କାମଚଳା ବାଚସ୍ପତି ଓପନ ସିକ୍ରେଟ ବାଲାଟ ଜରିଆରେ ବହୁମତ ପରୀକ୍ଷା କରିବେ ବୋଲି ଜଷ୍ଟିସ ଏନଭି ରମନ୍ନା, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ସଞ୍ଜିବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ଦେଇଛନ୍ତି। ସଂଖ୍ୟାଗରିଷ୍ଠତାର ପ୍ରମାଣ ପୂର୍ବରୁ କାମଚଳା ବାଚସ୍ପତି ସମସ୍ତ ବିଧାୟକଙ୍କୁ ଶପଥ ପାଠ କରାଇବେ। ଆବଶ୍ୟକ ବିଧାୟକ ସଂଖ୍ୟା ନଥାଇ ଗତ ୨୪ତାରିଖ ସକାଳ ୮ଟାରେ ବିଜେପିର ଦେବେନ୍ଦ୍ର ଫଡନଭିସ ମୁଖ୍ୟମନ୍ତ୍ରୀ ଓ ଏନସିପି ନେତା ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାକୁ ବିରୋଧ କରି ଶିବସେନା, ଏନସିପି ଓ କଂଗ୍ରେସ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.