ସ୍ପେଶାଲ

ବହୁତ ଖାସ୍ ହେବ ୧୪ ଜାନୁଆରୀ! ରାତି ୮ଟା ୧୮ ମିନିଟ୍‌ ପର୍ଯ୍ୟନ୍ତ ରହୁଛି ରୋହିଣୀ ନକ୍ଷତ୍ରର ବିଶେଷ ସଂଯୋଗ, ଆରମ୍ଭ କରନ୍ତୁ କୌଣସି ବି ଶୁଭ କାମ…

ନୂଆ ବର୍ଷ ୨୦୨୨ର ପ୍ରଥମ ପର୍ବ ହେଉଛି ମକର ସଂକ୍ରାନ୍ତି। ଏହା ୧୪ ଜାନୁଆରୀରେ ପାଳନ କରାଯିବ। ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିର ବିଶେଷ ମହତ୍ତ୍ୱ ରହିଛି। ସୂର୍ଯ୍ୟ ଭଗବାନ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରିବାକୁ ମକର ସଂକ୍ରାନ୍ତି କୁହାଯାଏ। ଏହା ଉତ୍ତରାୟଣ ନାମରେ ମଧ୍ୟ ଜଣା ଯାଇଥାଏ। କୁହାଯାଏ ଯେ ଏହି ଦିନ ସୂର୍ଯ୍ୟ ଭଗବାନଙ୍କର ଉତ୍ତରାୟଣ ହୋଇଥାଏ। ଉତ୍ତର ଭାରତର ଅନେକ ସ୍ଥାନରେ ମକର ସଂକ୍ରାନ୍ତି ପର୍ବ ବଡ଼ ଧୁମ୍‌ଧାମରେ ପାଳନ କରାଯାଇଥାଏ। ସେପଟେ ଏହି ସମୟରେ ଆସାମରେ ବିହୁ ଏବଂ ଦକ୍ଷିଣରେ ପୋଙ୍ଗଲ ପର୍ବ ବି ପାଳନ କରାଯାଏ। ଜ୍ୟୋତିଷଙ୍କ ଅନୁସାରେ, ଏଥର ମକର ସଂକ୍ରାନ୍ତି ପର୍ବ ସ୍ୱତନ୍ତ୍ର ହେବାକୁ ଯାଉଛି। ବାସ୍ତବରେ, ଏହି ଦିନ କିଛି ବିଶେଷ ଯୋଗ ରହିଛି, ଯାହାକି ପର୍ବକୁ ଆହୁରି ଖାସ୍ କରିବ। ଆସନ୍ତୁ ଜାଣିବା, ଚଳିତ ବର୍ଷ ମକର ସଂକ୍ରାନ୍ତି କିଭଳି ଭାବେ ଖାସ୍ ରହିବ।

ଜ୍ୟୋତିଷଙ୍କ ମୁତାବକ, ଚଳିତ ବର୍ଷ ମକର ସଂକ୍ରାନ୍ତି ଶୁକ୍ରବାର ପଡ଼ୁଛି। ଏହି ଦିନ ରୋହିଣୀ ନକ୍ଷତ୍ରର ବିଶେଷ ସଂଯୋଗ ରହୁଛି। ଏହି ଦିନ ରୋହିଣୀ ନକ୍ଷତ୍ର ରାତି ୮ଟା ୧୮ ମିନିଟ୍ ପର୍ଯ୍ୟନ୍ତ ରହିବ। ଜ୍ୟୋତିଷ ଶାସ୍ତ୍ରରେ ରୋହିଣୀ ନକ୍ଷତ୍ରକୁ ଅତ୍ୟନ୍ତ ଶୁଭ ବୋଲି ଗଣାଯାଏ। ମକର ସଂକ୍ରାନ୍ତି ଦିନ ସ୍ନାନ, ଦାନ ଏବଂ ପୂଜା, ଉପାସନର ବିଶେଷ ଫଳ ମିଳିଥାଏ। ଏହା ବ୍ୟତୀତ ମକର ସଂକ୍ରାନ୍ତ ଦିନ ଆନନ୍ଦାଦୀ ଏବଂ ବ୍ରହ୍ମ ଯୋଗ ମଧ୍ୟ ରହିବ।

ଆନନ୍ଦାଦୀ ଏବଂ ବ୍ରହ୍ମ ଯୋଗ କ’ଣ

ଜ୍ୟୋତିଷଙ୍କ କହିବା ଅନୁସାରେ, କୌଣସି ବି ଶୁଭ କାର୍ଯ୍ୟ ଆରମ୍ଭ ପାଇଁ ବ୍ରହ୍ମ ଯୋଗ ଶୁଭ ବୋଲି ଧରାଯାଏ। ସେପଟେ ଆନନ୍ଦାଦୀ ଯୋଗ ସମସ୍ତ ପ୍ରକାରର ସୁଖ, ସୁବିଧା ପ୍ରାପ୍ତ ପାଇଁ ଶୁଭ ବୋଲି ଗଣାଯାଏ। ମାନ୍ୟତା ରହିଛି କି, ଏହି ଶୁଭ ଯୋଗରେ ଆରମ୍ଭ କରାଯାଇଥିବା କାର୍ଯ୍ୟରେ କୌଣସି ବି ପ୍ରକାରର ବାଧାବିଘ୍ନ ଉପୁଜି ନ ଥାଏ। ତେଣୁ କୌଣସି ବି କାମ ଆରମ୍ଭ କରିବା ପାଇଁ ଏହି ଯୋଗ ବେଶ୍ ଶୁଭ ହୋଇଥାଏ।

ମକର ସଂକ୍ରାନ୍ତିର ମହତ୍ତ୍ୱ

ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିକୁ ବହୁତ ଖାସ୍ ବୋଲି ବିବେଚନା କରାଯାଏ। ଗଙ୍ଗା ଓ ଯମୁନା ଭଳି ପବିତ୍ର ନଦୀରେ ଏହି ଦିନ ସ୍ନାନ କରିବା ଏବଂ ଦାନ କରିବା ଦ୍ୱାରା ମୋକ୍ଷ ପ୍ରାପ୍ତି ହୋଇଥାଏ। ସେପଟେ ଏହି ଦିନ ରାଶି, ଗୁଡ଼ ଓ ଖେଚୁଡ଼ି ଖାଇବା ମଧ୍ୟ ଶୁଭ ବୋଲି କୁହାଯାଏ। ମାନ୍ୟତା ରହିଛି କି, ମକର ସଂକ୍ରାନ୍ତରେ ଚାଉଳ, ଡାଲି ଓ ଖେଚୁଡ଼ି ଦାନ କରିବା ଦ୍ୱାରା ପୁଣ୍ୟ ମିଳିଥାଏ। କୁହାଯାଏ ଯେ ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଭଗବାନଙ୍କର ଉପାସନା ବହୁତ ଫଳପ୍ରଦୀ ହୋଇଥାଏ।

Roshni

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

27 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

39 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

51 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

55 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago