ସ୍ପେଶାଲ

ଲଗ୍‌ଜ୍ୟୁରିୟସ୍‌ ଜୀବନ ବଞ୍ଚିବାକୁ ପସନ୍ଦ କରନ୍ତି ଏହି ୩ଟି ରାଶିର ଝିଅ, ମା’ଙ୍କର ରହିଥାଏ ବିଶେଷ କୃପା

ଜ୍ୟୋତିଷ ଶାସ୍ତ୍ରରେ ୨୭ ନକ୍ଷତ୍ର, ୯ ଗ୍ରହ ଓ ୧୨ ରାଶିଙ୍କ କଥା ଉଲ୍ଲେଖ କରାଯାଇଛି। ଏହି ୧୨ ରାଶିର ବ୍ୟକ୍ତିଙ୍କ ଆଚାର, ବ୍ୟବହାର, ଚାଲି ଚଳଣି ପରସ୍ପର ଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇଥାଏ। ଏଥିସହ ଏମାନଙ୍କ ଲାଇଫ୍‌ ଷ୍ଟାଇଲ୍‌ ବି ଭିନ୍ନ ହୋଇଥାଏ। ତେବେ ଆଜି ଆସନ୍ତୁ ଜାଣିବା ରାଶି ଚକ୍ରର ୩ ଟି ଏମିତି ରାଶିର ଝିଅଙ୍କ ବିଷୟରେ ଯେଉଁମାନେ ଆଲିଶାନ୍‌ ଜୀବନ ବଞ୍ଚିବାକୁ ପସନ୍ଦ କରନ୍ତି। ଏମାନେ ଦାମୀ ଜିନିଷ କିଣିବା ସହ ବୁଲାବୁଲି କରିବାକୁ ଖୁବ୍‌ ଭଲ ପାଆନ୍ତି। ଏମାନଙ୍କ ଉପରେ ଧନର ଦେବୀ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ସବୁବେଳେ ରହିଥାଏ। ଏହି ୩ଟି ରାଶି ହେଉଛନ୍ତି…

ବୃଷ:

ବୃଷ ରାଶିର ଝିଅମାନେ ଲଗ୍‌ଜୁରୀ ଜୀବନ ବଞ୍ଚିବାକୁ ପସନ୍ଦ କରିଥାନ୍ତି। ଏମାନଙ୍କୁ ଦାମୀ ଜିନିଷ କିଣିବାକୁ ଭଲ ଲାଗେ। ବୃଷ ରାଶିର ସ୍ୱାମୀ ଶୁକ୍ର, ଏମାନଙ୍କୁ ଆକର୍ଷକ କରିଥାନ୍ତି। ଏହି ରାଶିର ଝିଅଙ୍କ ମଧ୍ୟରେ ଏକ ଭିନ୍ନ ଧରଣର ଆକର୍ଷଣ ରହିଥାଏ। ଏମାନେ ପ୍ରଥମ ଦେଖାରେ ହିଁ ଜଣଙ୍କୁ ପ୍ରଭାବିତ କରିପାରନ୍ତି। ଏମାନଙ୍କୁ କଞ୍ଜୁସ ଲୋକ ଜମାରୁ ପସନ୍ଦ ନୁହେଁ। ଏମାନେ ନିଜ ସଉକ ପୂରା କରିବାକୁ ଖୋଲାଖୋଲି ଖର୍ଚ୍ଚ କରିଥାନ୍ତି।

କର୍କଟ:

ଏହି ରାଶିର ଝିଅ ଧନଧାନ୍ୟ ମାମଲାରେ ଲକି ହୋଇଥାନ୍ତି। ଏମାନେ ନିଜ ସୁଖ ସୁବିଧାପାଇଁ ପାଣି ଭଳି ପଇସା ଖର୍ଚ୍ଚ କରିଥାନ୍ତି। ଏମାନଙ୍କୁ ବ୍ରାଣ୍ଡେଡ୍‌ ଜିନିଷ ଅଧିକ ପସନ୍ଦ। ଏହି ରାଶିର ସ୍ୱାମୀ ହେଉଛନ୍ତି ଚନ୍ଦ୍ର। ସେ ଏମାନଙ୍କୁ କୁଲ୍‌ ରଖିଥାନ୍ତି। ଏମାନେ ନିଜ କଥା ବାର୍ତ୍ତାରେ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିପାରନ୍ତି। ଏମାନଙ୍କୁ ସ୍ୱାଦିଷ୍ଟ ଖାଦ୍ୟ ତିଆରି କରିବାକୁ ଓ ଖାଇବାକୁ ଖୁବ୍‌ ଭଲ ଲାଗେ। ଏମାନେ ବାହାରେ ବୁଲିବାକୁ ପସନ୍ଦ କରନ୍ତି। ଏମାନଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ସବୁବେଳେ ରହିଥାଏ।

ତୁଳା:

ତୁଳା ରାଶିର ସ୍ୱାମୀ ହେଉଛନ୍ତି ଶୁକ୍ର। ଏଣୁ ଏହି ରାଶିର ଝିଅଙ୍କୁ ଜୀବନରେ ସମସ୍ତ ଭୌତିକ ସୁଖ ମିଳିଥାଏ। ଏମାନେ ଦେଖିବାକୁ ଖୁବ୍‌ ସୁନ୍ଦର ତଥା ଆକର୍ଷକ ହୋଇଥାନ୍ତି। ଏମାନଙ୍କୁ ଦାମୀ ଜିନିଷ ବ୍ୟବହାର କରିବାକୁ ଭଲ ଲାଗେ। ଏମାନେ ଡ୍ରେସ୍‌, ମେକଅପ୍‌ ଓ ଦାମୀ ଗାଡ଼ି କିଣିବାକୁ ପସନ୍ଦ କରନ୍ତି। ଏମାନେ କଳା ପ୍ରେମୀ ହୋଇଥାନ୍ତି।

WCW 11

Recent Posts

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

10 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

20 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

29 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

44 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

53 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

1 hour ago